ଚିନ୍ତା ବଢ଼ାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ପୁରୀ, ୨୭ା୮(ଅଜିତ୍‌ ମହାନ୍ତି)ରାଜ୍ୟର ବିଭିନ୍ନ ଜିଲାରେ ଆସ୍ତେ ଆସ୍ତେ ଡେଙ୍ଗୁର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ପୁରୀରେ ମଧ୍ୟ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳିଛି। ଗତ କିଛିଦିନ ମଧ୍ୟରେ ଜିଲାରେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ସଦର ମୁଖ୍ୟ ଚିକିତ୍ସାଳୟରେ ଅଧିକରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ପହଞ୍ଚତ୍ିବାରେ ଲାଗିଛନ୍ତି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଶଯ୍ୟା ନ ଥିବା ଅଭିଯୋଗ ହୋଇଛି। ସେହିପରି ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ହେଉଥିବା ପରୀକ୍ଷାରେ ଆବଶ୍ୟକ ଅନୁଯାୟୀ ଭିତ୍ତିଭୂମି ନ ଥିବାରୁ ଟେଷ୍ଟିଂରେ ଅଧିକ ସମୟ ଲାଗୁଥିବା ଅଭିଯୋଗ ହେଉଛି। ପୁରୀ ଭଳି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ଡେଙ୍ଗୁ ରୋଗର ମୁକାବିଲା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ଖାମଖିଆଲି ନୀତି ଗ୍ରହଣ କରୁଥିବା ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ପୁରୀ ପୌରାଞ୍ଚଳରେ ବଢ଼ିବଢ଼ି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ପୁରୀ ଜିଲା ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଗତ ଜାନୁୟାରୀ ମାସରୁ ଅଗଷ୍ଟ ୨୬ ସୁଦ୍ଧା ୨୮୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ତେବେ ହଠାତ ଗତ ଏକମାସ ହେବ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ଦେଖିବାକୁ ମିଳିଛି। ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ୬ଟି ବେଡ୍‌ ରହିଛି। ପର୍ଯ୍ୟାପ୍ତ ବେଡ୍‌ ନ ଥିବାରୁ ଡେଙ୍ଗୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଅନେକ ଡେଙ୍ଗୁ ରୋଗୀ ବାଧ୍ୟହୋଇ ଘରୋଇ ହସ୍ପିଟାଲମୁହଁା ହେଉଛନ୍ତି। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସୁଜାତା ମିଶ୍ର କହିଛନ୍ତି, ଗତ ଜାନୁୟାରୀ ମାସରୁ ଏପର୍ଯ୍ୟନ୍ତ ଜିଲାରେ ୨୮୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଯେତିକି ପରିମାଣରେ ରୋଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୫୦ ଶତକଡା ଜିଲାର ଅଧିବାସୀ ହୋଇଥିବା ବେଳେ ବାକି ଜିଲା ବାହାରର ଅଟନ୍ତି, ଯେଉଁମାନେ ପୁରୀରେ ରହି କାର୍ଯ୍ୟ କରୁଛନ୍ତି। ତେବେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ମେଡିକାଲରେ ୬ଟି ବେଡ୍‌ କାର୍ଯ୍ୟକ୍ଷମ ରହିଛି। ଅପରପକ୍ଷେ ଲାବରେ ପ୍ରତ୍ୟେକ ଦିନ ଟେଷ୍ଟ କରାଯାଇ ଡେଙ୍ଗୁ ଚିହ୍ନଟ କରାଯାଉଛି। ପ୍ରତ୍ୟେକ ଦିନ ୨୫୦ରୁ ୩୦୦ ହାରାହାରି ନମୁନାର ଟେଷ୍ଟ କରାଯାଉଛି। ଟେଷ୍ଟରୁ ପ୍ରାୟ ଦିନକୁ ୨୦ରୁ ଅଧିକ ଡେଙ୍ଗୁ ବାହାରୁଥିଲେ। ତେବେ ଏବେ ଏହା କମିବାରେ ଲାଗିଛି। ଶୁକ୍ରବାର ଟେଷ୍ଟରେ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେପରି ଡେଙ୍ଗୁ ଅଧିକ ନ ହେବ ସେଥିପାଇଁ ପୌରସଂସ୍ଥା ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ସହରବାସୀଙ୍କୁ ସଚେତନ କରାଯାଉଛି। ମଶାରି ଟାଣି ଶୋଇବା, ଦେହକୁ ଘୋଡାଇ ରଖିବା, ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ସଜାଗ ରହିବା, ନିଜ ଘର ଏବଂ ଚାରିପାଖକୁ ସଫା କରିବା, ପାଣି ନ ଜମିବାକୁ ସୂଚନା ଦିଆଯାଉଛି। ସେହିପରି ମଶାଙ୍କ ସଂଖ୍ୟାକୁ କମାଇବା ପାଇଁ ନାଳ ଏବଂ ଡ୍ରେନରେ ମଶାମରା ତେଲ ପକାଯାଉଛି। ପାଗ ଶୁଖିଲା ହେବା ପରେ ମଶାଧୂଆଁ ଛଡ଼ାଯିବ। ଲୋକମାନେ ସଚେତନ ରହିଲେ ଡେଙ୍ଗୁ ବ୍ୟାପିବାରୁ ନିଜକୁ ରକ୍ଷା କରିପାରିବେ। ଯଦି କାହାଘରେ ଡେଙ୍ଗୁ ରୋଗୀ ଅଛନ୍ତି ସେମାନଙ୍କୁ ଦିନରେ ମଧ୍ୟ ମଶାରି ମଧ୍ୟରେ ରଖନ୍ତୁ। ସମସ୍ତଙ୍କ ସହଯୋଗରେ ଡେଙ୍ଗୁର ନିୟନ୍ତ୍ରଣ କରିହେବ। ଅପରପକ୍ଷେ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନାଳ ନର୍ଦ୍ଦମାର ସଫେଇ, ମଶାମରା ତେଲ ସିଞ୍ଚନ କରିବା ପାଇଁ ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକମାନଙ୍କୁ ସଚେତନ କରାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଜନସାଧାରଣ ମଧ୍ୟ ନିଜ ପ୍ରତି ସଚେତନ ହେବା ଆବଶ୍ୟକ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri