ଉତ୍ତପ୍ତ ହେଉଛି ଉତ୍ତର ମେରୁ

ମସ୍କୋ,୨୭ା୬: ଉତ୍ତର ମେରୁ ଅଞ୍ଚଳ (ଆର୍କ୍ଟିକ୍‌)ରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଶ୍ୱର ଅନ୍ୟ ଭାଗରେ ଏହାର କିଭଳି ପ୍ରଭାବ ପଡ଼ିବ ତାକୁ ନେଇ ବୈଜ୍ଞାନିକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ରୁଷିଆର ଆର୍କ୍ଟିକ୍‌ ସହର ଭେର୍ଖୋୟାନ୍‌ସ୍କରେ ଗତ ଶନିବାର ତାପମାତ୍ର ୩୮ ଡିଗ୍ରୀ ସେଲ୍‌ସିୟସ (୧୦୦.୪ ଡିଗ୍ରୀ ଫାରେନ୍‌ହାଇଟ)ରେ ପହଞ୍ଚତ୍ଥିଲା। ଜଣକୁ ଜ୍ୱର ହେଲେ ଶରୀରର ତାପମାତ୍ରା ଏହି ସ୍ତରକୁ ଯାଇଥାଏ। କିନ୍ତୁ ସାଇବେରିଆର ତୁଷାରାବୃତ୍ତ ଅଞ୍ଚଳରେ ତାପମାତ୍ରା ଏଭଳି ବୃଦ୍ଧି ପାଇବା ଅନେକ ଆଶଙ୍କା ସୃଷ୍ଟି କରିଛି। ଆର୍କ୍ଟିକ୍‌ କ୍ଷେତ୍ରର ଉତ୍ତର ଭାଗରେ ଏଭଳି ତାପମାତ୍ରା ଅଭୂତପୂର୍ବ। ତାପମାତ୍ରା ଅଧ୍ୟୟନକୁ ଯାଞ୍ଚ କରିବାକୁ ହେବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି।
ଆର୍କ୍ଟିକ୍‌ରେ ନିଆଁ ଲାଗିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅଙ୍ଗାରକାମ୍ଳ ସ୍ତର ବଢ଼ିବା ଏବଂ ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପର ପ୍ରଭାବ ଯୋଗୁ ତାପମାତ୍ରା ଯେଉଁ ହାରରେ ବଢ଼ିବ ବୋଲି ଚିନ୍ତା କରାଯାଉଥିଲା, ତାହାଠାରୁ ଯଥେଷ୍ଟ ଅଧିକ ଉତ୍ତପ୍ତ ହେଉଛି ଏହି ଅଞ୍ଚଳ। ଫଳରେ ବରଫ ଦ୍ରୁତ ତରଳିବା ସହ ଜଙ୍ଗଲ ନିଆଁ ବଢ଼ିବ ଜଳବାୟୁ ବୈଜ୍ଞାନିକ ତଥା ମିଚିଗାନ ବିଶ୍ୱବିଦ୍ୟାଳୟର ପରିବେଶ ସ୍କୁଲ ଡିନ୍‌ ଜୋନାଥନ ଓଭରପେକ୍‌ କହିଛନ୍ତି। ସାଇବେରିଆରେ ରେକର୍ଡ ଉଷ୍ମତା ଅଧିକାଂଶ ଅଞ୍ଚଳ ପାଇଁ ଚେତାବନୀ ବୋଲି ଓଭରପେକ୍‌ ଇ-ମେଲ୍‌ରେ ଲେଖିଛନ୍ତି। ଚଳିତ ବର୍ଷ ଜାନୁୟାରୀରୁ ମେ’ ଶେଷ ପର୍ଯ୍ୟନ୍ତ ସାଇବେରିଆର ଅଧିକାଂଶ ଅଞ୍ଚଳରେ ହାରାହାରି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୮ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ ରହିଥିଲା ବୋଲି ବର୍କେଲେ ଆର୍ଥ ନାମକ ଏକ ଜଳବାୟୁ ବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଚରମ ତାପମାତ୍ରା ପାଇଁ ସାଇବେରିଆ ଗିନିଜ୍‌ ବୁକ୍‌ ଅଫ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ଏହାର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ୧୦୬ ଡିଗ୍ରି ସେଲ୍‌ସିୟସ୍‌ ବ୍ୟବଧାନ ସୃଷ୍ଟି ହୋଇଛି। ଅର୍ଥାତ୍‌ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୬୮ ଡିଗ୍ରୀ ସେଲ୍‌ସିୟସ୍‌ରୁ ବର୍ତ୍ତମାନ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ଛି। ଏଭଳି ଦୀର୍ଘଦିନ ଧରି ଗ୍ରୀଷ୍ମ ପ୍ରବାହ ହଜାର ହଜାର ବର୍ଷ ମଧ୍ୟରେ କେବେ ଦେଖାଦେଇ ନ ଥିଲା। ବିଶ୍ୱରେ ଉତ୍ତାପ ବଢ଼ିବାରେ ରୁଷିଆର ଆର୍କ୍ଟିକ୍‌ ଅଞ୍ଚଳ ସବୁଠୁ ଆଗରେ ରହିଛି। ପ୍ରତି ୧୦ ବର୍ଷରେ ପୃଥିବୀର ତାପମାତ୍ରା ୦.୧୮ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଉଛି। କିନ୍ତୁ ରୁଷିଆରେ ଏହା ୦.୪୭ ଡିିଗ୍ରୀ ବଢ଼ୁଥିବାବେଳେ ରୁଷିଆ ଆର୍କ୍ଟିକ୍‌ ଅଞ୍ଚଳରେ ୦.୬୯ ଡିଗ୍ରୀ ବୃଦ୍ଧି ପାଉଥିବା ଜଣାପଡିଛି। ତାପମାତ୍ରା ବୃଦ୍ଧି ଫଳରେ ମେରୁ ଅଞ୍ଚଳର ସ୍ଥାୟୀ ବରଫ ଅଧିକରୁ ଅଧିକ ତରଳି ଗର୍ତ୍ତ ସୃଷ୍ଟି ହେବ, ଯାହାକୁ ଶୀତଋତୁ ମଧ୍ୟ ଅଟକାଇପାରିବ ନାହିଁ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି। ଗତମାସରେ ନୋରିଲସ୍କ ସହରରେ ଭୁଶୁଡ଼ି ପଡ଼ିଥିତ୍ବା ଷ୍ଟୋରେଜ୍‌ ଟାଙ୍କିରୁ ପ୍ରଚୁର ତୈଳ ନିର୍ଗତ ହୋଇଥିଲା। ସ୍ଥାୟୀ ବରଫ ତରଳିବାକୁ ଏଥିପାଇଁ ଦାୟୀ କରାଯାଉଛି। ୨୦୧୧ରେ ଏହି କାରଣରୁ ଯାକୁତ୍‌ସ୍କ ସହରର ଏକ ବିଲ୍ଡିଂ ଆଂଶିକ ଭୁଶୁଡ଼ି ପଡ଼ିଥିଲା। ଗତବର୍ଷ ଅଗଷ୍ଟରେ ସାଇବେରିଆର ୪ ନିୟୁତ ହେକ୍ଟର ଜମିରେ ନିଆଁ ଲାଗିଥିଲା। ଚଳିତ ବର୍ଷ ମଧ୍ୟ ଜଙ୍ଗଲ ନିଆଁ ଆରମ୍ଭ ହୋଇଗଲାଣି। ଉତ୍ତପ୍ତ ବାୟୁମଣ୍ଡଳ ସାଙ୍ଗକୁ ଜଙ୍ଗଲ ନିଆଁ ମେରୁ ବରଫକୁ ଶୀଘ୍ର ତରଳାଇବ। ଫଳରେ ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri