୧ ଏକରରେ ହେବ ନୂତନ ଉପାସନା ସ୍ଥଳୀ

ଢେଙ୍କାନାଳ ଅଫିସ, ୮।୪: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଢେଙ୍କାନାଳ ଜିଲା ଯୋରନ୍ଦା ମହିମାଗାଦି ନିକଟରେ କୌପୀନଧାରୀ ମହିମା ସମାଜ ସାଧୁସନ୍ଥଙ୍କ ପାଇଁ ନିର୍ମାଣ ହେବ ନୂତନ ଉପାସନା ସ୍ଥଳୀ। ଗାଦିମନ୍ଦିର ନିକଟବର୍ତ୍ତୀ ଦଲକ ପଡ଼ିଆ ପୋଖରୀ ପାଖରେ ଏଥିଲାଗି ୧ ଏକର ଜମି ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ପୂର୍ବାହ୍ନରେ ଏହାର ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପୂର୍ବାହ୍ନ ୧୧ଟାରେ ପାରମ୍ପରିକ ଭାବେ ନଡ଼ିଆ ଭଙ୍ଗାଯାଇ ଗୋମୟ ସିଞ୍ଚନ କରାଯିବା ପରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହିମା ଭଜନକୀର୍ତ୍ତନ, ଘଣ୍ଟବାଦ୍ୟ, ହୁଳହୁଳି, ଅଲେଖ ମହିମା ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଜିଲାର ବିଭିନ୍ନ ସ୍ଥାନ ସମେତ ମାଲକାନଗିରି, ନବରଙ୍ଗପୁର ଅଞ୍ଚଳରୁ ବହୁ ସାଧୁମଣ୍ଡଳୀଙ୍କ ସମାଗମ ହୋଇଥିଲା। କୌପୀନଧାରୀ ମହିମା ସମାଜ ପକ୍ଷରୁ ଶ୍ରୀମଦ୍‌ ରଘୁନାଥ ବାବା, ସୁଶାନ୍ତ ବାବା, ଅବିନାଶୀ ବାବା, ରମେଶ ବାବା, ଅଭୟ ବାବା, କରୁଣାକର ବାବା, ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଯୋରନ୍ଦା ବିକାଶ ପରିଷଦ ସଭାପତି ବିପିନ ବିହାରୀ ସିଂ, ସମିତିସଭ୍ୟ ପ୍ରତ୍ୟୁଷହରି ପ୍ରଧାନ, ତପୋବନ ପତ୍ରିକା ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ସଭ୍ୟ ନିରଞ୍ଜନ ପତି, ବୀଣାକାର ବାବା, ଭାଜପା ନେତା ରାମଚନ୍ଦ୍ର ପାତ୍ର, ସୁନୀଲ ଶର୍ମାଙ୍କ ସମେତ ସହସ୍ରାଧିକ ଅନୁଗାମୀ, ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମହିମାଗାଦିର ତୃତୀୟବେଢ଼ା ପରିସରରେ ଥିବା କୌପୀନଧାରୀ ମହିମା ସାଧୁଙ୍କ ଉପାସନା ସ୍ଥଳୀକୁ ନେଇ ବଳ୍କଳଧାରୀ ଏବଂ କୌପିନଧାରୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦୀୟ ପରିସ୍ଥିତି ଲାଗି ରହିଥିଲା। ଗତବର୍ଷ ନଭେମ୍ବର ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାର ଉଚ୍ଛେଦ କରାଯାଇଥିଲା। ତଥାପି ବିବାଦ ତୁଟି ନ ଥିଲା। ମାଘମେଳା ପରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କୌପୀନଧାରୀଙ୍କ ଉପାସନାସ୍ଥଳୀ ନିର୍ମାଣ ପାଇଁ ଶିଳାନ୍ୟାସ ହେବାପରେ ସାଢ଼େ ୪ମାସ ଧରି ଲାଗି ରହିଥିବା ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଥିବା ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri