ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ ପରେ ଅନ୍ତ ଘଟାଇ କୁନ୍ଦୁରା ବ୍ଲକକୁ ମିଳିଛି ନୂତନ ଅଧ୍ୟକ୍ଷା ପଦବୀ। ଗତ ଦିନରେ ଅଧ୍ୟକ୍ଷା ପଦବୀକୁ ନେଇ କୁନ୍ଦୁରା ବ୍ଲକ ଅତି ସମ୍ବେଦନଶୀଳ ଅବସ୍ଥାରେ ରହିଥିବା ବେଳେ ତା’ର ଅନ୍ତ ଘଟିଛି। ରାଜେଶ୍ୱରୀ ପରିଜା ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଗଦେରୀ ପଞ୍ଚାୟତରୁ ସମିତି ସଭ୍ୟାରେ ବହୁମତ ପାଇ ଦଳର ସମର୍ଥନରେ କୁନ୍ଦୁରା ବ୍ଲକର ୨୨ତମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ଏହାର ଠିକ୍‌ ମାସେ ପରେ ଅଧ୍ୟକ୍ଷା ନିଜର ମନମୁଖୀ ଶାସନ କରୁଥିବା ନେଇ ରାଜେଶ୍ୱରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏହାକୁ ନେଇ ପ୍ରଶାସନ ଭୋଟିଂ ବ୍ୟବସ୍ଥା କରିଥିବା ବେଳେ ପୂର୍ବଦିନ ରାଜେଶ୍ୱରୀ ପରିଜା ଅଧ୍ୟକ୍ଷା ପଦବୀରୁ ଜୟପୁର ଉପଜିଲାପାଳଙ୍କ ନିକଟରେ ଇସ୍ତଫାପତ୍ର ଦେଇଥିଲେ। ଏହାପରେ ୮ ଜଣ ସମିତି ସଭ୍ୟା ସଭ୍ୟ ନିର୍ଦଳୀୟ ଭାବେ ରହି ସ୍ବାଧୀନ ପ୍ରାର୍ଥୀ ସମର୍ଥନରେ ଅଧ୍ୟକ୍ଷା ନିର୍ବାଚନ ନେଇ ସମ୍ମତି ଜଣାଇଥିଲେ। ବର୍ତ୍ତମାନ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ବାଣୁଆଗୁଡ଼ା ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। କୁନ୍ଦୁରା ବ୍ଲକରେ ଇତି ମଧ୍ୟରେ କିଛିଦିନ ଧରି ବ୍ୟବସ୍ଥା ଚଳାଇବାକୁ ଉପାଧ୍ୟକ୍ଷଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ନୂତନ ଦାୟିତ୍ୱ ନେବା ପରେ କୁନ୍ଦୁରା ବ୍ଲକ ରୂପରେଖ ଅବସ୍ଥା ସୁଧାରିବା ନେଇ ଯେତିକି ଦିନ ଦାୟିତ୍ୱରେ ରହିବି ସୂଚାରୁରୂପେ ସମ୍ପନ୍ନ କରିବି ବୋଲି ନବନିର୍ବାଚିତ ଅଧ୍ୟକ୍ଷା ବନିତା କାନ୍ଦଲିଆ କହିଛନ୍ତି। ଏହାକୁ ନେଇ ଉପାଧ୍ୟକ୍ଷ ତରୁଣୀସେନ ବିଷୋୟୀ, ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ, ଏମ୍‌ପି ପ୍ରତିନିଧି ତୁଷାର ଭଟ୍ଟ, ପ୍ରକାଶ ପଟ୍ଟନାୟକ, ସମିତିସଭ୍ୟା ମମତା ଭଟ୍ଟ, ମମିତା ହରିଜନ, ସୁବର୍ଣ୍ଣ ନାୟକ, ସଦନ ମୁଦୁଲି, ଗୁପ୍ତ ଅଡାରୀ,ସରପଞ୍ଚ ରାମଚନ୍ଦ୍ର ବାଣୁଆ, ଭାନୁମତି ମସିଆ, ଡମ୍ବୁରୁ ପୂଜାରୀ, ଶିବ ପ୍ରଧାନୀ,ଗୁପ୍ତ ନାୟକ, ବୁଲୁ ସାହୁ, ଗୁପ୍ତ ହରିଜନ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇଥିଲେ। ଏଥି ସହିତ ବ୍ଲକ କର୍ମଚାରୀମାନେ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

ଘୁମୁସର ବନଖଣ୍ଡରେ ଚିନ୍ତା ବଢ଼ାଉଛି ଅସୁସ୍ଥ ହାତୀ, ଆଦର୍ଶ ବିଦ୍ୟାଳୟ ଫାଟକ ଭାଙ୍ଗିଲେ…

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛିଦିନ ହେବ ଏକ ମାଈ ହାତୀ ଅସୁସ୍ଥ ହୋଇ ଏକୁଟିଆ ଘୁରି ବୁଲୁଛି। ଅଧିକାଂଶ…

ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ ।…

ସ୍ବାସ୍ଥ୍ୟସେବାରେ ଅବଦାନ ପାଇଁ ପୁରସ୍କୃତ ହେଲେ କର୍ମଚାରୀ

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri