ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ମୁଣ୍ଡଳିରେ ମଙ୍ଗଳବାର ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ। ତେଣୁ ଆଗାମୀ ୪୮ ଘଣ୍ଟା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି। ତଣୁ ନଦୀ ବନ୍ଧକୁ ଜଗିବା ଜରୁରୀ ବୋଲି ସେ ସୂଚନା ଦେଇଛନ୍ତି।
ସୋମବାର ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ୧୨.୦୬ ଲକ୍ଷ କ୍ୟୁସେକ ପାଣି ପାସ କରିଛି । ଏହି ପାଣି ମଙ୍ଗଳବାର ସାରେ ମୁଣ୍ଡଳିରେ ପହଞ୍ଚିବ। ସାରେ ମୁଣ୍ଡଳିରେ ସର୍ବାଧିକ ସାଢ଼େ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରିପାରେ। ତେଣୁ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସ୍‌ଆର୍‌ସି ଜେନା କହିଛନ୍ତି ।