ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା ପ୍ରାୟ ତିନିଗୁଣ ବୃଦ୍ଧି ପାଇ ୧୮%ରେ ପହଞ୍ଚିଛି।
ଶ୍ରୀଲଙ୍କାର ଜନଗଣନା ଏବଂ ପରିସଂଖ୍ୟାନ ବିଭାଗ ଦ୍ୱାରା ଜାରି କରାଯାଇଥିବା ୨୦୨୪ ରିପୋର୍ଟ ଅନୁସାରେ, ଦେଶର ମୋଟ ଜନସଂଖ୍ୟା ବର୍ତ୍ତମାନ ୨ କୋଟି ୧୭ ଲକ୍ଷ ୮୧ ହଜାର ୮୦୦ ରହିଛି। ଏଥିରେ ପ୍ରତି ବର୍ଗ କିଲୋମିଟର ପିଛା ଜନସଂଖ୍ୟା ଘନତ୍ୱ ୩୫୦ ରହିଛି। ୧୯୮୧ ମସିହାରେ ବୟସ୍କ ଜନସଂଖ୍ୟା ମାତ୍ର ୬.୬ ପ୍ରତିଶତ ଥିଲା, ଯାହା ୨୦୨୪ ସୁଦ୍ଧା ୧୮%କୁ ବୃଦ୍ଧି ପାଇଛି। ସେହିପରି ୧୯୮୧ରେ ବୟସ୍କଙ୍କ ସଂଖ୍ୟା ୧୦ ଲକ୍ଷରୁ କମ୍‌ ଥିବାବେଳେ ବର୍ତ୍ତମାନ ତାହା ୩୯ ଲକ୍ଷ ୨୧ ହଜାର ୧୨୪ରେ ପହଞ୍ଚିଛି। ଅପରପକ୍ଷେ ଶିଶୁ (୦-୧୪ ବର୍ଷ) ଜନସଂଖ୍ୟା ହ୍ରାସ ପାଇ ୨୦.୭% ହୋଇଛି। ଶ୍ରୀଲଙ୍କାରେ ବର୍ତ୍ତମାନ ‘ଏଜିଂ ଇଣ୍ଡେକ୍ସ’ ୮୭ ରହିଛି, ଯାହାର ଅର୍ଥ ହେଉଛି, ପ୍ରତି ୧୦୦ ଜଣ ଶିଶୁଙ୍କ ତୁଳନାରେ ଦେଶରେ ୮୭ ଜଣ ବୟସ୍କ ବ୍ୟକ୍ତି ଅଛନ୍ତି। ଦେଶର ମୋଟ ପ୍ରଜନନ ହାର (ଟିଏଫ୍‌ଆର୍‌) ମଧ୍ୟ ୧୯୮୧ ମସିହାର ୩.୩%ରୁ ହ୍ରାସ ପାଇ ୨୦୨୪ରେ ୧.୮% ହୋଇଛି। ଏହା ସମାଜରେ ବୟସ୍କଙ୍କ ସଂଖ୍ୟା ବଢ଼ୁଥିବାର ଏକ ସ୍ପଷ୍ଟ ସଙ୍କେତ। ଜନଗଣନା ଅନୁସାରେ ଦେଶର ମଧ୍ୟମ ବୟସ ମଧ୍ୟ ବୃଦ୍ଧି ପାଇ ୩୫ ବର୍ଷ ହୋଇଛି, ଯାହା ୨୦୧୨ ତୁଳନାରେ ୫ ବର୍ଷ ଅଧିକ।
ଶ୍ରୀଲଙ୍କାରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ। ପ୍ରତି ୧୦୦ ଜଣ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ୯୩.୩। ଜାତି ଓ ଧର୍ମ କଥା ଦେଖିଲେ, ଏହି ଦେଶରେ ସିଂହଳୀ ସମ୍ପ୍ରଦାୟ ୭୪.୧%, ତାମିଲ ୧୨.୩% ଏବଂ ମୁସଲିମ ୧୦.୫% ରହିଛନ୍ତି। ସେହିପରି ଧାର୍ମିକ ଦୃଷ୍ଟିକୋଣରୁ ବୌଦ୍ଧ (୬୯.୮%), ହିନ୍ଦୁ (୧୨.୬%), ଇସଲାମ (୧୦.୫%) ଏବଂ ରୋମାନ କ୍ୟାଥୋଲିକ (୫.୬%) ଅଛନ୍ତି। ରିପୋର୍ଟ ମୁତାବକ, ପଶ୍ଚିମାଞ୍ଚଳ ଏବେ ମଧ୍ୟ ଦେଶର ପ୍ରମୁଖ ଜନବହୁଳ ଅଞ୍ଚଳ ହୋଇରହିଛି, ଯେଉଁଠାରେ ମୋଟ ଜନସଂଖ୍ୟାର ୨୮.୧ ପ୍ରତିଶତ ଲୋକ ବାସ କରନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

୫୩ନଂ ରାଜ୍ୟ ରାଜପଥରେ ଗେଟିଏ ପରେ ଗେଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଆଶା ଭୋସ୍‌ଲେଙ୍କ ପରଲୋକରେ ଭାବପ୍ରବଣ ହୋଇପଡ଼ିଲେ ନରେନ୍ଦ୍ର ମୋଦି

ମୁମ୍ବାଇ,୧୨।୪: ପ୍ରଖ୍ୟାତ ଗାୟିକା ଆଶା ଭୋସ୍‌ଲେଙ୍କ ପରଲୋକ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ରାଜନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ମଧ୍ୟ ତାଙ୍କ ବିୟୋଗରେ ଶୋକ…

୧୬ ବର୍ଷ ବୟସରେ ବିବାହ, ଶାଶୁଘରେ ଘରୋଇ ହିଂସାର ଶିକାର…ପୁଅଙ୍କ ମୃତ୍ୟୁ-ଝିଅଙ୍କ ଆତ୍ମହତ୍ୟା; ବେଶ ସଂଘର୍ଷମୟ ଥିଲା ଆଶାଙ୍କ ଜୀବନ

ମୁମ୍ବାଇ:ସଙ୍ଗୀତ ଜଗତର ଆଶା ଭୋସଲେ ୯୨ ବର୍ଷ ବୟସରେ ଦୁନିଆରୁ ବିଦାୟ ନେିଇଛନ୍ତି। ଶନିବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri