ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨୫ଶହ ଛୁଇଁବ

ଭୁବନେଶ୍ୱର,୨୨।୮(ଅଭିଜିତ ଦାସ):ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୀ ଚାଲିଥିବାବେଳେ ସ୍ଥିତି ବିଗିଡିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ଶହ ମୁହାଁ ହୋଇଛି। ଗତ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୩୬ ହଜାର ୫୦୦ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨ ହଜାର ୪୨୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨ ଦିନ ମଧ୍ୟରେ ୯୦୫ ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ୧୩୨ ଡେଙ୍ଗୁ ପଜିଟିଭ୍‌ ଆସିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ ଅର୍ଥାତ୍‌ ୧୨୨୦ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲାରୁ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୨୧୨, ପୁରୀରେ ୨୨୯, କଟକରେ ୧୫୩, ଜଗତ୍‌ସିଂହପୁରରେ ୧୧୯ ଓ ନୟାଗଡରେ ୯୩ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାର ଅଧିକାଂଶ ଡେଙ୍ଗୁ ରୋଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ହୋଇଥିବାରୁ ରାଜଧାନୀରେ ଡେଙ୍ଗୁ ସ୍ଥିତି ଉଦ୍‌ବେଗଜନକ ରହିଥିବା ଜଣାପଡିଛି। ରିପୋର୍ଟ ଅନୁସାରେ, ଖୋର୍ଦ୍ଧାରୁ ଚିହ୍ନଟ ୧୨୨୦ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୦୫୯ ରହିଛନ୍ତି। ବିଶେଷକରି ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ-୯ ଓ ଶହୀଦନଗର ଆଦି ଅଞ୍ଚଳ ହଟ୍‌ସ୍ପଟ୍‌ ପାଲଟିଥିବାବେଳେ ଭିଏସ୍‌ଏସ୍‌ ନଗର, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରୁ ଡେଙ୍ଗୁ ରୋଗୀ ବାହାରୁଛନ୍ତି। ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୧୦୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଚାର୍ଯ୍ୟ ବିହାରରୁ ୯୯, ଜୟଦେବ ବିହାରରୁ ୬୪, ୟୁନିଟ -୯ରୁ ୫୬, ଶହୀଦନଗର ଅଞ୍ଚଳରୁ ୫୩ଜଣ ଡେଙ୍ଗୁରେ ଆକ୍ରନ୍ତ ହୋଇଛନ୍ତି। ତେବେ ବହୁ ଆକ୍ରାନ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ଓ ଏହାର ଠିକ୍‌ ତଥ୍ୟ ସରକାରଙ୍କ ପାଖରେ ନ ଥିବାରୁ ରାଜ୍ୟରେ ପ୍ରକୃତ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ଢେର୍‌ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ତେବେ ଅନେକ ସମୟରେ ଡେଙ୍ଗୁ ମୃତ୍ୟୁ ନେଇ ଅଭିଯୋଗ ଆସୁଥିବାବେଳେ ଏଯାଏ ସ୍ବାସ୍ଥ୍ୟ ବିଭାଗ ତାଲିକାରେ ସ୍ଥାନ ପାଇ ନ ଥିବାରୁ ସନ୍ଦେହ ସୃଷ୍ଟି ହେଉଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଡେଙ୍ଗୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଭୁବନେଶ୍ୱରରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଏଥିଲାଗି ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। କଟକ, ପୁରୀ, ବାଲେଶ୍ୱର ଭଳି ଜିଲାରେ ବେଡ୍‌ ସଂଖ୍ୟା ବଢାଯାଇଛି। ସମସ୍ତ ବ୍ଲଡ୍‌୍‌ ବ୍ୟାଙ୍କରେ ରକ୍ତ ମହଜୁଦ ରଖାଯାଇଛି। ଡେଙ୍ଗୁ ମୁକାବିଲା ପାଇଁ ଜିଲାସ୍ତରରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଉକ୍ତ ଟିମ୍‌ ଦ୍ୱାରା ଡେଙ୍ଗୁ ମୃତ୍ୟୁର ଯାଞ୍ଚ କରାଯିବ। ଯାଞ୍ଚ ରିପୋର୍ଟ ପରେ ଡେଙ୍ଗୁ ମୃତ୍ୟୁ ସ୍ପଷ୍ଟ ହେବ। ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଆମ ହସ୍ପିଟାଲରେ କେବଳ ଭୁବନେଶ୍ୱରବାସୀ ନୁହନ୍ତି, ରାଜ୍ୟର ବିଭିନ୍ନ ଜିଲାରୁ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଦୈନିକ ୩ଶହ ଟେଷ୍ଟିଂ କରାଯାଉଥିବାବେଳେ ବର୍ତ୍ତମାନ ୫ଶହ ଟେଷ୍ଟିଂ କରାଯାଉଛି। ଡେଙ୍ଗୁ ଲାଗି ସ୍ବତନ୍ତ୍ର ବେଡ୍‌ ପର୍ଯ୍ୟାପ୍ତ ପରିମାଣ ନ ଥିବାରୁ ଫୋଲ୍ଡିଂ ବେଡ୍‌ କିଣାଯାଇ ଏକ ଅସ୍ଥାୟୀ ୱାର୍ଡ କରାଯାଇଛି। ପୂର୍ବରୁ ହସ୍ପିଟାଲରେ ଟେଷ୍ଟିଂ ଲାଗି ଅପେକ୍ଷା କରିବାକୁ ପଡୁଥିଲାବେଳେ ମଙ୍ଗଳବାରରୁ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଲାଗି ସ୍ବତନ୍ତ୍ର ଟେଷ୍ଟିଂ ସେଣ୍ଟର ଖୋଲାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri