Categories: ଜାତୀୟ

ଲାଲୁଙ୍କୁ ମିଳିଲା ନାହିଁ ଜାମିନ

ରାଞ୍ଚି,୨୭ ।୧୧: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଛି । ଏହି ସମୟରେ ଲାଲୁଙ୍କ ଓକିଲ ସିବିଆଇର ଜବାବରେ ହେପାଜତର ଯାଞ୍ଚ ପାଇଁ ସମୟ ମାଗିଥିଲେ । ଫଳରେ କୋର୍ଟ ଏହାର ପରବର୍ତ୍ତି ଶୁଣାଣିକୁ ୧୧ ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ସୂଚନାଯୋଗ୍ୟ, ସିବିଆଇ ୩୪ ମାସ ଦେଇଥିବା ବେଳେ ଲାଲୁ ୪୨ ମାସ ୮ ଦିନ ବୋଲି କହୁଛନ୍ତି । ପୂର୍ବରୁ ସିବିଆଇ କହୁଥିଲା ଯେ ଲାଲୁ ପ୍ରସାଦ ଯାଦବଙ୍କୁ ହୋଇଥିବା ସଜ୍ଜାର ଅଧା ଅଂଶ ସେ ଜେଲ୍‌ରେ କାଟି ନାହାନ୍ତି । ଏବେ ସିବିଆଇ ହାତରେ ଆଉ ଏକ ଅଭିଯୋଗ ଲାଗିଛି ଯେ ଜେଲ୍‌ରେ ଥାଇ ଲାଲୁ ବିହାର ବିଧାୟକଙ୍କ ସହ କଥା ହେଉଛନ୍ତି ।

Share