Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଂ: ଶୀର୍ଷ ୫ ଅଲରାଉଣ୍ଡରରେ ୩ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୨।୧: ଆଇସିସି ପକ୍ଷରୁ ବୁଧବାର ନୂତନ ଟେଷ୍ଟ ର଼୍ୟାଙ୍କିଂ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆର ୩ ଖେଳାଳି ଅଲରାଉଣ୍ଡର ର଼୍ୟାଙ୍କିଂରେ ଟପ୍‌-୫ରେ ପହଞ୍ଚିଥିବାବେଳେ ବୋଲର୍‌ ର଼୍ୟାଙ୍କିଂରେ ମଧ୍ୟ ଭାରତୀୟ ଖେଳାଳିମାନେ ଅଛନ୍ତି।

ଆଇସିସି ଅଲରାଉଣ୍ଡର ର଼୍ୟାଙ୍କିଂକୁ ଦେଖିଲେ ୩ ଭାରତୀୟ ଖେଳାଳି ଟପ -୫ ରେ ଅଛନ୍ତି। ରବିନ୍ଦ୍ର ଜାଡେଜା(ନମ୍ବର -୧ ଟେଷ୍ଟ ଅଲରାଉଣ୍ଡର), ରବିଚନ୍ଦ୍ରନ ଅଶ୍ୱିନ(ନମ୍ବର -୨)ରେ ଅଛନ୍ତି। ଏହି ତାଲିକାରେ ସର୍ବଶେଷ ଖେଳାଳି ଭାବେ ଅକ୍ଷର ପଟେଲ (ନମ୍ବର-୫)ରେ ପହଞ୍ଚିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିରେ ଅକ୍ଷର ଭଲ ପ୍ରଦର୍ଶନ କରିଥିଲେ।

ଦିଲ୍ଲୀ ଟେଷ୍ଟ ପରେ ବୋଲରଙ୍କ ର଼୍ୟାଙ୍କିଙ୍ଗରେ ମଧ୍ୟ ପରିବର୍ତ୍ତନ ଆସିଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଆଉ ବିଶ୍ୱର ନମ୍ବର -୧ ଟେଷ୍ଟ ବୋଲର ନୁହନ୍ତି, ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌ ସ୍ଥାନ ପାଇଛନ୍ତି। ଟିମ ଇଣ୍ଡିଆର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଉପକୃତ ହୋଇଛନ୍ତି । ସେ ବର୍ତ୍ତମାନ ଟେଷ୍ଟ ର଼୍ୟାଙ୍କିଂରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଟେଷ୍ଟ ର଼୍ୟାଙ୍କିଂରେ ଟପ୍‌ -୧୦ ରେ ଭାରତୀୟ:
ବ୍ୟାଟିଂ
ଋଷଭ ପନ୍ତ – ନଂ ୬, ୭୮୧ ରେଟିଂ
ରୋହିତ ଶର୍ମା – ନଂ ୭, ୭୭୭ ରେଟିଂ

ବୋଲିଂ
ରବିଚନ୍ଦ୍ରନ ଅଶ୍ୱିନ – ନଂ ୨, ୮୬୪ ରେଟିଂ
ଜସପ୍ରୀତ ବୁମ୍‌ରା – ନଂ ୫, ୭୯୫ ରେଟିଂ
ରବିନ୍ଦ୍ର ଜାଡେଜା – ନଂ ୯, ୭୬୩ ରେଟିଂ
ଅଲ୍‌ରାଉଣ୍ଡର୍‌:
ରବିନ୍ଦ୍ର ଜାଡେଜା – ନଂ ୧, ୪୬୦ ରେଟିଂ
ରବିଚନ୍ଦ୍ରନ ଅଶ୍ୱିନ – ନଂ ୨, ୩୭୬ ରେଟିଂ
ଅକ୍ଷାର ପଟେଲ – ନଂ ୫, ୨୮୩ ରେଟିଂ


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?