Categories: ଜାତୀୟ

ଅନ୍‌ଲାଇନ ଗେମିଂ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ, ୭ା୪: କେନ୍ଦ୍ର ସରକାର ଅନ୍‌ଲାଇନ ଗେମିଂ ପାଇଁ ଗୁରୁବାର ନୂଆ ନିୟମାବଳୀ ଜାରି କରିଛନ୍ତି। କୌଣସି ଗେମ୍‌ରେ ବେଟିଂ ଏବଂ ଜୁଆ ସମ୍ପୃକ୍ତ ଥିଲେ ତାହାକୁ ନିଷେଧ କରାଯିବ। ଏଥିପାଇଁ ଏକାଧିକ ଏସ୍‌ଆର୍‌ଓ (ସେଲ୍ଫ ରେଗୁଲେଟୋରି ଅର୍ଗାନାଇଜେଶନ) ରହିବ। ଏସ୍‌ଆର୍‌ଓରେ ଗେମିଂ ଶିଳ୍ପ ସମେତ ସବୁ ଷ୍ଟେକ୍‌ହୋଲ୍ଡର ଭାଗନେବେ। ସମସ୍ତ ଅନ୍‌ଲାଇନ ଗେମିଂକୁ ଅନୁମତି ମିଳିବ କି ନାହିଁ ନିୟମାବଳୀ ଅନୁଯାୟୀ ଏସ୍‌ଆର୍‌ଓ ତାହା ନିର୍ଦ୍ଧାରଣ କରିବ ବୋଲି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

Share