ଭିତରକନିକାରେ ଡଲ୍‌ଫିନ ସଂଖ୍ୟା ବଢ଼ିଲା

କେନ୍ଦ୍ରାପଡ଼ା ଅଫିସ,୧୧। ୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍‌ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହି ସାମୁଦ୍ରିକ ଅଞ୍ଚଳରେ ମୋଟ୍‌ ୩ ପ୍ରଜାତିର ୩୪୨ ଡଲ୍‌ଫିନ ଥିବା ଚଳିତ ବର୍ଷ ଗଣନା ସମୟରେ ତଥ୍ୟ ମିଳିଛି। ଡଲ୍‌ଫିନ ଗଣନାକୁ ନେଇ ଚଳିତ ବର୍ଷ ବହୁ ବାଦବିବାଦ ସୃଷ୍ଟି ହୋଇଥିଲା। ଜାନୁୟାରୀରେ ଏହି ସାମୁଦ୍ରିକ ପ୍ରାଣୀଙ୍କ ଗଣନା ହେବାକୁ ଥିବାବେଳେ ତିଥି ଓ ପାଗକୁ ନେଇ ପରିବେଶବିତ୍‌ମାନେ ଆପତ୍ତି ଉଠାଇଥିଲେ। ଏଥିପାଇଁ ଫେବୃୟାରୀରେ ଏହାର ପୁନଃଗଣନା କରାଯାଇଥିଲା।

ରାଜନଗର ବନବିଭାଗ ଅଧୀନରେ ହୋଇଥିବା ଏହି ଗଣନାରେ ନିୟୋଜିତ ୯ ଟିମ୍‌ର ନେତୃତ୍ୱ ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ, ବିଶେଷଜ୍ଞ ଡ. ମୁମତାଜ ଖାନ, ଶିବ ପ୍ରସାଦ ପରିଡ଼ା ପ୍ରମୁଖ ନେଇଥିଲେ। ଧାମରାଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ହୋଇଥିବା ଗଣନା ସମୟରେ ୨୮୧ ହମ୍ପବ୍ୟାକ୍‌, ୨୨ ବଟଲନୋଜ ଓ ୩୯ଟି ଇରାୱାଡି ଡଲ୍‌ଫିନ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଅଞ୍ଚଳରେ ୨୦୧୮ରେ ୩୦୭ ଡଲ୍‌ଫିନ ଦେଖିବାକୁ ମିଳିଥିବା ବେଳେ ୨୦୧୯ରେ ୧୨୬ ଓ ୨୦୨୦ରେ ମାତ୍ର ୬୨ ଡଲ୍‌ଫିନ ଦେଖିବାକୁ ମିଳିଥିଲା। ଭିତରକନିକା ସଂଲଗ୍ନ ୧୪୫ ବର୍ଗ କିଲୋମିଟର ସାମୁଦ୍ରିକ ଅଞ୍ଚଳ ଓ ନିକଟସ୍ଥ ନଦୀ ନାଳରେ ୨୦୧୯ରେ ଦେଖା ଦେଇଥିବା ୧୨୬ ଡଲ୍‌ଫିନ ମଧ୍ୟରୁ ୧୪ ଇରାୱାଡି, ୧୪ ବଟଲନୋଜ ଓ ୯୮ ହମ୍ପବ୍ୟାକ ପ୍ରଜାତିର ଡଲ୍‌ଫିନ ଥିଲେ। ୨୦୨୦ରେ ଗୋଟିଏ ହେଲେ ହମ୍ପବ୍ୟାକ୍‌ ପ୍ରଜାତିର ଡଲ୍‌ଫିନ୍‌ ଦେଖିବାକୁ ମିଳି ନ ଥିଲେ। କେବଳ ୬୦ ଇରାୱାଡି ଓ ୨ ବଟଲନୋଜ ଡଲ୍‌ଫିନ ଥିଲେ। ଚଳିତ ବର୍ଷ ହମ୍ପବ୍ୟାକ୍‌ ପ୍ରଜାତି ଡଲ୍‌ଫିନଙ୍କ ସଂଖ୍ୟା ଆଶତୀତ ବୃଦ୍ଧି ହୋଇଥିବା ବେଳେ ଇରାୱାଡି ପ୍ରଜାତିର ଡଲଫିନ ସଂଖ୍ୟା କମ୍‌ ରହିଛି।

ଏସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ବିରଜା କୁମାର ପତି ପ୍ରମୁଖ କହିଛନ୍ତି, ଡଲ୍‌ଫିନଙ୍କ ସଂଖ୍ୟା ବୃଦ୍ଧି ମନରେ ଖୁସି ଆଣିଛି। ତେବେ ଏହା ସାମୟିକ। ଗତ ବର୍ଷକ ମଧ୍ୟରେ କରୋନା ସଂକ୍ରମଣ ପାଇଁ ଦେଶରେ କଟକଣା ଲାଗୁ ହୋଇଥିଲା। କଟକଣା ପାଇଁ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାରୁ ବେଆଇନ ଚିଙ୍ଗୁଡ଼ି ଫାର୍ମ ଓ ସମୁଦ୍ରଞ୍ଚଳରେ ମାଛଧରା କାର୍ଯ୍ୟ ନିୟମିତ ଭାବେ ଚାଲୁ ହୋଇନାହିଁ। ଆଦ୍ରଭୂମି ଭିତରକନିକା ସଂଲଗ୍ନ ସାମୁଦ୍ରିକ ପରିବେଶ ସୁସ୍ଥ ରହିଥିବାରୁ ଡଲ୍‌ଫିନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମହଜୁଦ୍‌ ଥିଲା। ସେଥିପାଇଁ ଡଲ୍‌ଫିନଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ଚିଙ୍ଗୁଡି ଘେରିରୁ ଉଦ୍‌ବୃତ୍ତ ରାସାୟନିକ ବର୍ଜ୍ୟବସ୍ତୁ ଡଲ୍‌ଫିନଙ୍କ ସଂଖ୍ୟା ହ୍ରାସର କାରଣ ହୋଉଥିବା ବେଳେ ବେଆଇନ ମାଛଧରା ଏହାର ଅନ୍ୟତମ କାରଣ ଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ଚିଲିକାରେ ୧୮୮, ପୁରୀରେ ୪, ଭଦ୍ରକରେ ୮, ବଲେଶ୍ୱର ସାମୁଦ୍ରିକ ଅଞ୍ଚଳରେ ୨ ଡଲ୍‌ଫିନ ଦେଖା ଯାଇଥିଲା। ତେବେ ବରହମପୁର ଡିଭିଜନରେ କୌଣସି ଡଲ୍‌ଫିନ ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri