Categories: ଜାତୀୟ

ପୁଣି ବଢୁଛି କରୋନା ଗ୍ରାଫ୍‌: ଦିନକରେ ୪୫ ହଜାରରୁ ଅଧିକ ଚିହ୍ନଟ, ୫୮୪ ମୃତ୍ୟୁ

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ସଂକ୍ରମଣ ପୁଣି ବଢିଚାଲିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୪୫ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୮୮୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫୮୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୯୦, ୪, ୩୬୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୨ ହଜାର ୧୬୨କୁ ବୃଦ୍ଧି ପାଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୮୪ ଲକ୍ଷ ୨୮ ହଜାର ୪୦୯ ଜଣ କରୋନାରୁ ସୁସ୍ଥ ହୋଇ ସାରିଛନ୍ତି। ଏବେ ଦେଶରେ ୪ ଲକ୍ଷ ୪୩ ହଜାର ୭୯୪ ସକ୍ରିୟ ମାମଲା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share