ସନ୍ଦେହରେ ସଂଖ୍ୟା: ୧୩ ବର୍ଷରେ ଚାଷୀସଂଖ୍ୟା ସାଢ଼େ ୪ଗୁଣ ବଢ଼ିଛି

ଯାଜପୁର ଅଫିସ,୩ା୮: ରାଜ୍ୟରେ ୨୦୦୯-୧୦ରେ ୧,୩୫୭ ଧାନ ସଂଗ୍ରହ କେନ୍ଦ୍ର(ପିପିସି) ଜରିଆରେ ୩ ଲକ୍ଷ ୪୧ ହଜାର ଚାଷୀଙ୍କଠାରୁ ୧୬.୩୧ ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଥିଲା। ୨୦୨୧-୨୨ରେ ୩,୮୬୨ ପିପିସିରେ ୧୫ ଲକ୍ଷ ୧୫ ହଜାର ଚାଷୀଙ୍କଠାରୁ ୭୧.୦୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି। ଅର୍ଥାତ୍‌ ରାଜ୍ୟରେ ଗତ ୧୩ ବର୍ଷ ମଧ୍ୟରେ ପ୍ରାୟ ସାଢ଼େ ୪ ଗୁଣ ଚାଷୀ ସଂଖ୍ୟା ଏବଂ ଧାନ ସଂଗ୍ରହ ପରିମାଣ ବୃଦ୍ଧି ଘଟିଛି। ସଦ୍ୟ ସମାପ୍ତ ବିଧାନସଭାର ମୌସୁମୀ ଅଧିବେଶନରେ ବିଧାୟକ ପ୍ରଫୁଲ୍ଲ ସାମଲ କରିଥିବା ପ୍ରଶ୍ନ(୨୦୩୯)ରେ ସମବାୟ ବିଭାଗରୁ ଦିଆଯାଇଥିବା ଉତ୍ତରରୁ ଉପରୋକ୍ତ ତଥ୍ୟ ଜଣାପଡ଼ିଛି। କିନ୍ତୁ ରାଜ୍ୟ ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୦ରେ ପ୍ରକାଶିତ ୫ ଦଶନ୍ଧିର କୃଷି ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାର ଚାଷଜମି ପରିମାଣ ଲଗାତର ହ୍ରାସ ପାଇ ଆସୁଛି। ଏଥିରୁ ୧୩ ବର୍ଷରେ ପ୍ରାୟ ୪ଗୁଣ ଚାଷୀ ସଂଖ୍ୟା ଏବଂ ଧାନ ଉତ୍ପାଦନ ପରିମାଣ ବୃଦ୍ଧି ପାଇବା ତଥ୍ୟ ବା ସଂଖ୍ୟା ଉପରେ ସନ୍ଦେହ ସୃଷ୍ଟି ହେଉଛି।
ରାସ୍ତା ନିର୍ମାଣ, ଶିଳ୍ପାଞ୍ଚଳ ବୃଦ୍ଧି ଏବଂ ଦ୍ରୁତ ସହରୀକରଣ ଯୋଗୁ ରାଜ୍ୟରେ ଚାଷ ଜମି ପରିମାଣ କମିଆସିଛି। ୫ ଦଶନ୍ଧିର କୃଷି ପରିସଂଖ୍ୟାନର ତଥ୍ୟ ଅନୁଯାୟୀ, ୨୦୦୦-୦୧ରେ ରାଜ୍ୟରେ ମୋଟ ୫୮ ଲକ୍ଷ ୨୯ ହଜାର ହେକ୍ଟର ଚାଷ ଜମି ଥିଲା। ୨୦୦୯-୧୦ରେ ୫୫ ଲକ୍ଷ ୭୪ ହଜାର ହେକ୍ଟର ଏବଂ ୨୦୧୮-୧୯ରେ ୫୩ ଲକ୍ଷ ୬୨ ହଜାର ହେକ୍ଟର ଏବଂ ୨୦୧୯-୨୦ର ପ୍ରାଥମିକ ତଥ୍ୟ ଅନୁଯାୟୀ ୫୩ ଲକ୍ଷ ୩୦ ହଜାର ହେକ୍ଟର ଚାଷ ଜମି ରହିଥିଲା। ଏଥିରୁ ପ୍ରତିବର୍ଷ ଚାଷଜମି ହ୍ରାସ ପାଇ ଆସୁଥିବା ସ୍ପଷ୍ଟ ବୁଝାପଡ଼ୁଛି।
ଅନ୍ୟପକ୍ଷରେ ୫ ଦଶନ୍ଧିର କୃଷି ପରିସଂଖ୍ୟାନ ଦେଖିଲେ, ୨୦୦୦-୦୧ରେ ୧୫ ଲକ୍ଷ ୯୦ ହଜାର ହେକ୍ଟର, ୨୦୧୦-୧୧ରେ ୨୦ ଲକ୍ଷ ୮୫ ହଜାର ହେକ୍ଟର ଏବଂ ୨୦୧୮-୧୯ରେ ୨୫ ଲକ୍ଷ ୯୨ ହେକ୍ଟର ଜମିକୁ ବାସ୍ତବିକ ଭାବେ ଜଳସେଚିତ କରାଯାଇପାରିଛି। ଜଳସେଚିତ ଜମି ପରିମାଣ ବୃଦ୍ଧି ପାଇଲେ କୃଷି ଉତ୍ପାଦନ ବଢ଼ିବା ସ୍ବାଭାବିକ। କିନ୍ତୁ ଏ କ୍ଷେତ୍ରରେ ଲୋକ ବଳର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି। ଦେଖିବାକୁ ଗଲେ ଓଡ଼ିଶାରୁ ବହୁସଂଖ୍ୟକ ଲୋକ କାମ ଅନ୍ବେଷଣରେ ଗୁଜରାଟ, ମହାରାଷ୍ଟ୍ର, କର୍ନାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁକୁ ଯାଉଛନ୍ତି। ତାହାର ପ୍ରମାଣ ମହାମାରୀ କରୋନାର ପ୍ରଥମ ଲହର ସମୟରେ ଓଡ଼ିଶାକୁ ଅନ୍ୟ ରାଜ୍ୟରୁ ସୁଅ ଛୁଟିଥିବା ସଂଖ୍ୟାରୁ ଜଣାପଡ଼ୁଛି। ସାଧାରଣତଃ ସମସ୍ତେ ଏକଥା ଜାଣନ୍ତି ଯେ, କାମ ଅନ୍ବେଷଣରେ ବାହାରକୁ ଯାଉଥିବା ଲୋକଙ୍କ ମଧ୍ୟରୁ କିଛିଜଣଙ୍କୁ ଛାଡ଼ିଲେ ଅନ୍ୟମାନେ ହେଉଛନ୍ତି ଚାଷୀ, ଭାଗଚାଷୀ କିମ୍ବା କୃଷି ଶ୍ରମଜୀବୀ। ଜଳବାୟୁ ପରିବର୍ତ୍ତନ ଜନିତ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ, ଦରଦାମ ବୃଦ୍ଧି, ଫସଲର ଉପଯୁକ୍ତ ମୂଲ୍ୟ ନ ମିଳିବା ଏବଂ ସରକାରୀ ସୁବିଧାରୁ ବଞ୍ଚତ୍ତ ହେବା ଯୋଗୁ ସେମାନେ ଚାଷ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ତେଣୁ ଏସବୁକୁ ଦେଖିଲେ ଗତ ୧୩ ବର୍ଷରେ ସାଢ଼େ ୪ଗୁଣରୁ ଅଧିକ ଧାନ ଉତ୍ପାଦନ ହେବା ନେଇ ଦିଆଯାଇଥିବା ତଥ୍ୟ ଉପରେ କୃଷକ ସଂଗଠନଗୁଡ଼ିକ ସନ୍ଦେହ କରୁଛନ୍ତି।
ଚର୍ଚ୍ଚା ହେଉଛି ଯେ, ଅନେକ ଯୋଜନାର ଅର୍ଥ ହଡ଼ପ କରିବା ପାଇଁ ନକଲି ଚାଷୀ ସୃଷ୍ଟି କରାଯିବା ସହ ଜାଲ୍‌ ଟୋକନ୍‌ରେ ଧାନ କିଣାଯାଉଛି। ଏହାର ବହୁ ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳିଛି। ସେଥିମଧ୍ୟରୁ କୋରାପୁଟ ଜିଲାରେ ୪,୧୬୮ ନକଲି ଚାଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଗତ ଜୁନ୍‌ରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଥିଲା। ଜିଲା ସମବାୟ ସମିତି କର୍ତ୍ତୃପକ୍ଷ(ଡିସିଏସ୍‌ଏ) ଦ୍ୱାରା ସାଟେଲାଇଟ୍‌ ସର୍ଭେ ବେଳେ ଜଣାପଡ଼ିଥିଲା ଯେ, ମଣ୍ଡିଗୁଡ଼ିକରେ ଧାନ ବିକ୍ରି କରିବା ପାଇଁ କେତେଗୁଡ଼ିଏ ଜମିକୁ ଦର୍ଶାଇ ଭୂତଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇଥିଲା। ସେହିପରି ଚାଷୀମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଉର୍ଦ୍ଦିଷ୍ଟ କାଳିଆ ଯୋଜନାରେ ୫୦ ହଜାରରୁ ଊର୍ଦ୍ଧ୍ୱ ନକଲି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ସରକାର ୨୦୨୦ ଜୁଲାଇରେ ବ୍ୟବସ୍ଥା କରିଥିଲେ। ଆଉ ଏକ ଉଦାହରଣ ଯାଜପୁର ଜିଲାର ବଡ଼ଚଣା ପାକ୍ସକୁ ନିଆଯାଇପାରେ। ବଡ଼ଚଣା ବ୍ଲକର ବାଘୁଆ ଗ୍ରାମର ୧୫ ଚାଷୀ ୫ା୪ା୨୦୨୧ରେ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକଙ୍କ ନିକଟରେ ଜାଲ୍‌ ଟୋକନ୍‌ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଅଭିଯୋଗକାରୀଙ୍କ ପୈତୃକ ଚାଷଜମିିକୁ ଦର୍ଶାଇ ଅନ୍ୟ କେତେଜଣ ଲୋକଙ୍କ ନାମରେ ଜାଲ୍‌ ଟୋକନ ପ୍ରସ୍ତୁତ କରାଯାଇ ଧାନ କିଣାଯାଇଥିଲା। ସମିତିରୁ ଟୋକନ ପାଇ ଧାନ ବିକ୍ରି କରିଥିବା ବ୍ୟକ୍ତିମାନେ ଏହି ଜମି ମାଲିକଙ୍କ ନାତି, ପୁତୁରା ଆଦି ସମ୍ପର୍କ ଥିବା ଦର୍ଶାଯାଇଥିଲା। ଏହି ଅଭିଯୋଗ ମିଳିବା ପରେ ରାଜ୍ୟ ସମବାୟ ସମିତି(କ୍ରେଡିଟ୍‌)ର ଉପନିବନ୍ଧକ ୨୦ା୫ା୨୦୨୧ରେ ଯାଜପୁର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି(ଏଆର୍‌ସିଏସ୍‌)ଙ୍କୁ ୭ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଫାଇଲ ତଳେ ଦବି ରହିଛି। ସେହିଭଳି ଖରିଫ ଋତୁ ୨୦୨୦-୨୧ରେ ଧାନ ସଂଗ୍ରହରେ ଯାଜପୁର, ବରଗଡ଼, ଭଦ୍ରକ, ଗଞ୍ଜାମ, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାର ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ୪୬୬୧.୨୨ କୁଇଣ୍ଟାଲ ଚାଷୀଙ୍କଠାରୁ ଧାନ ସଂଗ୍ରହ ନ କରି ଭେଣ୍ଡର ରିସିପ୍ଟ ଜାରି କରିଥିଲେ। ସମ୍ପୃକ୍ତ ଗୋଷ୍ଠୀର କର୍ମକର୍ତ୍ତାମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟି ୨୩ା୪ା୨୦୨୧ରେ ମିଶନ ଶକ୍ତି କମିଶନରଙ୍କୁ ସୁପାରିସ କରିଥିଲେ। ଏହି ସୁପାରିସକୁ ଆଧାର କରି ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ଦାସ ୧୮ା୬ା୨୦୨୧ରେ ଉପରୋକ୍ତ ୭ ଜିଲାର ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସବୁରୁ ଆଶଙ୍କା କରାଯାଉଛି ଯେ, ଅନେକ ହଜାର ଚାଷୀଙ୍କ ନାମରେ ଜାଲିଆତି କରି ଏଭଳି ଧାନ କିଣା ଦୁର୍ନୀତି ଲୁଚିଯାଇଛି।
ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ଚରଣ ରାୟ କୁହନ୍ତି, ସାଢ଼େ ୪ଗୁଣ ଚାଷୀ ସଂଖ୍ୟା ବୃଦ୍ଧି ପାଇବା ଗ୍ରହଣଯୋଗ୍ୟ ନୁହେଁ। ସେଥିରେ ଅଧିକାଂଶ ନକଲି ଚାଷୀ ରହିଥିବେ। ବିଭାଗୀୟ ଅଧିକାରୀମାନେ ନିଜ ସୁବିଧା ପାଇଁ ହିସାବ କିତାବ କରି ତଥ୍ୟ ଦାଖଲ କରୁଛନ୍ତି ବୋଲି ରାୟ କହିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି(ଏଆର୍‌ସିଏସ୍‌) ପ୍ରଶାନ୍ତ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ନକଲି ଚାଷୀ ସଂକ୍ରାନ୍ତରେ ଅଭିଯୋଗ ହେଉଛି। ସେ ନେଇ ଉପଯୁକ୍ତ ତଦନ୍ତ ଏବଂ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ କୃଷକ ପରିବାରର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବା ସହିତ ଚାଷୀ ସଂଖ୍ୟା ମଧ୍ୟ ବଢିଛି। ଏହାସହ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ସହ ହାଇବ୍ରିଡ୍‌ ଚାଷ ଯୋଗୁ ଧାନ ଉତ୍ପାଦନରେ ବୃଦ୍ଧି ଘଟିଥିବା ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri