ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସମାଗମ

ବାଲୁଗାଁ,୨୧।୧୦(ଡି.ଏନ୍‌.ଏ.): ବାୟୁମଣ୍ଡଳକୁ ଶୀତ ସ୍ପର୍ଶ ନ କରୁଣୁ ଏସିଆର ସର୍ବବୃହତ ଲବଣାକ୍ତ ହ୍ରଦ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି। ଗତ ୨ସପ୍ତାହରୁ ବୁଧବାର ସୁଦ୍ଧା ସମଗ୍ର ଚିଲିକାକୁ ପ୍ରଥମ ପର୍ଯ୍ୟାୟରେ ୬୨ପ୍ରଜାତିର ୨୨ହଜାରରୁ ଊର୍ଦ୍ଧ୍ୱ ପକ୍ଷୀଙ୍କ ସମାଗମ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ ସୂତ୍ରରୁ ଜଣାଯାଇଛି। ସେଥିମଧ୍ୟରୁ ନଳବଣରେ ୫୫ପ୍ରଜାତିର ମୋଟ ୫,୧୨୭ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ସ୍ଥାନୀୟ ଦେଶୀ ପକ୍ଷୀ ମଧ୍ୟ ସମାଗମ ହୋଇଛନ୍ତି। ସର୍ବାଧିକ ସଂଖ୍ୟାରେ ଉଡ୍‌ସ୍ୟାଣ୍ଡ ପାଇପର୍‌ ୩୦୦, ଇରାସିଆନ୍‌ ଇୟୁଜିୟନ ୩୦୦, ପ୍ଲୋଭର ୨୮୦, ନର୍ଦନ ପିଣ୍ଟେଲ୍‌ ୨୫୦, ସୋଭଲର ୨୦୦, କମନକୁଟ୍‌ ୧୪୦, କମନ୍‌ ରେଡ୍‌ଷ୍ଟ୍ରକ୍‌ ୧୨୦, ଗୋଲଡେନ ପ୍ଲୋଭର ୧୦୦ଏବଂ ଚିଲିକାକୁ ଶୋଭା ବର୍ଦ୍ଧନ କରୁଥିବା ଆକର୍ଷଣୀୟ ଗ୍ରେଟର ଫ୍ଲେମିଙ୍ଗୋ (ଏରା ପକ୍ଷୀ) ଆଦି ପ୍ରଜାତିର ସ୍ବଳ୍ପ ସଂଖ୍ୟା ପକ୍ଷୀଙ୍କ ଆଗମନ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଏହାବ୍ୟତୀତ ଅବଶିଷ୍ଟ ପକ୍ଷୀ ବାହାର ଚିିଲିକା ତଥା ଅନ୍ୟାନ୍ୟ ରେଞ୍ଜ ଟାଙ୍ଗି, ସାତପଡ଼ା, ଚିଲିକା ଓ ରମ୍ଭା ଆଦି
ଅଞ୍ଚଳରେ ଦୃଷ୍ଟିଗୋଚର ହୋଇଛନ୍ତି।
ପ୍ରାୟତଃ ଅକ୍ଟୋବର ପହିଲାରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। କିନ୍ତୁ ଚଳିତବର୍ଷ ଶୀତ ଆଗମନରେ ବିଳମ୍ବ ହେବା ସତ୍ତ୍ୱେ ତୃତୀୟ ସପ୍ତାହ ସୁଦ୍ଧା ଚିଲିକାକୁ ପକ୍ଷୀ ଆସିଯାଇଛନ୍ତି। ବରଫାବୃତ୍ତ ଅଞ୍ଚଳ ସାଇବେରିଆ, ରୁଷିଆ, କାଜାଖସ୍ତାନ, ଲଦାଖ, ମଙ୍ଗୋଲିଆ, ଆମେରିକା, କାନାଡା ଆଦି ରାଷ୍ଟ୍ରାଞ୍ଚଳରୁ ପ୍ରବଳ ହିମପ୍ରବାହ ଓ ଅସହ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପକ୍ଷୀମାନେ ହଜାର ହଜାର ମାଇଲ୍‌ ଅତିକ୍ରମ କରି ଚିଲିକାକୁ ଆସନ୍ତି। ବିଶେଷକରି ପକ୍ଷୀମାନେ ନଳବଣ ଏବଂ ଟାଙ୍ଗି ରେଞ୍ଜ୍‌
ଅଧୀନ ମଙ୍ଗଳାଯୋଡ଼ି ଅଞ୍ଚଳରେ ରୁହନ୍ତି।
ଅନ୍ୟପକ୍ଷେ ପକ୍ଷୀଙ୍କ ଆଗମନ ହେତୁ ଶିକାରୀମାନେ ସକ୍ରିୟ ହୋଇପଡ଼ିଥିବା ବେଳେ ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସଜାଗ ହୋଇଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ୨୧ଟି କ୍ୟାମ୍ପ ଓ ସ୍ଥଳପଥରେ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ ଗଠନ କରାଯାଇଛି। ଟାଙ୍ଗୀ ରେଞ୍ଜରେ ସର୍ବାଧିକ ୧୧ଟି କ୍ୟାମ୍ପ, ବାଲୁଗାଁ ରେଞ୍ଜର ନଳବଣରେ ୪ଟି, ସାତପଡ଼ାରେ ୨ଟି, ରମ୍ଭା ୨ ଓ ଚିଲିକାରେ ୧ଟି କ୍ୟାମ୍ପ ପାଇଁ ବ୍ୟବସ୍ଥା ହୋଇଛି। ଭ୍ରାମ୍ୟମାଣ ସ୍କ୍ବାଡ ଦଳ ବାଲୁଗାଁଠାରୁ ଟାଙ୍ଗୀ ମଧ୍ୟରେ ସ୍ଥଳଭାଗରେ ବିଭିନ୍ନ ଢାବା ଓ ହୋଟେଲ ଆଦି ଅଞ୍ଚଳରେ ଚଢ଼ାଉ କରିବେ। ଜଳପଥରେ ପ୍ରତ୍ୟେକ କ୍ୟାମ୍ପ୍‌ରେ ଗୋଟିଏ ଲେଖାଏ ଯନ୍ତ୍ରଚାଳିତ ବୋଟ୍‌ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ଜଣ ଲେଖାଏ ସଦସ୍ୟ ସାମିଲ ହୋଇଛନ୍ତି। ଏଥିସହ ଚିଲିକା ତଟବର୍ତ୍ତୀ ଗ୍ରାମରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ସଚେତନମୂଳକ କାର୍ଯ୍ୟକ୍ରମ କରାଯିବ। ଗତବର୍ଷ ପକ୍ଷୀ ଶିକାର ଘଟଣାରେ ୭ଟି ମାମଲା ରୁଜୁ କରାଯାଇ ୧୫ଜଣଙ୍କୁ ଗିରଫ ସହ ୫୦ରୁ ଊର୍ଦ୍ଧ୍ୱ ମୃତ ପକ୍ଷୀ ଜବତ ହୋଇଥିଲା। ତେବେ ଗତବର୍ଷ ବିଭାଗୀୟ ଗଣନା ଅନୁଯାୟୀ ସମଗ୍ର ଚିଲିକାକୁ ୧୯୦ ପ୍ରଜାତିର ମୋଟ ୧୨ଲକ୍ଷ ୪୨ହଜାର ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପାଗ ଅନୁକୂଳ ଥିବାବେଳେ ଆଗକୁ ଶୀତ ବଢ଼ିଲେ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇବ ବୋଲି ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ
ଏସିଏଫ୍‌ ଶରତ ଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri