Categories: ଜାତୀୟ

ଦିଲ୍ଲୀ ଏମସିଡି ନିର୍ବାଚନ: ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ

ନୂଆଦିଲ୍ଲୀ,୨ ।୧୨: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ବି ରାଜନୀତି ବେଶ ସରଗରମ । ଏଠାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହୋଇଯିବ । ହେଲେ ପ୍ରାର୍ଥୀ ବିନା ପ୍ରଚାରରେ ଜନତାଙ୍କ ସହ ସମ୍ପର୍କ କରିପାରିବେ ବୋଲି କୁହାଯାଇଛି । ତେବେ ମତଦାତାଙ୍କୁ ନିଜ ଆଡକୁ କରିବାକୁ ପ୍ରାର୍ଥୀଙ୍କ ନିକଟରେ ଆଉ ଖୁବ୍ କମ୍ ସମୟ ରହିଛି । ଡିସେମ୍ବର ୪ ଅର୍ଥାତ ରବିବାର ଏଠାରେ ଭୋଟ ଗ୍ରହଣ କରାଯିବ । ପ୍ରାର୍ଥୀ ଶୁକ୍ୱ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ହିଁ ଜନସଭା କରିପାରିବେ । ଏହାପରେ ଏମାନେ ନିଜ ନିର୍ବାଚନ ଚିହ୍ନ ପତାକାକୁ ଗାଡିରେ ଲଗାଇ ବୁଲି ପାରିବେ ନାହିଁ ।
ଏମସିଡି ନିର୍ବାଚନର ଇତିହାସରେ ଏହା ତୃତୀୟଥର ହେବାକୁ ଯାଉଛି ଯେ ଭୋଟ ଗ୍ରହଣର ପୂର୍ବଦିନଠାରୁ କେହି ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ । ୧୯୯୭, ୨୦୦୨ ଓ ୨୦୦୭ରେ ପାର୍ଥୀ ନିର୍ବାଚନ ପୂର୍ବଦିନ ପର୍ଯ୍ୟନ୍ତ ପ୍ରଚାର କରୁଥିଲେ । ହେଲେ ପୂର୍ବ ନିର୍ବାଚନ ଭଳି ଏଥର ବି ଦିଲ୍ଲୀ ରାଜ୍ୟ ନିର୍ବାଚନ କମିଶନ ଶାନ୍ତିପୂର୍ଣ୍ଣ ମତଦାନ ଲାଗି ଲୋକ ସଭା ଓ ବିଧାନସଭା ଭଳି ଗୋଟିଏ ଦିନ ପୂର୍ବରୁ ପ୍ରଚାର ବନ୍ଦ କରିଦେଇଛନ୍ତି ।

Share