ମରଣଯନ୍ତା ପାଲଟିଛି ନୂଆ ଜଗନ୍ନାଥ ସଡକ

ନିରାକାରପୁର,୧୬।୫: ପୁରୀ-ବଲାଙ୍ଗୀର ନୂଆ ଜଗନ୍ନାଥ ସଡକ ଏବେ ମରଣଯନ୍ତା ପାଲଟିଛି। ଲୋକ ଏବେ ଏହି ବାଟ ଦେଇ ଯିବା ପାଇଁ ବି ଡରିଲେଣି। ଦୈନିକ ହଜାର ହଜାର ପର୍ଯ୍ୟଟକ ଦକ୍ଷିଣ ତଥା ପଶ୍ଚିମ ଭାରତରୁ ଆସି ରାମେଶ୍ୱର ଛକରୁ ନୂଆ ଜଗନ୍ନାଥ ସଡକ ଦେଇ ପୁରୀ ଏବଂ କୋଣାର୍କ ଯାଉଛନ୍ତି । ଶହ ଶହ ଭାରିଯାନ ମଧ୍ୟ ଏହି ବାଟ ଦେଇ ଦୈନିକ ଯିବା ଆସିବା କରିଥାନ୍ତି । କିନ୍ତୁ ଏହି ରାସ୍ତାର ଶ୍ରୀ ମୁକୁନ୍ଦପୁର ଠାରୁ ପ୍ରତାପରାମଚନ୍ଦ୍ରପୁର (ପାଟେଳି) ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାରେ ବିରାଟ ବିରାଟ ଫାଟ ସବୁ ହୋଇ ଗଲାଣି । ଦୁଇ କଂକ୍ରିଟ ମଧ୍ୟରେ ଥିବା ଜଏଣ୍ଟ ସବୁ ଛାଡି ଗଲାଣି । କଂକ୍ରିଟ ରାସ୍ତା ମଧ୍ୟ ତଳ ଉପର ହୋଇ ଗଲାଣି । ଏଣୁ ଏହି ରାସ୍ତା ଦେଇ ଗାଡିଗୁଡିକ ବେଗରେ ଯିବାବେଳେ ଏହି ଫାଟ ଭିତରେ ଚକ ପଡି ଦୁର୍ଘଟଣାର ଶିକାର ହେଉଛିି । ବିଶେଷକରି ଦୁଇ ଚକିଆ ଯାନଗୁଡିକ ଏହି ଫାଙ୍କରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । କିଛି ସପ୍ତାହ ପୂର୍ବେ ଏହି ଫାଟ ଯୋଗୁ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହେଇଥିଲେ । ତେବେ ଏହି ଫାଟରେ ପିଚୁର କୋଟିଂଗ ଦେଲେ କିଛି ଲାଭ ହେଉ
ନାହିଁ । ତାହା ପୁଣି ଛାଡି ଯାଉଛି । ଏଣୁ ଏହି ଗୁରୁତ୍ୱପୂର୍ଣ ରାସ୍ତାର ଉନ୍ନତି
ପାଇଁ ସାଧାରଣ ଜନତା ଦାବି କରିଛନ୍ତି । ଏହି ରାସ୍ତାର କେଶରପୁର ଠାରୁ ରୁଆ ଯାଏଁ ଆଉ ଥରେ ନୂଆ ଉନ୍ନତମାନର କଂକ୍ରିଟ ଲେୟାର ( ପିକ୍ୟୁସି ) ଦେବାକୁ ଦାବି ହେଉଛି । ଏହାକୁ ପୂର୍ତ୍ତ ବିଭାଗ ତଥା ରାଜ୍ୟ ପ୍ରଶାସନର ନଜରକୁ ଆଣିବା ନିମନ୍ତେ ବିଭିନ୍ନ ଟ୍ବିଟ୍‌ କରାଯାଇଛି ଏବଂ ପୂର୍ତ୍ତ ବିଭାର ମୁଖ୍ୟ ଯନ୍ତ୍ରୀ ତାର ପ୍ରସାଦ ମିଶ୍ରଙ୍କୁ
ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରାଯାଇଛି ଏବଂ ସେ ମଧ୍ୟ ଏହାକୁ ତାଙ୍କ ନଜରକୁ ଆଣିଥିବାରୁ ଧନ୍ୟବାଦ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri