CORONAVIRUS UPDATE: ରାଜ୍ୟରେ ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ୩୦ ଜିଲାରୁ ୧୮୭୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦ ଜିଲାରୁ ୧୮୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି। ଏହି ସଂଖ୍ୟା ୫୦, ୬୭୨ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୧୮୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୨ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୯୪ ଲୋକାଲ କେସ୍‌ ରହିଛି।
ନୂଆ ୧୮୭୬ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୯୭ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫୦, ୬୭୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫,୫୦୯ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୩୪,୮୦୫ଜଣ ସୁସ୍ଥ ହୋଇହୋଇ ଘରକୁ ଫେରିଛନ୍ତି।