ଖବରକାଗଜ ବିତରକ ଉଡାଇଲେ ତ୍ରିରଙ୍ଗା

ବରଗଡ଼ ଅଫିସ,୧୫।୮: ବରଗଡ଼ ଜିଲା ଖବରକାଗଜ ବିତରକ ସଂଘ ପକ୍ଷରୁ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧୀଛକସ୍ଥିତ ନବରତ୍ନ ମିଡିଆ ସମ୍ମୁଖରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ବରଗଡ଼ ପୌରପରିଷଦର ପୂର୍ବତନ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି। ଏଥିରେ ବରଗଡ଼ ସହରର ସମସ୍ତ ଖବରକାଗଜ ବିତରକ ଉପସ୍ଥିତ ଥିଲେ।