ଖବରକାଗଜ ଓ ଆମେ

ଭାରତ ସ୍ବାଧୀନ ହେବାର ୭୭ ବର୍ଷ ପରେ ଏବେ ଖବରକାଗଜ ଉପରେ ସମୀକ୍ଷା କରିବାର ଆବଶ୍ୟକତା ଅନୁଭୂତ ହେଉଛି। ସ୍ବାଧୀନତା ଲାଭ ପୂର୍ବରୁ ଭାରତର ସ୍ବାଧୀନତା ଆନ୍ଦୋଳନକୁ ଆହୁରି ସକ୍ରିୟ କରିବାକୁ ଖବରକାଗଜକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା। ସ୍ବାଧୀନତା ପରେ ମଧ୍ୟ ଖବରକାଗଜକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଉଦାହରଣ ଦିଆଯାଉଥିଲା। ମାତ୍ର ଖବରକାଗଜ ବା ମୁଦ୍ରଣ ଗଣମାଧ୍ୟମ ଏବେ ସଙ୍କଟରେ ବୋଲି କୁହାଗଲାଣି। ଖବରକାଗଜର ଇତିହାସ ବେଶ୍‌ ଉଜ୍ଜ୍ୱଳ ମନେ ହୋଇଥାଏ। ଅଷ୍ଟାଦଶ ଶତାବ୍ଦୀରେ ପ୍ରଥମ ଭାରତୀୟ ଖବରକାଗଜ ଭାବେ ବେଙ୍ଗଲ ଗେଜେଟ୍‌ ବା କାଲକାଟା ଜେନେରାଲ୍‌ ଆଡ୍‌ଭର୍ଟାଇଜର ଇଂଲିଶ ଭାଷାରେ ତତ୍କାଳୀନ କଲିକତା ଓ ଏବେର କୋଲକାତା ମହାନଗରରୁ ପ୍ରକାଶ ପାଇଥିଲା। ଏହାପରେ ୧୭୮୯ ମସିହାରେ ବମ୍ବେ (ଏବର ମୁମ୍ବାଇ) ରୁ ପ୍ରକାଶିତ ହୋଇଥିଲା ‘ବମ୍ବେ ଭେରାଇଡ୍‌’ ଯାହା ପରବର୍ତ୍ତୀ ବର୍ଷ ‘ବମ୍ବେ କୋରିଅ’ ଭାବେ ପ୍ରକାଶ ଲାଭ କରିଥିଲା ଓ ପରେ ଇଂଲିଶ ଭାଷାର ଖବରକାଗଜ ‘ଟାଇମ୍‌ସ ଅଫ୍‌ ଇଣ୍ଡିଆ’ରେ ୧୮୬୧ରେ ଏହାର ମିଶ୍ରଣ ଘଟିଥିଲା।
ଭାରତରେ ବଙ୍ଗଳା ଭାଷାରେ ପ୍ରଥମ ଆଞ୍ଚଳିକ ଖବରକାଗଜ ଭାବେ ୧୮୧୮ ମେ ୨୩ରେ ସମାଚାର ଦର୍ପଣ ପ୍ରକାଶ ପାଇବା ପରେ ହିନ୍ଦୀ ଭାଷାରେ ପ୍ରଥମ ଖବରକାଗଜ ‘ସମାଚାର ସୁଧା ଦର୍ପଣ’ ୧୮୫୪ରେ ପ୍ରକାଶ ପାଇଥିଲା । ଏହା ପରେ କନ୍ନଡ଼, ମାଲୟାଲମ୍‌, ତାମିଲ୍‌ ପ୍ରଭୃତି ଭାଷାରେ ଖବରକାଗଜ ପ୍ରକାଶିତ ହୋଇଥିଲା ଓ ପ୍ରକୃତରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ସାପ୍ତାହିକ ଖବରକାଗଜ ଭାବେ ୪ ଅଗଷ୍ଟ ୧୮୬୬ରେ ମୁଦ୍ରିତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା। ଗୌରୀଶଙ୍କର ରାୟ ଏହାର ସମ୍ପାଦକ ଥିଲେ। ପରେ ପରେ ‘ସମାଜ’, ‘ଦୈନିକ ଆଶା’, ‘ପ୍ରଜାତନ୍ତ୍ର’ ଓ ଅନ୍ୟାନ୍ୟ ଖବରକାଗଜ ଆଦୃତ ହୋଇଥିଲା। ଏବେ ଏକବିଂଶ ଶତାବ୍ଦୀରେ ‘ସମାଜ’ ଏକଶତ ବର୍ଷରୁ ଊର୍ଦ୍ଧ୍ୱ ପୁରାତନ ଖବରକାଗଜ ଭାବେ ଓଡ଼ିଆ ପାଠକଙ୍କ ପ୍ରତିନିଧିତ୍ୱ କରି ଆସୁଥିବା ବେଳେ ଏବେ ଅନେକ ପ୍ରତିଷ୍ଠିତ ଖବରକାଗଜ ନିଜର ସ୍ଥିତି ବଜାୟ ରଖିପାରିଛନ୍ତି। ଆହୁରି ଅନେକ ଓଡ଼ିଆ ଦୈନିକ ଖବରକାଗଜ ଅଛି, ଯାହାର ନାମ ସବୁକୁ ଆଲୋଚନା କରାଯାଇ ପାରନ୍ତା।
ସାପ୍ତାହିକ ଖବରକାଗଜ ଭାବେ ‘ରାଷ୍ଟ୍ରଦୀପ’, ଅନ୍ୟାନ୍ୟ ସାପ୍ତାହିକ ଖବରକାଗଜ ଓ ମାସିକ ଓଡ଼ିଆ ପତ୍ରିକା ଭାବେ ଶୈଳବାଳା ମିଶ୍ରଙ୍କ ସଂଯୋଜନାରେ ‘ସମାରୋହ’, ପ୍ରଭାସ ଆଚାର୍ଯ୍ୟଙ୍କ ସମ୍ପାଦନାରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’, ଡ. ଭର୍ତ୍ତୃହରି ମହତାବଙ୍କ ସମ୍ପାଦନାରେ ‘ଝଙ୍କାର’, ଇତି ସାମନ୍ତଙ୍କ ସମ୍ପାଦନାରେ ‘କାଦମ୍ବିନୀ’, ସୁଦତ୍ତା ପଟ୍ଟନାୟକଙ୍କ ସମ୍ପାଦନାରେ ‘ପୌରୁଷ’ ପ୍ରଭୃତି ପ୍ରକାଶ ପାଇଚାଲିଛି। ଏସବୁ ପତ୍ରିକା ପାଠକମାନଙ୍କ ଦ୍ୱାରା ବେଶ୍‌ ଆଦୃତ ହୋଇଛି।
କରୋନା ମହାମାରୀ ପରେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଖବରକାଗଜ ଓ ପତ୍ରପତ୍ରିକାର ପ୍ରକାଶନ ଏବଂ ବିତରଣ କ୍ଷେତ୍ରରେ ସଙ୍କଟ ଦେଖାଯାଇଥିଲା। ମାତ୍ର ଏବେ ସେପରି ଅବସ୍ଥା ନାହିଁ। ବର୍ତ୍ତମାନ ମୁଦ୍ରଣ ଗଣମାଧ୍ୟମ ସହିତ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛି ବିଭିନ୍ନ ଘରୋଇ ଟିଭି ଚାନେଲ୍‌। ଏବେ ସେହି ସବୁ ଘରୋଇ ଓ ସରକାରୀ ଟିଭି ଚାନେଲ୍‌କୁ ବା ତଡ଼ିତ ଗଣମାଧ୍ୟମକୁ ପଛରେ ପକାଇ ପାରିଛି ବିଭିନ୍ନ ସାମାଜିକ ଗଣମାଧ୍ୟମ। ମୋବାଇଲ୍‌ର ପ୍ରଚଳନ ବହୁ ସଂଖ୍ୟାରେ ହେବାରୁ ମୋବାଇଲ୍‌ ଯୋଗେ ବିଭିନ୍ନ ଆମୋଦପ୍ରମୋଦ ବ୍ୟବସ୍ଥା ସମେତ ଖବର ତଥା ଅନ୍ୟାନ୍ୟ ସୂଚନା ଏବେ ସାମାଜିକ ଗଣମାଧ୍ୟମ ଜରିଆରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛି। ‘ହ୍ବାଟ୍‌ସ ଆପ୍‌’ ପରେ ସବୁଠାରୁ ବେଶି ଆଦୃତ ସାମାଜିକ ଗଣମାଧ୍ୟମ ହେଉଛି ‘ଫେସ୍‌ ବୁକ୍‌’। ସାରା ବିଶ୍ୱରେ ଏମ୍‌ଓଏମ୍‌ ନିୟୁତ ବ୍ୟକ୍ତି ଚଳିତ ବର୍ଷ (୨୦୨୪ରେ) ଏହି ‘ଫେସ୍‌ବୁକ୍‌’ ସହିତ ଯୋଡ଼ି ହୋଇ ରହିଛନ୍ତି। ଏହା ପଛକୁ ‘ଇନ୍‌ଷ୍ଟାଗ୍ରାମ୍‌’ ରହିଛି। ଅଳ୍ପ କେତେକ ଗ୍ରାହକ ଟୁଇଟରରେ ଥିଲେ ମଧ୍ୟ ଟୁଇଟର ଏତେଟା ପ୍ରଭାବଶାଳୀ ହୋଇପାରିନାହିଁ।
ଏବେ ମୁଦ୍ରଣ ଗଣମାଧ୍ୟମର ମାଲିକ ଓ ସାମ୍ବାଦିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ବା ରାଜ୍ୟ ସରକାର ତଥା ଖବରକାଗଜ ମାଲିକମାନେ ଏଥିପ୍ରତି ସଚେତନ ହୋଇପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା। ଯେଉଁ ସାମ୍ବାଦିକମାନେ ସାମ୍ବାଦିକ ସଂଘ ଗଠନ କରିଛନ୍ତି, ସେମାନେ ସାମ୍ବାଦିକ ବା ଖବରକାଗଜ କର୍ମଚାରୀଙ୍କ ସ୍ବାର୍ଥରକ୍ଷା ଲାଗି ଏବେ କୌଣସି ସକ୍ରିୟ ଭୂମିକାରେ ଥିବାପରି ମନେ ହେଉନାହିଁ। ଅବଶ୍ୟ ବିଭିନ୍ନ ସଭା ସମିତି, ଧାରଣା, ଆଲୋଚନାଚକ୍ରରେ ସେମାନେ ବ୍ୟସ୍ତ ରହୁଛନ୍ତି।
ଖବରକାଗଜ ବା ଏହାର ସାମ୍ବାଦିକତା ସ୍ବାଧୀନତା ମଧ୍ୟ ସଙ୍କୁଚିତ ହୋଇଥିବା ପରି ମନେ ହେଉଛି। ଖବରକାଗଜକୁ ନିୟନ୍ତ୍ରଣ କରିବାକୁ ୧୯୬୬ ମସିହା ନଭେମ୍ବର ୧୬ ତାରିଖରୁ ଭାରତ ସରକାର ପ୍ରେସ୍‌ କାଉନ୍‌ସିଲ୍‌ ସଂସ୍ଥା ଆରମ୍ଭ କରିଥିଲେ। ସେହି ଦିବସଟି ଅର୍ଥାତ୍‌ ନଭେମ୍ବର ୧୬କୁ ଆମେ ପ୍ରେସ୍‌ ଦିବସ ଭାବେ ପାଳନ କରିଆସୁଛୁ। ସର୍ବଭାରତୀୟ ସ୍ତରରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଯାହା କି ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି, ତାହାର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଅଛନ୍ତି। ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି।
ସାଧାରଣ ସମ୍ପାଦକ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର
ମୋ: ୯୧୭୮୪୪୧୭୧୭


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri