ଅହିଂସ ଆନ୍ଦୋଳନ ବେଶି ପ୍ରାସଙ୍ଗିକ

ରତନ୍ତ୍ରୀ ଅତ୍ୟାଚାରୀ ସରକାରକୁ ତଡିପାରିବାର ସାର୍ଥକ ଉପାୟ ହେଉଛି ଅହିଂସ ସଂଘର୍ଷ – ଯେଉଁ ସମ୍ରାଜ୍ଞୀଙ୍କ ସାମ୍ରାଜ୍ୟରେ ସୂର୍ଯ୍ୟ ଅସ୍ତ ହେଉ ନ ଥିଲା ତାଙ୍କ ଶାସନକୁ ହଟାଇ ଦେଇପାରିଲେ ନିରସ୍ତ୍ର ଭାରତୀୟମାନେ – ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ। ହିଂସାତ୍ମକ ଆନ୍ଦୋଳନ ଶାସକର ଦମନକାରୀ ହିଂସାକାଣ୍ଡକୁ ନିମନ୍ତ୍ରଣ କରେ, ଭୀଷଣ ଧ୍ୱଂସଲୀଳା ଓ ରକ୍ତପାତ ଆଣେ। ସଶସ୍ତ୍ର ବିଦ୍ରୋହ ବହୁଦିନ ଧରି ଚାଲିଲେ ଆନ୍ଦୋଳନକାରୀମାନେ ବାହାରୁ ଅସ୍ତ୍ରଶସ୍ତ୍ର ଆଣିବାକୁ ବାଧ୍ୟ ହୁଅନ୍ତି। ଅହିଂସ ଆନ୍ଦୋଳନ ସାଧାରଣ ଲୋକଙ୍କ ସାମର୍ଥ୍ୟ ଉପରେ ନିର୍ଭର କରେ। ସେ ସାମର୍ଥ୍ୟ ହେଉଛି ସରକାର ଗଢିଥିବା ଆଇନକୁ ନ ମାନିବା, କୌଣସି ଗୋଟିଏ କାରଣ ଖୋଜିବା ଯାହା ସମସ୍ତଙ୍କୁ ବାଧୁଥିବ – ଯେପରି ଲୁଣ ମାରିବା ଅଧିକାର ବା ସୋସିଆଲ ମିଡିଆ ବ୍ୟବହାରର ଅଧିକାର। ଅହିଂସ ଆନ୍ଦୋଳନ ସଫଳ ହୁଏ ଉଚ୍ଚ ମାନର ନୈତିକତା ଯୋଗୁ ନୁହେଁ, ଶାସନଗାଦିରେ ବସିଥିବା ବ୍ୟକ୍ତିଙ୍କ ପ୍ରତି ଘୃଣା ଆସିବା ଯୋଗୁ। ସମୟ ଯେତେ ଗଡେ ଆନ୍ଦୋଳନକାରୀଙ୍କ ସଂଖ୍ୟା ସେତେ ବଢେ। ଜନତାର ଲହରି ଶାସନ-ଗାଦିରେ ବସିଥିବା ଗୋଷ୍ଠୀକୁ ଭସାଇ ଦିଏ, ସେମାନେ ଗାଦି ଛାଡିବାକୁ ବାଧ୍ୟ ହୁଅନ୍ତି କିମ୍ବା ଆଇନ ବଦଳାଇ ଆନ୍ଦୋଳନକାରୀଙ୍କ ମତ ଅନୁଯାୟୀ ଶାସନ ଚଳାନ୍ତି, ଅର୍ଥାତ୍‌ ଗଣତନ୍ତ୍ର ସଂସ୍ଥାପନ ହୁଏ। ଆଗ କାଳରେ ଗୁଜବ ଆକାରରେ ଖବର ବ୍ୟାପୁଥିଲା, ତେଣୁ ଲୋକେ ତାକୁ ବିଶ୍ୱାସ କରି ଏକାଠି ହେବାକୁ ସମୟ ଲାଗୁଥିଲା ଓ ପ୍ରଶାସନ ତାକୁ ରୋକିବାର ପଦକ୍ଷେପ ନେବାକୁ ବହୁତ ସମୟ ପାଉଥିଲା। ଆଜିକାଲି ଇଣ୍ଟରନେଟ୍‌ ଯୁଗରେ ସୋସିଆଲ୍‌ ମିଡିଆ ଭଳି ମଞ୍ଚ କେଇ ଘଣ୍ଟା ଭିତରେ ଲକ୍ଷ ଲକ୍ଷ ଲୋକଙ୍କୁ ରୁଣ୍ଡ କରିପାରୁଛି, କେବଳ ସଂଖ୍ୟା ବିପ୍ଳବକୁ ସଫଳ କରୁଛି। ଏବେ ନୂଆ ପିଢିର ଶିକ୍ଷିତ ଯୁବଗୋଷ୍ଠୀ (ଯାହାଙ୍କୁ ଜେନ୍‌ ଜେଡ୍‌ କୁହାଯାଉଛି) ଆନ୍ଦୋଳନର ଆଗୁଆ ଧାଡିକୁ ଆସୁଛନ୍ତି, ମାତ୍ର କେଇ ଦିନରେ ଆନ୍ଦୋଳନ ସଫଳ ହେଉଛି ଯେପରି ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳରେ ସମ୍ପ୍ରତି ଘଟିଛି। ଶହେ ବର୍ଷରୁ ବେଶି କାଳ ପାଲେଷ୍ଟିନୀୟଙ୍କ ସଶସ୍ତ୍ର ଆନ୍ଦୋଳନରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି ବା ବାସହରା ହୋଇଛନ୍ତି, ସେମାନେ ଅହିଂସା ଓ ଅସହଯୋଗର ମାର୍ଗ ଧରିଥିଲେ ପରିଣାମ କ’ଣ ଏତେ ଖରାପ ହୋଇଥାନ୍ତା? ସୁଦାନ, ମ୍ୟାନମାର୍‌, ୟେମେନ୍‌, ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ ଭଳି କେତେକ ଗୃହଯୁଦ୍ଧରେ ସେହି ପ୍ରଶ୍ନ ଉଠାଇପାରିବା। ଅହିଂସ ପ୍ରତିବାଦ ବା ଅଭିଯାନ ବହୁତ କମ୍‌ ଜୀବନହାନିରେ ବହୁତ ବେଶି ସଫଳ ହୋଇଥାନ୍ତା କହିଲେ ସରକାର ବିରୋଧରେ ସଂଗ୍ରାମରେ ଲାଗିଥିବା ଲୋକେ ସମ୍ଭବତଃ ଆମର ଏ ପରାମର୍ଶକୁ ପିଲାଳିଆ ଭାବିବେ। ସେମାନେ କହିବେ ପ୍ରତ୍ୟେକ ସଂଘର୍ଷର ଇତିହାସ ଭିନ୍ନ, ହିଂସାକାଣ୍ଡ ଘଟିବା କାହାର ମର୍ଜି ଉପରେ ନିର୍ଭର କରେନାହିଁ, ଏ ଗୋଟିଏ ବାଧ୍ୟବାଧକତା। ତେଣୁ ଅହିଂସ ପ୍ରତିବାଦ ସଫଳ ହେବ ବୋଲି ଅନେକେ ଭାବି ପାରୁନାହାନ୍ତି। କିନ୍ତୁ ୧୯୦୦ ପରଠୁ ଆମେ ଦେଖି ଆସିଛୁ ଯେ ହିଂସାକାଣ୍ଡ ତୁଳନାରେ ଅହିଂସ ଆନ୍ଦୋଳନ ବେଶି ସଫଳ ହୋଇଛି। ଆମ ଦେଶରୁ ବ୍ରିଟିଶ୍‌ ଶାସନ ହଟିଯିବା ତ ଏକ ପ୍ରକୃଷ୍ଟ ଉଦାହରଣ। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବିଦ୍ୱେଷୀ ଶାସକଙ୍କ ଆଗରେ ନେଲ୍‌ସନ୍‌ ମଣ୍ଡେଲାଙ୍କ ଲଢେଇ ସଫଳ ହେବା ମୂଳରେ ଅହିଂସ ଆନ୍ଦୋଳନ। ୧୯୦୦ରୁ ୨୦୨୧ ଭିତରେ ସାରା ପୃଥିବୀରେ ଘଟିଥିବା ସରକାର-ବିରୋଧୀ ଆନ୍ଦୋଳନର ବିଶ୍ଳେଷଣ କରି ଦୁଇଜଣ ରାଜନୀତି ବିଜ୍ଞାନର ଅଧ୍ୟାପକ ଏରିକା ଚେନ ୱେଥ୍‌ ଓ ମାରିଆ ଷ୍ଟିଫେନ୍‌ ଦର୍ଶାଇଛନ୍ତି ଯେ ଅହିଂସ ଆନ୍ଦୋଳନଗୁଡିକର ସଫଳତା ହାର ୫୩% ହୋଇଥିବା ବେଳେ ହିଂସାକାଣ୍ଡ ସହ ଆନ୍ଦୋଳନ ମାତ୍ର ୨୬% ସଫଳ ହୋଇଛି। ସଶସ୍ତ୍ର ଯୁଦ୍ଧ ତୁଳନାରେ ଅହିଂସ ଆନ୍ଦୋଳନର ସଫଳତା ହାର ଦୁଇଗୁଣ ବୋଲି ପରିସଂଖ୍ୟାନ ସଂସ୍ଥା -Nonviolent and Violent Campaigns and Outcomes, Navco, – ୧୯୦୦ରୁ ୨୦୦୬ ଯାଏ ସଂଗ୍ରହ କରିଥିବା ତଥ୍ୟାବଳୀରୁ ଏହା ହିସାବ କରିଛି। ସେତିକିରେ କଥା ସରିନାହିଁ, ନାଭକୋ ତଥ୍ୟ କହେ ଯେ ଅହିଂସ ଉପାୟରେ ସ୍ବୈରତନ୍ତ୍ରୀ ଶାସନ ବଦଳିଗଲା ପରେ ଯେଉଁ ଶାସନ ଆସେ ତାହା ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ହେବାର ସମ୍ଭାବନା ବେଶି। ସଶସ୍ତ୍ର ବିଦ୍ରୋହ ଯୋଗୁ ଯେଉଁ ନୂଆ ଶାସନ ଆସେ ତାହା ସ୍ବୈରତନ୍ତ୍ରୀ (ଡିକ୍ଟେଟରଶିପ୍‌) ହେବାର ସମ୍ଭାବନା ବେଶି ଏବଂ ନାଗରିକମାନେ ଅଧିକତର ଦମନର ଶିକାର ହେବାର ଆଶଙ୍କା ଥାଏ।
ନିନ୍ଦୁକମାନେ କହିବେ ଏପରି ପରିସଂଖ୍ୟାନଗତ (ଡାଟା) ବିଶ୍ଳେଷଣ କିଛି ପ୍ରମାଣ କରେ ନାହିଁ। ଯେଉଁ ମାର୍ଗ ବେଶି ଫଳପ୍ରଦ ହେବ ବୋଲି ଲୋକେ ଭାବନ୍ତି ସେହି ମାର୍ଗକୁ ସେମାନେ ଅନୁସରଣ କରନ୍ତି, ଅହିଂସ ହେଉ କି ହିଂସ୍ର। କେତେକ କହନ୍ତି, ପ୍ରତିପକ୍ଷ ସୈନ୍ୟବାହିନୀ ଓ ପୋଲିସ ଲଗାଇ ହିଂସାକାଣ୍ଡ କଲେ ଜନସାଧାରଣଙ୍କ ଅହିଂସା କାମ କରିବ ନାହିଁ। ଆଉ କେତେକ ସମାଲୋଚକ କହନ୍ତି- ଅହିଂସା କେବଳ ଗଣତାନ୍ତ୍ରିକ ଶାସନ କରୁଥିବା ସରକାରରେ ସଫଳ ହୁଏ, ଅତ୍ୟାଚାରୀମାନେ ତ ବଳ ପ୍ରୟୋଗ କରି ଅହିଂସ ଆନ୍ଦୋଳନକୁ ଭଣ୍ଡୁର କରନ୍ତି। ନାଭକୋ ତଥ୍ୟ ଅହିଂସ ଆନ୍ଦୋଳନର ବହୁତ ସଫଳ ଉଦାହରଣ ଦେଇଛି। ୧୯୮୬ରେ ଫିଲିପାଇନ୍ସରେ ପିପୁଲ୍‌ସ ପାୱାର ରିଭୋଲ୍ୟୁଶନ୍‌ ଏକଚ୍ଛତ୍ରବାଦୀ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍‌ଙ୍କୁ ଗାଦି ଛାଡିବାକୁ ବାଧ୍ୟ କରିଥିଲା, ସେ ଦେଶ ଛାଡି ପଳାୟନ କଲେ। ଚିଲିରେ ୧୯୮୮ରେ ଅଗଷ୍ଟୋ ପିନୋଚେଟ୍‌ଙ୍କ ସାମରିକ ଏକଚ୍ଛତ୍ରବାଦ ଶାସନକୁ ନାସ୍ତି ସୂଚକ ରେଫେରଣ୍ଡମ୍‌ ଦେଇ ସେ ଦେଶର ନାଗରିକମାନେ ଅଗଷ୍ଟୋଙ୍କୁ ହଟାଇ ଦେଲେ। ୧୯୮୯ରେ ଚେକୋସ୍ଲୋଭାକିଆରେ ଭେଲ୍‌ଭେଟ୍‌ ବିପ୍ଳବ କମ୍ୟୁନିଷ୍ଟ ସରକାରକୁ ତଡିଦେଲା, ତହିଁରୁ ଶାନ୍ତିପୂର୍ଣ୍ଣ ଭାବେ ଦୁଇଟି ସ୍ବାଧୀନ ଦେଶ ଜନ୍ମ ନେଲା – ଚେକ୍‌ ରିପବ୍ଲିକ୍‌ ଓ ସ୍ଲୋଭାକିଆ। ଅବଶ୍ୟ ଅନେକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସ୍ଥାୟୀ ଶାନ୍ତି ଆଣିନାହିଁ – ଯଥା ଟ୍ୟୁନିସିଆର ମଲ୍ଲୀ (Jasmine) ବିପ୍ଳବ। ମାତ୍ର ହିଂସ୍ର ବିପ୍ଳବ ଯେ ବେଶି ସଫଳ ହୋଇଛି ତାହାର ବିଶେଷ ପ୍ରମାଣ ନାହିଁ। ନାଭକୋ ଡାଟା ଦେଖାଉଛି ଯେ ବିଭିନ୍ନ ସାମାଜିକ, ଅର୍ଥନୈତିକ ଓ ରାଜନୀତିକ ଢାଞ୍ଚାରେ ଅର୍ଥାତ୍‌ ସବୁ ପରିସ୍ଥିତିରେ ଅହିଂସ ଅଭିଯାନ ସଫଳ ହୋଇପାରିବ। ଚେନୋଉଏଥ୍‌ ଓ ଷ୍ଟୋଫାନ୍‌ ନାମକ ଦୁଇ ଲେଖକ ସେମାନଙ୍କ ୨୦୧୧ର ବହି କାହିଁକି ‘ଆଇନ ଅମାନ୍ୟ ଆନ୍ଦୋଳନ କାମ କରେ’ ରେ ଏହା ଲେଖିଛନ୍ତି, ବହିର ନାମ ସହ ଯୋଡିଛନ୍ତି ଅହିଂସ ବିଦ୍ରୋହର ରଣକୌଶଳଗତ ଯୁକ୍ତି। ସେ ଦୁହେଁ ମାନିଛନ୍ତି – ମିଡିଆ ହିଂସାକାଣ୍ଡ ଭିଆଉଥିବା ଆନ୍ଦୋଳନକୁ ବେଶି ପ୍ରକାଶ କରିଥାଏ – ତଥାପି ଅହିଂସ ଆନ୍ଦୋଳନ ବଢିବାରେ ଲାଗିଛି, ତୁଣ୍ଡ ବାଇଦ ସହସ୍ର କୋଶ ବ୍ୟାପେ, ମିଡିଆ ଚୁପ୍‌ ରହିଥିଲେ ବି! ୧୯୮୪ ଅକ୍ଟୋବର ୩୧ରେ ରାଜୀବ ଗାନ୍ଧୀ କଲିକତାରୁ ଦିଲ୍ଲୀକୁ ଅପରାହ୍ନ ୪ଟାରେ ଫେରିବା ଯାଏ ସରକାର ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ଘୋଷଣା କରି ନ ଥିଲେ ବି କଟକ ଆଉ ଭୁବନେଶ୍ୱରରେ ଲୋକେ ସକାଳ ସାଢେ ନଅଟାରେ ଜାଣିସାରିଥିଲେ। ଯେଉଁ ଆଫ୍ରିକୀୟ ଅଞ୍ଚଳରେ ଲୋକ-ମୁଖ-ଖବର ଶୀଘ୍ର ବ୍ୟାପେ, ସେଠାରେ ବି ହିଂସାତ୍ମକ ଘରୋଇ ଯୁଦ୍ଧ ସଂଖ୍ୟା ତୁଳନାରେ ଅହିଂସ ବିପ୍ଳବ ଅଧିକ ସଫଳ ହେବା ଦେଖାଯାଏ, ଅର୍ଥାତ୍‌ ଦେଶ ବା ମହାଦେଶ ନିର୍ବିଶେଷରେ ଅହିଂସ ବିପ୍ଳବ ସଫଳ ହେବାର ସମ୍ଭାବନା ଅଧିକତର।
ହିଂସାତ୍ମକ ଆନ୍ଦୋଳନ ଅସ୍ତ୍ରଶସ୍ତ୍ର ପାଇଁ ଦେଶବାହାରର ସାହାଯ୍ୟ ଦରକାର କରେ, ଅହିଂସ ଆନ୍ଦୋଳନ ଦେଶ ଭିତରର ଜନତା ଭିତରୁ ଶକ୍ତି ସଂଗ୍ରହ କରେ। ତେଣୁ ତାହା ସଫଳ ହୁଏ ଧୀର ପାଣି ପଥର କାଟେ ନ୍ୟାୟରେ। ସଶସ୍ତ୍ରର ଅସ୍ତ୍ର ଭାଙ୍ଗି ପାରେ, ନିରସ୍ତ୍ରର ମନ ଭାଙ୍ଗିବା ସହଜ ନୁହେଁ। ଯେଉଁ ବହୁରାଷ୍ଟ୍ରୀୟ ସଂଗଠନମାନେ ତଥା ଧନୀ ରାଷ୍ଟ୍ରମାନେ ସ୍ବେଚ୍ଛାଚାରୀ ଶାସନ ବିରୋଧରେ ଜନପ୍ରତିବାଦକୁ ସାହାଯ୍ୟ କରନ୍ତି ସେମାନଙ୍କ ନୀତିକୁ ଏ ବିଶ୍ଳେଷଣ ବାଟ ଦେଖାଇବ: ହିଂସାତ୍ମକ ବିଦ୍ରୋହରେ ଲାଗିଥିବା ସଂଗଠନଗୁଡିକୁ ସାହାଯ୍ୟ ଦେବା ବନ୍ଦ କରନ୍ତୁ, ଯୁବପିଢିର ଅହିଂସ ବିଦ୍ରୋହକୁ ଉତ୍ସାହିତ କରନ୍ତୁ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri