Posted inଜାତୀୟ

ଘୋଷଣା ହେଲା କଂଗ୍ରେସର ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ଅଭିଯାନର ନୂଆ ତାରିଖ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ତାଙ୍କ ଦଳ ଜାନୁଆରୀ ୩ ପରେ ଜୟ ବାପୁ, ଜୟ ଭୀମ ଏବଂ ଜୟ ସମ୍ବିଧାନ ଅଭିଯାନ ଆରମ୍ଭ କରିବ। ଏହି ଅଭିଯାନ ଅଧୀନରେ କଂଗ୍ରେସ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିବ। କଂଗ୍ରେସ ଅଭିଯୋଗ କରିଛି ଯେ ଅମିତ ଶାହା ନିକଟରେ ସଂସଦରେ ଭାଷଣ ଦେବାବେଳେ ଡକ୍ଟର ଆମ୍ବେଦକରଙ୍କୁ ଅପମାନିତ କରିଥିଲେ। ସୂଚନାଯୋଗ୍ୟ ଯେ କଂଗ୍ରେସ ୱାର୍କିଂ କମିଟି ବବୈଠକରେ ଏହି ଅଭିଯାନ ଘୋଷଣା କରାଯାଇଥିଲା, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୃତ୍ୟୁ ହେତୁ ସାତ ଦିନ ଶୋକ ପାଇଁ ଏହାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା।
ଜୟରାମ ରମେଶ କହିଛନ୍ତି ଯେ ‘ବେଲାଗାଭିରେ ଏହି ଅଭିଯାନ ଘୋଷଣା କରାଯାଇଥିଲା, କିନ୍ତୁ ମନମୋହନ ସିଂଙ୍କ ମୃତ୍ୟୁ ପାଇଁ ସାତ ଦିନ ଶୋକ ହେତୁ ଏହାକୁ ଜାନୁୟାରୀ ୩, ୨୦୨୫ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ଦଳ ରାଲି ଆୟୋଜନ କରିବ। ୨୬ ଜାନୁଆରୀ ୨୦୨୫ରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜନ୍ମସ୍ଥାନରେ ଏକ ବଡ ରାଲିର ଆୟୋଜନ କରାଯିବ। ସମ୍ବିଧାନ ବଞ୍ଚାଅ ରାଷ୍ଟ୍ରୀୟ ପଦଯାତ୍ରାକୁ ୨୫ ଜାନୁଆରୀ ୨୦୨୫ ରୁ ୨୫ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ସାରା ଦେଶରେ ନିଆଯିବ। ଆମର ଦାବି ହେଉଛି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କ୍ଷମା ମାଗନ୍ତୁ ଏବଂ ଇସ୍ତଫା ଦିଅନ୍ତୁ।
ସୂଚନାଯୋଗ୍ୟ, ଶୀତ ଅଧିବେଶନରେ ରାଜ୍ୟ ସଭାରେ ତାଙ୍କ ଅଭିଭାଷଣରେ ଅମିତ ଶାହା କହିଥିଲେ ଯେ ଆଜିକାଲି କଂଗ୍ରେସ ଲୋକମାନେ ଆମ୍ବେଦକରଙ୍କ ନାମ ବହୁତ ନେଉଛନ୍ତି, ଯଦି ସେମାନେ ଭଗବାନଙ୍କ ଏତେ ନାମ ନେଇଥାନ୍ତେ ତେବେ ସେମାନେ ସ୍ବର୍ଗ ପାଇଥାନ୍ତେ। କଂଗ୍ରେସ ଏହାକୁ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଅପମାନ ବୋଲି କହିଛି ଏବଂ ଏହି ପ୍ରସଙ୍ଗରେ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri