୧ ଏକରରେ ହେବ ନୂତନ ଉପାସନା ସ୍ଥଳୀ

ଢେଙ୍କାନାଳ ଅଫିସ, ୮।୪: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଢେଙ୍କାନାଳ ଜିଲା ଯୋରନ୍ଦା ମହିମାଗାଦି ନିକଟରେ କୌପୀନଧାରୀ ମହିମା ସମାଜ ସାଧୁସନ୍ଥଙ୍କ ପାଇଁ ନିର୍ମାଣ ହେବ ନୂତନ ଉପାସନା ସ୍ଥଳୀ। ଗାଦିମନ୍ଦିର ନିକଟବର୍ତ୍ତୀ ଦଲକ ପଡ଼ିଆ ପୋଖରୀ ପାଖରେ ଏଥିଲାଗି ୧ ଏକର ଜମି ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର ପୂର୍ବାହ୍ନରେ ଏହାର ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ପୂର୍ବାହ୍ନ ୧୧ଟାରେ ପାରମ୍ପରିକ ଭାବେ ନଡ଼ିଆ ଭଙ୍ଗାଯାଇ ଗୋମୟ ସିଞ୍ଚନ କରାଯିବା ପରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହିମା ଭଜନକୀର୍ତ୍ତନ, ଘଣ୍ଟବାଦ୍ୟ, ହୁଳହୁଳି, ଅଲେଖ ମହିମା ଧ୍ୱନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଜିଲାର ବିଭିନ୍ନ ସ୍ଥାନ ସମେତ ମାଲକାନଗିରି, ନବରଙ୍ଗପୁର ଅଞ୍ଚଳରୁ ବହୁ ସାଧୁମଣ୍ଡଳୀଙ୍କ ସମାଗମ ହୋଇଥିଲା। କୌପୀନଧାରୀ ମହିମା ସମାଜ ପକ୍ଷରୁ ଶ୍ରୀମଦ୍‌ ରଘୁନାଥ ବାବା, ସୁଶାନ୍ତ ବାବା, ଅବିନାଶୀ ବାବା, ରମେଶ ବାବା, ଅଭୟ ବାବା, କରୁଣାକର ବାବା, ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ, ଯୋରନ୍ଦା ବିକାଶ ପରିଷଦ ସଭାପତି ବିପିନ ବିହାରୀ ସିଂ, ସମିତିସଭ୍ୟ ପ୍ରତ୍ୟୁଷହରି ପ୍ରଧାନ, ତପୋବନ ପତ୍ରିକା ସମ୍ପାଦକ ପ୍ରଶାନ୍ତ ମହାପାତ୍ର, ସଭ୍ୟ ନିରଞ୍ଜନ ପତି, ବୀଣାକାର ବାବା, ଭାଜପା ନେତା ରାମଚନ୍ଦ୍ର ପାତ୍ର, ସୁନୀଲ ଶର୍ମାଙ୍କ ସମେତ ସହସ୍ରାଧିକ ଅନୁଗାମୀ, ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ମହିମାଗାଦିର ତୃତୀୟବେଢ଼ା ପରିସରରେ ଥିବା କୌପୀନଧାରୀ ମହିମା ସାଧୁଙ୍କ ଉପାସନା ସ୍ଥଳୀକୁ ନେଇ ବଳ୍କଳଧାରୀ ଏବଂ କୌପିନଧାରୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦୀୟ ପରିସ୍ଥିତି ଲାଗି ରହିଥିଲା। ଗତବର୍ଷ ନଭେମ୍ବର ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହାର ଉଚ୍ଛେଦ କରାଯାଇଥିଲା। ତଥାପି ବିବାଦ ତୁଟି ନ ଥିଲା। ମାଘମେଳା ପରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କୌପୀନଧାରୀଙ୍କ ଉପାସନାସ୍ଥଳୀ ନିର୍ମାଣ ପାଇଁ ଶିଳାନ୍ୟାସ ହେବାପରେ ସାଢ଼େ ୪ମାସ ଧରି ଲାଗି ରହିଥିବା ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଥିବା ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri