ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ ଛୁଇଁଲା

ବରଗଡ଼ ଅଫିସ,୨୩ା୭: ଜିଲାରେ ଗୁରୁବାର ପୁଣି ୨୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୨୪ ଜଣ ରହିଥିବାବେଳେ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଏବଂ ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବର୍ତ୍ତମାନ ସୁଦ୍ଧା ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟ ୧୧୩ ଜଣ ଚିକିତ୍ସାଧୀନ ଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।