ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ ପରେ ଅନ୍ତ ଘଟାଇ କୁନ୍ଦୁରା ବ୍ଲକକୁ ମିଳିଛି ନୂତନ ଅଧ୍ୟକ୍ଷା ପଦବୀ। ଗତ ଦିନରେ ଅଧ୍ୟକ୍ଷା ପଦବୀକୁ ନେଇ କୁନ୍ଦୁରା ବ୍ଲକ ଅତି ସମ୍ବେଦନଶୀଳ ଅବସ୍ଥାରେ ରହିଥିବା ବେଳେ ତା’ର ଅନ୍ତ ଘଟିଛି। ରାଜେଶ୍ୱରୀ ପରିଜା ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଗଦେରୀ ପଞ୍ଚାୟତରୁ ସମିତି ସଭ୍ୟାରେ ବହୁମତ ପାଇ ଦଳର ସମର୍ଥନରେ କୁନ୍ଦୁରା ବ୍ଲକର ୨୨ତମ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ। କିନ୍ତୁ ଏହାର ଠିକ୍‌ ମାସେ ପରେ ଅଧ୍ୟକ୍ଷା ନିଜର ମନମୁଖୀ ଶାସନ କରୁଥିବା ନେଇ ରାଜେଶ୍ୱରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏହାକୁ ନେଇ ପ୍ରଶାସନ ଭୋଟିଂ ବ୍ୟବସ୍ଥା କରିଥିବା ବେଳେ ପୂର୍ବଦିନ ରାଜେଶ୍ୱରୀ ପରିଜା ଅଧ୍ୟକ୍ଷା ପଦବୀରୁ ଜୟପୁର ଉପଜିଲାପାଳଙ୍କ ନିକଟରେ ଇସ୍ତଫାପତ୍ର ଦେଇଥିଲେ। ଏହାପରେ ୮ ଜଣ ସମିତି ସଭ୍ୟା ସଭ୍ୟ ନିର୍ଦଳୀୟ ଭାବେ ରହି ସ୍ବାଧୀନ ପ୍ରାର୍ଥୀ ସମର୍ଥନରେ ଅଧ୍ୟକ୍ଷା ନିର୍ବାଚନ ନେଇ ସମ୍ମତି ଜଣାଇଥିଲେ। ବର୍ତ୍ତମାନ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ବାଣୁଆଗୁଡ଼ା ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। କୁନ୍ଦୁରା ବ୍ଲକରେ ଇତି ମଧ୍ୟରେ କିଛିଦିନ ଧରି ବ୍ୟବସ୍ଥା ଚଳାଇବାକୁ ଉପାଧ୍ୟକ୍ଷଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ନୂତନ ଦାୟିତ୍ୱ ନେବା ପରେ କୁନ୍ଦୁରା ବ୍ଲକ ରୂପରେଖ ଅବସ୍ଥା ସୁଧାରିବା ନେଇ ଯେତିକି ଦିନ ଦାୟିତ୍ୱରେ ରହିବି ସୂଚାରୁରୂପେ ସମ୍ପନ୍ନ କରିବି ବୋଲି ନବନିର୍ବାଚିତ ଅଧ୍ୟକ୍ଷା ବନିତା କାନ୍ଦଲିଆ କହିଛନ୍ତି। ଏହାକୁ ନେଇ ଉପାଧ୍ୟକ୍ଷ ତରୁଣୀସେନ ବିଷୋୟୀ, ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ, ଏମ୍‌ପି ପ୍ରତିନିଧି ତୁଷାର ଭଟ୍ଟ, ପ୍ରକାଶ ପଟ୍ଟନାୟକ, ସମିତିସଭ୍ୟା ମମତା ଭଟ୍ଟ, ମମିତା ହରିଜନ, ସୁବର୍ଣ୍ଣ ନାୟକ, ସଦନ ମୁଦୁଲି, ଗୁପ୍ତ ଅଡାରୀ,ସରପଞ୍ଚ ରାମଚନ୍ଦ୍ର ବାଣୁଆ, ଭାନୁମତି ମସିଆ, ଡମ୍ବୁରୁ ପୂଜାରୀ, ଶିବ ପ୍ରଧାନୀ,ଗୁପ୍ତ ନାୟକ, ବୁଲୁ ସାହୁ, ଗୁପ୍ତ ହରିଜନ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇଥିଲେ। ଏଥି ସହିତ ବ୍ଲକ କର୍ମଚାରୀମାନେ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri