ମା’ ସମଲେଶ୍ୱରୀ ପୀଠରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବରଗଡ଼ ଅଫିସ,୧୫ା୮ : ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଶନିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ଆସନ୍ତା ୨୨ ତାରିଖ ଶନିବାର ରାତ୍ରିର ନିଶାର୍ଦ୍ଧ ପରେ ଏବଂ ୨୩ ତାରିଖ ରବିବାର ସକାଳ ପୂର୍ବରୁ ଦେବୀଙ୍କଠାରେ ନୂଆଁଖାଇ ଭୋଗ ଲାଗି ହେବ। ସେହିପରି ଆସନ୍ତା ୨୩ ତାରିଖ ରବିବାର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପୂର୍ବାହ୍ନ ୯. ୩୫ ଗତେ ଏବଂ ପୂର୍ବାହ୍ନ ୧୦ .୦୫ ମଧ୍ୟେ ସର୍ବସାଧାରଣ ନବାନ୍ନ ଭକ୍ଷଣ ପାଇଁ ଶୁଭପ୍ରଦ ବୋଲି ଲଗ୍ନ ଧାର୍ଯ୍ୟ ହୋଇଛି । ପଣ୍ଡିତ ଶିବ ଶଙ୍କର ଦାଶ, ଚୂଡ଼ାମଣି ରଥ, ବିଘ୍ନରାଜ ଦାଶ ପ୍ରମୁଖ ଉପସ୍ଥିତ ରହି ନୂଆଖାଇ ଲଗ୍ନ ନିରୂପଣ କରିଥିଲେ।