ମା’ ବୁଝୁନି ମମତା

ଅନୁଗୋଳ ଅଫିସ,୨୨ା୮: ମାତୃତ୍ୱର ଅର୍ଥ ବୁଝେ ମା’। ସେଥିପାଇଁ ସେ ସ୍ନେହମୟୀ। ମମତାମୟୀ। ପିଲାଟିଏ ତା’ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ। ସରଗର ସଜଫୁଟା ପାରିଜାତ। ହେଲେ ଅନେକ ପାରିଜାତ ଏବେ ମଧ୍ୟ ହେଉଛନ୍ତି ପରିତ୍ୟକ୍ତ। କେତେବେଳେ କେଉଁ ବୁଦା ମୂଳରେ ତ ପୁଣି କେବେ ଅଳିଆ ଗଦାରେ ପିଙ୍ଗାଯାଉଛନ୍ତି ଅଦରକାରୀ ସାମଗ୍ରୀ ଭାବେ। ଅନ୍ୟ କେହି ନୁହେଁ, କେତେଜଣ ହୃଦୟହୀନ ମା’ ହିଁ କରୁଛନ୍ତି ଏପରି ମମତାହୀନ କାର୍ଯ୍ୟ।

ଅନୁଗୋଳ ଜିଲାରେ ବଢ଼ୁଛି ଅଲୋଡ଼ା ନବଜାତକଙ୍କ ସଂଖ୍ୟା। ଅନେକ ସମୟରେ ସହର ଓ ଏହାର ଉପକଣ୍ଠ ଅଞ୍ଚଳରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଉଛି। ଏମାନଙ୍କ ମଧ୍ୟରେ କନ୍ୟାରତ୍ନଙ୍କ ସଂଖ୍ୟା ଅଧିକ ରହୁଛି। ଗତ ୫ ବର୍ଷ ମଧ୍ୟରେ ଶତାଧିକ ଶିଶୁ ଅଲୋଡ଼ା ହୋଇଥିବାବେଳେ ଅର୍ଦ୍ଧାଧିକ ମୃତ ଅବସ୍ଥାରେ ମିଳିଛନ୍ତି। ହେଲେ ୩୬ ଜଣ ନବଜାତକଙ୍କ ଜୀବନ ରକ୍ଷା ହୋଇପାରିଛି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ବିଭିନ୍ନ ରାସ୍ତା ପାର୍ଶ୍ୱରୁ ୨୨ ଜଣ ନବଜାତକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୧୩ ଜଣ କନ୍ୟା ରତ୍ନ ଥିବାବେଳେ ୯ ଜଣ ପୁତ୍ରସନ୍ତାନ ଅଛନ୍ତି। ଅନ୍ୟ ୧୪ ଜଣଙ୍କୁ ପ୍ରଶାସନ ନିକଟରେ ସରେଣ୍ଡର କରାଯାଇଛି। ଏହି ପିଲାଙ୍କ ମଧ୍ୟରେ ୯ ଜଣ ଝିଅ ଓ ୫ ଜଣ ପୁଅ ରହିଛନ୍ତି। ନବଜାତକଙ୍କୁ ଏପରି ଫିଙ୍ଗୁଥିବା ମା’ମାନଙ୍କ ମଧ୍ୟରୁ ଅଧିକାଂଶ କୁଅଁାରୀ ବୋଲି କୁହାଯାଉଛି। ଆଉ କେତେଜଣ ମା’ ଲାଳନ ପାଳନର ସାମର୍ଥ୍ୟ ନ ଥିବାରୁ ଏପରି କରିବାକୁ ବାଧ୍ୟ ହେଉଛନ୍ତି। ନିକଟରେ ଜରପଡ଼ା ଥାନା ଅଞ୍ଚଳର ଜଣେ କୁଆଁରୀ ମାତୃତ୍ୱ ଲାଭ କରିଥିଲେ। ହେଲେ ସୌଭାଗ୍ୟକୁ ତାଙ୍କ ପରିବାର ଲୋକଙ୍କ ଜାଣତରେ ଏହା ଘଟିଥିଲା। ତେବେ ସଚେତନତା ଅଭାବରୁ ଏପରି ଘଟଣା ବଢ଼ିଚାଲିଥିବା ବୁଦ୍ଧିଜୀବୀମାନେ କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଅନୁଗୋଳ ଜିଲାରେ କିଛିବର୍ଷ ହେବ ଅଧିକରୁ ଅଧିକ ଏପରି ଘଟଣା ଦେଖିବାକୁ ମିଳୁଛି। ନିକଟ ଅତୀତରେ ସହରସ୍ଥିତ ଡେଲି ମାର୍କେଟଠାରେ ଏକ ନବଜାତ ଶିଶୁ ଫିଙ୍ଗାଯାଇ ଜରିପାଲ ଘୋଡ଼ାଇ ଦିଆଯାଇଥିଲା। ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ସେହିପରି କିଛିଦିନ ତଳେ ଏକ ରାସ୍ତା ପାର୍ଶ୍ୱରୁ ନବଜାତକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଘଣ୍ଟା ଘଣ୍ଟା ଧରି ଶିଶୁମାନେ ପରିତ୍ୟକ୍ତ ସ୍ଥାନରେ ପଡ଼ି ରହୁଥିବାରୁ ସେମାନଙ୍କ ମୃତ୍ୟୁ ଘଟୁଛି। କୁଅଁାରୀ ମା’ ହୁଅନ୍ତୁ ଅବା ଗରିବ ମା’ ବାପା, ସେମାନେ ପ୍ରଶାସନର ଦ୍ୱାରସ୍ଥ ହେଲେ ଏପରି ପିଲାଙ୍କ ଜୀବନ ରକ୍ଷା ହୋଇପାରନ୍ତା। ଏଥିପାଇଁ ସରକାରୀ ବ୍ୟବସ୍ଥା ରହିଛି। ତେବେ ଆବଶ୍ୟକ ସଚେତନତା ଅଭାବରୁ ଅବା ଅପନିନ୍ଦାରୁ ରକ୍ଷା ପାଇବା ପାଇଁ ବେଳେ ବେଳେ ମା’ମାନେ ଏପରି ଘଟଣା ଘଟାଉଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ଅଧିକ ଧ୍ୟାନ ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ମୂଲ୍ୟବାନ୍‌ ଜୀବନ ନଷ୍ଟ କରନ୍ତୁନି
ସରକାରଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ତଥାପି ଅନେକ ସମୟରେ ଅଳିଆ ଗଦାରୁ ଶିଶୁ ଉଦ୍ଧାର ଘଟଣା ଦେଖିବାକୁ ମିଳୁଛି। ଏପରି କାର୍ଯ୍ୟ କରୁଥିବା ମା’ ବାପା ଚାହିଁଲେ ସେମାନଙ୍କ ପିଲାଙ୍କୁ ପ୍ରଶାସନ ନିକଟରେ ସରେଣ୍ଡର କରିପାରିବେ। ସେମାନଙ୍କ ପରିଚୟ ମଧ୍ୟ ଗୋପନୀୟ ରହିବ। ତେଣୁ ମୂଲ୍ୟବାନ ଜୀବନଟିଏ ନଷ୍ଟ କରନ୍ତୁ ନାହିଁ।
-ଗୌରୀ ଶଙ୍କର ବେହେରା, ଶିଶୁ ସୁରକ୍ଷା ଅଧିକାରୀ, ଅନୁଗୋଳ
ସରେଣ୍ଡର କଲେ ଭବିଷ୍ୟତ ଉଜ୍ୱଳ
ଯେଉଁମାନେ ଶିଶୁଙ୍କୁ ଅଦରକାରୀ ସାମଗ୍ରୀ ଭାବେ ପିଙ୍ଗିଦେବାକୁ ଚାହଁୁଛନ୍ତି, ସେମାନେ ସ୍ପେଶାଲ ଆଡପଶନ୍‌ ଏଜେନ୍ସି (ସା)କୁ ସୂଚନା ଦିଅନ୍ତୁ। ଫଳରେ ସେହି ଶିଶୁଙ୍କୁ ସା ପକ୍ଷରୁ ଅଣାଯିବ। ଜିଲାର କେତେଜଣ ଅଭିଭାବକ ସେମାନଙ୍କ ପିଲାଙ୍କୁ ଏପରି ସରେଣ୍ଡର କରୁଛନ୍ତି। ଏହାଦ୍ୱାରା ସେମାନଙ୍କ ଶିଶୁଙ୍କ ଭବିଷ୍ୟତ ଉଜ୍ୱଳ ହୋଇପାରିବ।
-ଅନିଲ କୁମାର ମିଶ୍ର, ସଦସ୍ୟ, ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ
ଶିଶୁ ମଙ୍ଗଳ ସମିତିରେ ଦେଇଦିଅନ୍ତୁ
ଶିଶୁକୁ ଅଲୋଡ଼ା ଭାବୁଥିବା ମା’ମାନେ ତାଙ୍କୁ ମୃତ୍ୟୁ କୋଳକୁ ଠେଲି ନ ଦେଇ ଶିଶୁ ମଙ୍ଗଳ ସମିତିରେ ଦେଇପାରିବେ। ସେମାନେ ଜାଣିନାହାନ୍ତି, ସେଇ ଶିଶୁଟି ଅନ୍ୟ କାହାରି ପରିବାରରେ ଖୁସି ଭରିଦେଇପାରିବ। ଭବିଷ୍ୟତକୁ ଉଜ୍ବଳ କରିପାରିବ। ତେଣୁ ଏ ବିଷୟରେ ସେମାନେ ସଚେତନ ହୁଅନ୍ତୁ ଓ ସମସ୍ତେ ମିଶି ଶିଶୁଙ୍କ ସୁରକ୍ଷା ଏବଂ ଯତ୍ନ ପାଇଁ କାମ କରନ୍ତୁ।
-ଅନୁପମା ରାଉତ
ସମ୍ପାଦିକା, ଜୀତା ଏନ୍‌ଜିଓ
ଆଇନଗତ ଭାବେ ଶିଶୁଙ୍କୁ ଗ୍ରହଣ କରନ୍ତୁ
ଅନେକ ସମୟରେ ପରିତ୍ୟକ୍ତ ଶିଶୁଟିକୁ ନେବାକୁ ସନ୍ତାନହୀନ ଦମ୍ପତି ଆଗ୍ରହ ଦେଖାଇଥାନ୍ତି। କିନ୍ତୁ ଏହା ଆଇନର ଉଲ୍ଲଂଘନ। ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହଁୁଥିବା ଦମ୍ପତି ବେଳେ ବେଳେ ଦଲାଲଙ୍କ ହାବୁଡ଼ରେ ପଡ଼ିଥାନ୍ତି। ଏହା ନ କରି ସେମାନେ ଆଇନଗତ ଉପାୟରେ ପଞ୍ଜୀକରଣ କରି ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ପିଲାଟିକୁ ନେଇପାରିବେ।
-ସୁଦର୍ଶନ ପରିଡ଼ା, ପରିଚାଳକ, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ଯିବା ପୂର୍ବରୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ମାଲେସିଆ ଗସ୍ତ ଗସ୍ତରେ ଯାଇଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏବେ ପ୍ରତିରକ୍ଷା,…

ଆଉ ନିର୍ବାଚନ ଲଢ଼ିବେନି ଖଣି ମନ୍ତ୍ରୀ, କହିଲେ ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ

ଭୁବନେଶ୍ବର,୭।୨: ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ…

ଟି-୨୦ ବିଶ୍ୱକପ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା: ବଦଳିଲା ଟିମ୍‌

ନୂଆଦିଲ୍ଲୀ,୭।୨:  ଟି-୨୦ ବିଶ୍ୱକପ ୨୦୨୬ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ହର୍ଷିତ ରାଣା ଆଣ୍ଠୁରେ ଆଘାତ ଯୋଗୁ ସମଗ୍ର ଟୁର୍ନାମେଣ୍ଟରୁ…

ଚନ୍ଦ୍ରକୁ ଯିବ iPhone: ନାସା କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୭।୨: ଚନ୍ଦ୍ରକୁ ଯାତ୍ରା କରୁଥିବା ମହାକାଶଚାରୀମାନେ ଏବେ ନିଜ ସହିତ iPhone ନେଇପାରିବେ। ଆମେରିକାର ମହାକାଶ ସଂସ୍ଥା ନାସା ଏବେ ମହାକାଶଚାରୀମାନଙ୍କୁ iPhone ଏବଂ ଅନ୍ୟାନ୍ୟ ଆଧୁନିକ…

ଆଜିଠୁ ଟି୨୦ ବିଶ୍ୱକପ୍‌: ସାମ୍ନାସାମ୍ନି ହେବେ…

ମୁମ୍ବାଇ, ୭।୨: ଆଇସିସି ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍‌ର ୧୦ମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ପ୍ରତିଯୋଗିତାରେ ଗତଥରର ଚାମ୍ପିୟନ ଭାରତ ନିଜର…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri