କାର୍ଯ୍ୟକ୍ଷମ ହେବ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ

ଯାଜପୁର ଅଫିସ,୨୫ା୪: ଦେଶର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ନାସିକ କୋଭିଡ୍‌ ହସ୍ପିଟାଲରେ ବୁଧବାର ଅକ୍ସିଜେନ ଅଭାବରୁ ୨୪ ଜଣ ଏବଂ ଗତ ୪୮ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୦ଜଣ କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ ଲିଃ(ଏନ୍‌ଆଇଏନ୍‌ଏଲ୍‌)ର ଅକ୍ସିଜେନ ପ୍ଲାଣ୍ଟ ଗତ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ପଡ଼ିଛି। ଏନେଇ ଧରିତ୍ରୀରେ ଗତ ୨୩ ତାରିଖରେ ‘ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟ ଅଚଳ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହାପରେ ନୀଳାଚଳ କାରଖାନା କର୍ତ୍ତୃପକ୍ଷଙ୍କ ଚେତା ପଶିଛି। କାରଖାନାର ପରିଚାଳକ(ଏଚ୍‌ଆର୍‌ଏମ୍‌) ଏସ.କେ. ସାହୁ ଶନିବାର ଅକ୍ସିଜେନ ପ୍ଲାଣ୍ଟ ଚଳାଇବାକୁ ୧୩ ଜଣ ଅଧିକାରୀ ଓ ୧୬ ଜଣ ବୈଷୟିକ କର୍ମଚାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ନୀଳାଚଳରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯିବା ସହ ଧରିତ୍ରୀକୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏଚ୍‌ଆର୍‌ଏମ୍‌ ସାହୁଙ୍କ ନିର୍ଦ୍ଦେଶ ଅନୁସାରେ କାରଖାନା ପାୱାର ପ୍ଲାଣ୍ଟର ଡିଜିଏମ୍‌ ଚନ୍ଦ୍ରମଣି ଦାସ ଅକ୍ସିଜେନ ପ୍ଲାଣ୍ଟ ପରିଚାଳନା ଦାୟିତ୍ୱରେ ରହିବେ। ସେ ପାୱାର ପ୍ଲାଣ୍ଟର ଜିଏମ୍‌ ଅଶୋକ କୁମାର ପଣ୍ଡାଙ୍କୁ ରିପୋର୍ଟ କରିବେ। ଦାୟିତ୍ୱ ଦିଆଯାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ତୁରନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏନ୍‌ଆଇଏନ୍‌ଏଲ୍‌ରେ ୨୦୧୨ରେ ଏକ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିଲା। ଦୈନିକ ୪୧୮ ଟନ୍‌ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରୁ ୫ ପ୍ରତିଶତ ଅକ୍ସିଜେନ ହସ୍ପିଟାଲଗୁଡ଼ିକୁ ବିକ୍ରି କରିବାକୁ ଚୁକ୍ତି ରହିଥିଲା। ତଦନୁସାରେ ବୈଷୟିକ ଯନ୍ତ୍ରପାତି ସ୍ଥାପନ ହୋଇଥିଲା। ବାକି ଅକ୍ସିଜେନ କାରଖାନା କାର୍ଯ୍ୟରେ ଲାଗୁଥିଲା। ଏହି ପ୍ଲାଣ୍ଟ ପାଇଁ ୩୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ୨୦୨୦ ମାର୍ଚ୍ଚ ୩୦ରୁ ଏହି କାରଖାନା ବନ୍ଦ ରହିଥିବାରୁ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟ ବନ୍ଦ ରହିଛି। ଏଭଳି କ୍ଷେତ୍ରରେ କାରଖାନାରେ କାର୍ଯ୍ୟରତ ପ୍ରାୟ ୪ହଜାର ଅଧିକାରୀ, ଶ୍ରମିକ ଓ କର୍ମଚାରୀଙ୍କ ଜୀବନଜୀବିକା ସଙ୍କଟରେ ପଡ଼ିଛି।
କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ୧୯୮୪ରେ ଦୈତାରୀ ନିକଟରେ ଦ୍ୱିତୀୟ ଇସ୍ପାତ କାରଖାନା ସ୍ଥାପନ ପାଇଁ ଏନ୍‌ଆଇଏନ୍‌ଏଲ୍‌ କମ୍ପାନୀ ପ୍ରତିଷ୍ଠା ହୋଇଥିଲା। ତେବେ ସମୟକ୍ରମେ ଓଡ଼ିଶା ସରକାର ଏହି କାରଖାନାକୁ ଚଳାଇବା ପାଇଁ ଏମ୍‌ଏମ୍‌ଟିସିକୁ ଭାଗୀଦାରି କରିଥିଲେ। ଏହାପରେ ଜମି ଅଧିଗ୍ରହଣ କରି ୨୦୦୦ରୁ ଉତ୍ପାଦନ ଆରମ୍ଭ ହୋଇଥିଲା। ଏଥିରେ ୬୬୮ ପରିବାରଙ୍କୁ ବିସ୍ଥାପିତ କରାଯାଇ ୪୫୨ ଜଣଙ୍କୁ ନିଯୁକ୍ତି ମିଳିଥିଲା। ଏନ୍‌ଆଇଏନ୍‌ଏଲ୍‌ରେ ଥିବା ୬ ଅଂଶୀଦାରଙ୍କ ପୁଞ୍ଜି ପ୍ରତ୍ୟାହାର ହେବ ବୋଲି ୨୦୨୦ ଜାନୁୟାରୀ ୮ରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଥିଲେ। ପରିଶେଷରେ ସେହି ବର୍ଷ ମାର୍ଚ୍ଚରେ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri