‘ଦ ନାଇଟ୍‌ ମ୍ୟାନେଜର’ର ଦମ୍‌ଦାର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନିଲ କପୁର ଓ ଆଦିତ୍ୟ କପୁରଙ୍କ ଅଭିନିତ ଓ୍ବେବ ସିରିଜ୍‌ ‘ଦ ନାଇଟ ମ୍ୟାନେଜର’ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ଅନିଲ କପୁରଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଥିବା ବେଳେ ଆଦିତ୍ୟ ମଧ୍ୟ ନିଆରା ଅନ୍ଦାଜରେ ନଜର ଆସିଛନ୍ତି। ‘ଦ ନାଇଟ ମ୍ୟାନେଜର’ ହେଉଛି ସମାନ ନାମର ହଲିଉଡ ସିରିଜର ରିମେକ। ଯାହା ଏକ ଉପନ୍ୟାସର କାହାଣୀ ଉପରେ ଆଧାରିତ। ଅନିଲ ଏବଂ ଆଦିତ୍ୟଙ୍କ ଅଭିନୀତ ଏହି ସ୍ଫାଇ ଥ୍ରୀଲରର ଟ୍ରେଲରକୁ ବହୁତ ଭଲ ପ୍ରତିକ୍ରିୟା ମିଳୁଛି। ଶୁକ୍ରବାର ଏହି ଟ୍ରେଲରକୁ ଶେୟାର କରିବା ସହ ଅନିଲ କପୁର ଲେଖିଛନ୍ତି, ‘ଜଣେ ଅସ୍ତ୍ର ବ୍ୟବସାୟୀ, ନାଇଟ ମ୍ୟାନେଜର, ପ୍ରେମ ଏବଂ ପ୍ରତାରଣାର ବିପଦପୂର୍ଣ୍ଣ ଖେଳକୁ ନେଇ ଏହି ଓ୍ବେବ ସିରିଜ୍‌ ଆଧାରିତ ହୋଇଛି। ଇଟ୍ସ ଶୋ’ ଟାଇମ୍‌। ସୂଚନା ମୁତାବକ, ସନ୍ଦୀପ ମୋଦିଙ୍କ ନିର୍ଦ୍ଦେଶିତ ଏହି ସିରିଜ୍‌ ଫେବୃଆରୀ ୧୭ରୁ ଡିଜନି ପ୍ଲସ ହଟ୍‌ଷ୍ଟାରରେ ଷ୍ଟ୍ରିମିଂ ଆରମ୍ଭ ହେବ। ଏହି ସରିଜ୍‌ର ଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ଏଥିରେ ଅନିଲ କପୁରଙ୍କ ବ୍ୟତୀତ ଆଦିତ୍ୟ ରୟ କପୁର, ସୋବିତା ଧୁଲିପାଲା, ରବି ବେହେଲ, ଶାଶ୍ୱତ ଚାଟାର୍ଜୀ, ଆରିସ୍ତା ସିଂ ମେହାତ, ତିଲୋତ୍ତମା ଶୋମ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।

 

Share