Posted inଜାତୀୟ

ରାଜ୍ୟ ସଭାରେ ଭାଜପା ସଦସ୍ୟ ସଂଖ୍ୟା ୮୬

ନୂଆଦିଲ୍ଲୀ,୧୬ା୭(ପି.ଟି.): ରାଜ୍ୟ ସଭାକୁ ମନୋନୀତ ୪ ସଦସ୍ୟ ରାକେଶ ସିହ୍ନା, ରାମ ଶକଲ, ସୋନାଲ ମାନସିଂ ଏବଂ ମହେଶ ଜେଠ୍‌ମାଲାନିଙ୍କ କାର୍ଯ୍ୟକାଳ ଶେଷ ହେବା ଫଳରେ ଉଚ୍ଚ ସଦନରେ ଭାଜପାର ସଦସ୍ୟ ସଂଖ୍ୟା ୮୬କୁ ହ୍ରାସ ପାଇଛି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟ ସଭାରେ ବର୍ତ୍ତମାନ ୨୨୫ ସଦସ୍ୟ ରହିଛନ୍ତି। ସଂଖ୍ୟାଗରିଷ୍ଠତା ହାସଲ ପାଇଁ ୧୧୩ ସଦସ୍ୟଙ୍କ ଆବଶ୍ୟକ ଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପାଖରେ ୧୦୧ ସଦସ୍ୟ ଅଛନ୍ତି। ତେବେ ଏନ୍‌ଡିଏ ପଛରେ ଅବଶିଷ୍ଟ ୭ ମନୋନୀତ ସଦସ୍ୟ ଏବଂ ଜଣେ ସ୍ବାଧୀନ ଏମ୍‌ପିଙ୍କ ସମର୍ଥନ ରହିଛି।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌ର ରାଜ୍ୟ ସଭା ସଦସ୍ୟ ସଂଖ୍ୟା ୮୭ ରହିଛି। ସେଥିରୁ କଂଗ୍ରେସର ୨୬ ଏମ୍‌ପି ରହିଥିବାବେଳେ ତୃଣମୂଳ କଂଗ୍ରେସର ୧୩, ଆମ୍‌ ଆଦ୍‌ମୀ ପାର୍ଟି ଏବଂ ଡିଏମ୍‌କେର ୧୦ ଜଣ ଲେଖାଏ ଏମ୍‌ପି ରହିଛନ୍ତି।
ସଭାରେ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ନ ଥିବାରୁ ବିଲ୍‌ ଗୃହୀତ କରାଇବାକୁ ହେଲେ ଏହାକୁ ଅଣ-ଏନ୍‌ଡିଏ ଦଳ ଯଥା ତାମିଲନାଡୁର ଏଆଇଏଡିଏମ୍‌କେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସ, ମନୋନୀତ ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ୪ ଜଣ ମନୋନୀତ ଆସନ ପୂରଣ ହେବା ଏବଂ ଖାଲିପଡ଼ିଥିବା ୧୧ ଆସନରେ ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବାରୁ ସେପର୍ଯ୍ୟନ୍ତ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଅନ୍ୟ ଦଳଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିବ। ନିର୍ବାଚନ ହେବାକୁ ଥିବା ୧୧ ଆସନ ମଧ୍ୟରୁ ଭାଜପାକୁ ଅନୂ୍ୟନ ୮ ଆସନ ମିଳିବା ଆଶା କରାଯାଉଛି।
ତେବେ ବର୍ତ୍ତମାନ ବିଲ୍‌ ଗୃହୀତ କରାଇବା ପାଇଁ ଭାଜପାକୁ ଏନ୍‌ଡିଏ ସହଯୋଗୀ ଦଳର ୧୫ ଭୋଟ ଏବଂ ଆଉ ୧୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ସେମାନଙ୍କ ମଧ୍ୟରୁ ୭ ଜଣ ମନୋନୀତ ସଦସ୍ୟ ଥିବାବେଳ ଜଣେ ସ୍ବାଧୀନ ସଦସ୍ୟ ରହିଛନ୍ତି। ଫଳରେ ସଂଖ୍ୟାଗରିଷ୍ଠତା ନମ୍ବର ୧୧୩ରୁ ଶାସକ ଦଳ ପାଖରେ ୪ ସଦସ୍ୟ କମ୍‌ ରହିଛନ୍ତି। ଓ୍ବାଇଏସ୍‌ଆର୍‌ସିପି ପାଖରେ ୧୧ ଭୋଟ ରହିଥିବାବେଳେ ଏହା ପ୍ରସଙ୍ଗ ଭିତ୍ତିରେ ଭାଜପାକୁ ଅତୀତରେ ସମର୍ଥନ ଜଣାଉଥିଲା। ଓଡ଼ିଶାର ବିଜେଡି ମଧ୍ୟ ଅନୁରୂପ ଭାବେ ଭାଜପାକୁ ସମର୍ଥନ ଦେଇ ଆସୁଥିଲା। ତେବେ ଏଥର ନିର୍ବାଚନରେ ଭାଜପା ଏହି ଦଳକୁ ପରାଜିତ କରିବା ପରେ ଏଣିକି ଆଉ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ରାଜ୍ୟ ସଭାରେ ବିଜେଡିର ୯ ସଦସ୍ୟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri