ବଢୁଛି ବାଂଲାଦେଶୀ କବାଡ଼ିଆଙ୍କ ସଂଖ୍ୟା

ଯାଜପୁରରୋଡ଼,୧୪।୮(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର ଜିଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲାର ବିଭିନ୍ନ ସ୍ଥାନରେ ଏମାନେ କବାଡ଼ିଆ ଓ ଫେରିବାଲା ଆଳରେ ସରକାରୀ ଜାଗାରେ ଜବରଦଖଲ କରି ବସତି ସ୍ଥାପନ କରିଛନ୍ତି। ବିଶେଷ କରି ବ୍ୟାସନଗର ସହର ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛିଚ ଫଳରେ ବ୍ୟାସନଗର ତଥା କଳିଙ୍ଗନଗର ଅଞ୍ଚଳରେ ଚୋରି ଡକାୟତି ସହ ବିଭିନ୍ନ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଛି । ସେମାନଙ୍କ ସଂଖ୍ୟା ବର୍ତ୍ତମାନ ୧୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ସେମାନେ ସହରର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଓ ବେସରକାରୀ ଜମିକୁ ଜବରଦଖଲ କରି ରହୁଛନ୍ତି। ସେମାନେ ନିଜର ନାମ ପରିବର୍ତ୍ତନ କରି ଜାଲ ପରିଚୟ ପତ୍ର ଓ ଭୋଟର ଲିଷ୍ଟ ମାଧ୍ୟମରେ ବହୁ ସରକାରୀ ସୁବିଧା ହାସଲ କରୁଥିବା ସୂଚନା ମିଳିଛି ା ଏବେ ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ଯୋଗୁ କେତେଜଣ ନୂଆ ବାଂଲାଦେଶୀ ଏମାନଙ୍କ ସହିତ ଆସି ରହୁଥିବା ଅଭିଯୋଗ ହୋଇଛି ା
ବ୍ୟାସନଗର ସହର କଳିଙ୍ଗନଗରର ମୁଖଶାଳା ହୋଇଥିବାରୁ ଏହି ସହରରେ ନିଶା କାରବାର ବୃଦ୍ଧି ପାଉଛି ା ସହରର ରେଳ ବିଭାଗ ଜମି, ମୁଣ୍ଡମାଳ, ସାପଗାଡ଼ିଆ, ବଙ୍ଗାଳି ସାହି, ଦଳା, ଚୋରଦା ବାଇପାସ, ଧବଳଗିରି ଆଦି ଅଞ୍ଚଳରେ ଏହି ଲୋକମାନେ ଆଡ୍ଡା ଜମାଇ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି ା ସେହି ଲୋକମାନେ ଦିନରାତି ସହରର ବିଭିନ୍ନ ସ୍ଥାନ, ଗଳିକନ୍ଦି ବୁଲି ପ୍ଲାଷ୍ଟିକ, କାଗଜ ପେଟି ଓ ଅଦରକାରୀ ସାମଗ୍ରୀ ସଂଗ୍ରହ କରିବା ପରେ ସେଗୁଡିକୁ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଏହି ବାହାନାରେ ଚୋରି, ଲୁଟ୍‌, ଡକାୟତି, ଅବାଧ ନିଶାକାରବାର ସହ ଦେହ ବ୍ୟବସାୟରେ ଲିପ୍ତ ରହୁଛନ୍ତି। ବିଶେଷ କରି ଏହାର ପ୍ରଭାବ ଯୁବପୀଢ଼ିଙ୍କ ଉପରେ ପଡୁଛି। ସେହି ଲୋକମାନଙ୍କ କୌଣସି ସ୍ଥାୟୀ ପରିଚୟ ନ ଥିବା ବେଳେ ସେମାନେ ନିଜକୁ ପଶ୍ଚିମ ବଙ୍ଗର ମୁର୍ଶିଦାବାଦ, ମେଦିନପୁର, ଚବିଶ ପ୍ରଗଣା ଓ ବେହେଲା ଜିଲାର ବୋଲି କହୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ରାଜମିସ୍ତ୍ରୀ ଓ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ସୁଯୋଗ ଦେଖି ଚୋରି ଡାକୟତ କରି ଫେରାର ହୋଇଯାଉଛନ୍ତି। ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପ୍ରକୃତରେ ସେମାନେ ବାଂଲାଦେଶୀ ହୋଇଥିବାରୁ କେଉଁବାଟେ ପ୍ରବେଶ କରୁଛନ୍ତି ତାହା ପୋଲିସର ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ସେ କହିଛନ୍ତି, ପୋଲିସ ଏନେଇ ବିଭିନ୍ନ ଅଞ୍ଚଳରେ ଥିବା ରାଜ୍ୟ ବାହାର କବାଡିଆ, ରାଜମିସ୍ତ୍ରୀ ଓ ଶ୍ରମିକମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ନିଆଯିବା କାର୍ଯ୍ୟ ଆରମ୍ଭ କରିଛି। ପଞ୍ଚାୟତସ୍ତରରେ ସରପଞ୍ଚମାନଙ୍କୁ ଓ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ କୌଣସି ସନ୍ଦିଗ୍ଧ ନଜରକୁ ଆସିଲେ ପୋଲିସକୁ ତୁରନ୍ତ ଜଣାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri