ରାଜ୍ୟରେ ୨୫ ଛୁଇଁଲା ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ସଂଖ୍ୟା

ଭୁବନେଶ୍ୱର,୩୦।୫(ବ୍ୟୁରୋ): କରୋନା ପରେ ବ୍ଲାକ୍‌ ପଙ୍ଗସ୍‌ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୫ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗ ରାଜ୍ୟରେ ୩ ଜଣଙ୍କ ଜୀବନ ନେଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, ଅନ୍ୟ ରାଜ୍ୟରେ ହଜାର ହଜାର ବ୍ଲାକ ଫଙ୍ଗସ ରୋଗୀ ଅଛନ୍ତି। କିନ୍ତୁ ରାଜ୍ୟରେ ଏହି ସଂଖ୍ୟା କମ୍‌ ରହିଛି। ବ୍ଲାକ୍‌ ଫଙ୍ଗସ ଚିକିତ୍ସା ପାଇଁ ଯେଉଁ ଇଞ୍ଜେକସନ ଦରକାର କେନ୍ଦ୍ରକୁ ମାଗିଛୁ। ଯାହା ଆସୁଛି ବଣ୍ଟା ଯାଉଛି। ଆସନ୍ତା ସପ୍ତାହକୁ ସ୍ଥିତି ସୁଧୁରିଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।