ଏହି ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦ ଖବର ଭାଙ୍ଗିିଥିଲା ପ୍ରଶଂସକଙ୍କ ହୃଦୟ : ୧୬ ବର୍ଷ ସମ୍ପର୍କ ପରେ…

ଫିଲ୍ମ ଇଣ୍ଡଷ୍ଟ୍ରି ଏପରି ଏକ ସ୍ଥାନ ଯେଉଁଠାରେ ସମ୍ପର୍କ ଯୋଡ଼ିବା ବା ଛିଡ଼ିବା ଖବର ପ୍ରଶଂସକଙ୍କୁ ସର୍ବଦା ଆଶ୍ଚର୍ଯ୍ୟ କରିଥାଏ। ଏହି ସମ୍ପର୍କ ଗଢ଼ିବା ପାଇଁ ଅନେକ ସମୟ ଲାଗିଥାଏ ହେଲେ ଭାଙ୍ଗିବାକୁ ଖୁବ କମ ସମୟ ନେଇଥାଏ। ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି ଅନେକ ଦମ୍ପତି ଅଛନ୍ତି, ଯାହାଙ୍କ ବିବାହ ବିଚ୍ଛେଦ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ତେବେ ବିବାହ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଥିବା ଏବଂ ତାଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିବା ସେଲିବ୍ରିଟିଙ୍କ ମଧ୍ୟରୁ ପ୍ରଭୁଦେବା ଅନ୍ୟତମ …

ପ୍ରଭୁଦେବା ରାମଲାଥ

ବଲିଉଡରୁ ସାଉଥ ସିନେମା ପର୍ଯ୍ୟନ୍ତ ଡ୍ୟାନ୍ସ ପାଇଁ ଜଣାଶୁଣା ପ୍ରଭୁଦେବା ଜଣେ ସଫଳ କୋରିଓଗ୍ରାଫର, ଏହା ସହ ଜଣେ ସଫଳ ନିର୍ଦ୍ଦେଶକ । କିନ୍ତୁ ପରଦାରେ ସଫଳତା ପାଇଥିବା ପ୍ରଭୁଦେବାଙ୍କ ବିବାହିତ ଜୀବନ ସଫଳ ହୋଇନଥିଲା। ୧୯୯୫ରେ ରାମଲଥଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ପ୍ରଭୁଦେବା। ୨୦୧୧ରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହି ଦୁଇଜଣଙ୍କର ସମ୍ପର୍କ ୧୬ ବର୍ଷ ଧରି ଭଲରେ ଚାଲିଥିଲା। କିନ୍ତୁ ପାରସ୍ପରିକ ମତଭେଦ ହେତୁ ସେମାନେ ଅଲଗା ହୋଇଗଲେ। ପରେ ଅଭିନେତ୍ରୀ ନୟନତାରାଙ୍କ ସହ ପ୍ରଭୁଦେବାଙ୍କ ନାମ ଯୋଡ଼ା ଯାଇଥିଲା।

Share