ଖବରକାଗଜ ଓ ଆମେ

ଭାରତ ସ୍ବାଧୀନ ହେବାର ୭୭ ବର୍ଷ ପରେ ଏବେ ଖବରକାଗଜ ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା ଆନ୍ଦୋଳନକୁ ଆହୁରି ସକ୍ରିୟ କରିବାକୁ ଖବରକାଗଜକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା। ସ୍ବାଧୀନତା ପରେ ମଧ୍ୟ ଖବରକାଗଜକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଉଦାହରଣ ଦିଆଯାଉଥିଲା। ମାତ୍ର ଖବରକାଗଜ ବା ମୁଦ୍ରଣ ଗଣମାଧ୍ୟମ ଏବେ ସଙ୍କଟରେ ବୋଲି କୁହାଗଲାଣି। ଖବରକାଗଜର ଇତିହାସ ବେଶ୍‌ ଉଜ୍ଜ୍ୱଳ ମନେ ହୋଇଥାଏ। ଅଷ୍ଟାଦଶ ଶତାବ୍ଦୀରେ ପ୍ରଥମ ଭାରତୀୟ ଖବରକାଗଜ ଭାବେ ବେଙ୍ଗଲ ଗେଜେଟ୍‌ ବା କାଲକାଟା ଜେନେରାଲ୍‌ ଆଡ୍‌ଭର୍ଟାଇଜର ଇଂଲିଶ ଭାଷାରେ ତତ୍କାଳୀନ କଲିକତା ଓ ଏବେର କୋଲକାତା ମହାନଗରରୁ ପ୍ରକାଶ ପାଇଥିଲା। ଏହାପରେ ୧୭୮୯ ମସିହାରେ ବମ୍ବେ (ଏବର ମୁମ୍ବାଇ) ରୁ ପ୍ରକାଶିତ ହୋଇଥିଲା ‘ବମ୍ବେ ଭେରାଇଡ୍‌’ ଯାହା ପରବର୍ତ୍ତୀ ବର୍ଷ ‘ବମ୍ବେ କୋରିଅ’ ଭାବେ ପ୍ରକାଶ ଲାଭ କରିଥିଲା ଓ ପରେ ଇଂଲିଶ ଭାଷାର ଖବରକାଗଜ ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ରେ ୧୮୬୧ରେ ଏହାର ମିଶ୍ରଣ ଘଟିଥିଲା।
ଭାରତରେ ବଙ୍ଗଳା ଭାଷାରେ ପ୍ରଥମ ଆଞ୍ଚଳିକ ଖବରକାଗଜ ଭାବେ ୧୮୧୮ ମେ ୨୩ରେ ସମାଚାର ଦର୍ପଣ ପ୍ରକାଶ ପାଇବା ପରେ ହିନ୍ଦୀ ଭାଷାରେ ପ୍ରଥମ ଖବରକାଗଜ ‘ସମାଚାର ସୁଧା ଦର୍ପଣ’ ୧୮୫୪ରେ ପ୍ରକାଶ ପାଇଥିଲା । ଏହା ପରେ କନ୍ନଡ଼, ମାଲୟାଲମ୍‌, ତାମିଲ୍‌ ପ୍ରଭୃତି ଭାଷାରେ ଖବରକାଗଜ ପ୍ରକାଶିତ ହୋଇଥିଲା ଓ ପ୍ରକୃତରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ସାପ୍ତାହିକ ଖବରକାଗଜ ଭାବେ ୪ ଅଗଷ୍ଟ ୧୮୬୬ରେ ମୁଦ୍ରିତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା। ଗୌରୀଶଙ୍କର ରାୟ ଏହାର ସମ୍ପାଦକ ଥିଲେ। ପରେ ପରେ ‘ସମାଜ’, ‘ଦୈନିକ ଆଶା’, ‘ପ୍ରଜାତନ୍ତ୍ର’ ଓ ଅନ୍ୟାନ୍ୟ ଖବରକାଗଜ ଆଦୃତ ହୋଇଥିଲା। ଏବେ ଏକବିଂଶ ଶତାବ୍ଦୀରେ ‘ସମାଜ’ ଏକଶତ ବର୍ଷରୁ ଊର୍ଦ୍ଧ୍ୱ ପୁରାତନ ଖବରକାଗଜ ଭାବେ ଓଡ଼ିଆ ପାଠକଙ୍କ ପ୍ରତିନିଧିତ୍ୱ କରି ଆସୁଥିବା ବେଳେ ଏବେ ଅନେକ ପ୍ରତିଷ୍ଠିତ ଖବରକାଗଜ ନିଜର ସ୍ଥିତି ବଜାୟ ରଖିପାରିଛନ୍ତି। ଆହୁରି ଅନେକ ଓଡ଼ିଆ ଦୈନିକ ଖବରକାଗଜ ଅଛି, ଯାହାର ନାମ ସବୁକୁ ଆଲୋଚନା କରାଯାଇ ପାରନ୍ତା।
ସାପ୍ତାହିକ ଖବରକାଗଜ ଭାବେ ‘ରାଷ୍ଟ୍ରଦୀପ’, ଅନ୍ୟାନ୍ୟ ସାପ୍ତାହିକ ଖବରକାଗଜ ଓ ମାସିକ ଓଡ଼ିଆ ପତ୍ରିକା ଭାବେ ଶୈଳବାଳା ମିଶ୍ରଙ୍କ ସଂଯୋଜନାରେ ‘ସମାରୋହ’, ପ୍ରଭାସ ଆଚାର୍ଯ୍ୟଙ୍କ ସମ୍ପାଦନାରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’, ଡ. ଭର୍ତ୍ତୃହରି ମହତାବଙ୍କ ସମ୍ପାଦନାରେ ‘ଝଙ୍କାର’, ଇତି ସାମନ୍ତଙ୍କ ସମ୍ପାଦନାରେ ‘କାଦମ୍ବିନୀ’, ସୁଦତ୍ତା ପଟ୍ଟନାୟକଙ୍କ ସମ୍ପାଦନାରେ ‘ପୌରୁଷ’ ପ୍ରଭୃତି ପ୍ରକାଶ ପାଇଚାଲିଛି। ଏସବୁ ପତ୍ରିକା ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଛି।
କରୋନା ମହାମାରୀ ପରେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଖବରକାଗଜ ଓ ପତ୍ରପତ୍ରିକାର ପ୍ରକାଶନ ଏବଂ ବିତରଣ କ୍ଷେତ୍ରରେ ସଙ୍କଟ ଦେଖାଯାଇଥିଲା। ମାତ୍ର ଏବେ ସେପରି ଅବସ୍ଥା ନାହିଁ। ବର୍ତ୍ତମାନ ମୁଦ୍ରଣ ଗଣମାଧ୍ୟମ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛି ବିଭିନ୍ନ ଘରୋଇ ଟିଭି ଚାନେଲ୍‌। ଏବେ ସେହି ସବୁ ଘରୋଇ ଓ ସରକାରୀ ଟିଭି ଚାନେଲ୍‌କୁ ବା ତଡ଼ିତ ଗଣମାଧ୍ୟମକୁ ପଛରେ ପକାଇ ପାରିଛି ବିଭିନ୍ନ ସାମାଜିକ ଗଣମାଧ୍ୟମ। ମୋବାଇଲ୍‌ର ପ୍ରଚଳନ ବହୁ ସଂଖ୍ୟାରେ ହେବାରୁ ମୋବାଇଲ୍‌ ଯୋଗେ ବିଭିନ୍ନ ଆମୋଦପ୍ରମୋଦ ବ୍ୟବସ୍ଥା ସମେତ ଖବର ତଥା ଅନ୍ୟାନ୍ୟ ସୂଚନା ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛି। ‘ହ୍ବାଟ୍‌ସ ଆପ୍‌’ ପରେ ସବୁଠାରୁ ବେଶି ଆଦୃତ ସାମାଜିକ ଗଣମାଧ୍ୟମ ହେଉଛି ‘ଫେସ୍‌ ବୁକ୍‌’। ସାରା ବିଶ୍ୱରେ ଏମ୍‌ଓଏମ୍‌ ନିୟୁତ ବ୍ୟକ୍ତି ଚଳିତ ବର୍ଷ (୨୦୨୪ରେ) ଏହି ‘ଫେସ୍‌ବୁକ୍‌’ ସହିତ ଯୋଡ଼ି ହୋଇ ରହିଛନ୍ତି। ଏହା ପଛକୁ ‘ଇନ୍‌ଷ୍ଟାଗ୍ରାମ୍‌’ ରହିଛି। ଅଳ୍ପ କେତେକ ଗ୍ରାହକ ଟୁଇଟରରେ ଥିଲେ ମଧ୍ୟ ଟୁଇଟର ଏତେଟା ପ୍ରଭାବଶାଳୀ ହୋଇପାରିନାହିଁ।
ଏବେ ମୁଦ୍ରଣ ଗଣମାଧ୍ୟମର ମାଲିକ ଓ ସାମ୍ବାଦିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ବା ରାଜ୍ୟ ସରକାର ତଥା ଖବରକାଗଜ ମାଲିକମାନେ ଏଥିପ୍ରତି ସଚେତନ ହୋଇପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ଯେଉଁ ସାମ୍ବାଦିକମାନେ ସାମ୍ବାଦିକ ସଂଘ ଗଠନ କରିଛନ୍ତି, ସେମାନେ ସାମ୍ବାଦିକ ବା ଖବରକାଗଜ କର୍ମଚାରୀଙ୍କ ସ୍ବାର୍ଥରକ୍ଷା ଲାଗି ଏବେ କୌଣସି ସକ୍ରିୟ ଭୂମିକାରେ ଥିବାପରି ମନେ ହେଉନାହିଁ। ଅବଶ୍ୟ ବିଭିନ୍ନ ସଭା ସମିତି, ଧାରଣା, ଆଲୋଚନାଚକ୍ରରେ ସେମାନେ ବ୍ୟସ୍ତ ରହୁଛନ୍ତି।
ଖବରକାଗଜ ବା ଏହାର ସାମ୍ବାଦିକତା ସ୍ବାଧୀନତା ମଧ୍ୟ ସଙ୍କୁଚିତ ହୋଇଥିବା ପରି ମନେ ହେଉଛି। ଖବରକାଗଜକୁ ନିୟନ୍ତ୍ରଣ କରିବାକୁ ୧୯୬୬ ମସିହା ନଭେମ୍ବର ୧୬ ତାରିଖରୁ ଭାରତ ସରକାର ପ୍ରେସ୍‌ କାଉନ୍‌ସିଲ୍‌ ସଂସ୍ଥା ଆରମ୍ଭ କରିଥିଲେ। ସେହି ଦିବସଟି ଅର୍ଥାତ୍‌ ନଭେମ୍ବର ୧୬କୁ ଆମେ ପ୍ରେସ୍‌ ଦିବସ ଭାବେ ପାଳନ କରିଆସୁଛୁ। ସର୍ବଭାରତୀୟ ସ୍ତରରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଯାହା କି ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି, ତାହାର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଅଛନ୍ତି। ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି।
ସାଧାରଣ ସମ୍ପାଦକ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର
ମୋ: ୯୧୭୮୪୪୧୭୧୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?