ବରଗଡ଼ରେ ୧୦୯ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ, ୧।୭- ବରଗଡ଼ ଜିଲାରେ ବୁଧବାର ପୁଣି ୧୨ଜଣ ନୂଆ କରୋନା (କୋଭିଡ -୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ନୂଆ ଆକ୍ରାନ୍ତ ବରଗଡ଼ ବ୍ଳକ କଟାପାଲି କଣ୍ଟେନମେଣ୍ଟ ଜୋନ୍‌ର ଏବଂ ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ରହିଛନ୍ତି । ଆକ୍ରାନ୍ତମାନଙ୍କୁ ବରଗଡ଼ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ରେ ପହଞ୍ଚିଛି । ସେଥିମଧ୍ୟରୁ କଟାପାଲି କଣ୍ଟେନମେଣ୍ଟ ଜୋନର ୫୩ ଆକ୍ରାନ୍ତ ରହିଛନ୍ତି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।