ପର୍ଯ୍ୟଟକଙ୍କ ନୂଆ ଠିକଣା ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍‌

ଭୋଗରାଇ, ୨୫ା୧୨(ପ୍ରଦୀପ ଦାସ): ବଙ୍ଗୋପସାଗର କୂଳରେ ଅବସ୍ଥିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍‌ ଏବେ ପର୍ଯ୍ୟଟକଙ୍କ ଲାଗି ନୂଆ ଠିକଣା ପାଲଟିଛି। ସୁବର୍ଣ୍ଣରେଖା ସମୁଦ୍ର ମୁହାଣ ପୂର୍ବସୀମାନ୍ତ ତାଳସାରୀ ପର୍ଯ୍ୟନ୍ତ ୮ କି. ମି. ଲମ୍ବ ଓ ୫ କି. ମି. ପରିଧି ମଧ୍ୟରେ ବେଳାଭୂମିର ପ୍ରାକୃତିକ ଶୋଭା ମଧ୍ୟରେ ରହିଛି ୪ଟି ସୁନ୍ଦର ବନାନୀ ଦ୍ୱୀପପୁଞ୍ଜ। ଏଠାରେ ସମୁଦ୍ରର ପୂର୍ବ ଆକାଶର ସୂର୍ଯ୍ୟୋଦୟ ଓ ପଶ୍ଚିମ ଦିଗ୍‌ବଳୟରେ ସୂର୍ଯ୍ୟାସ୍ତର ରକ୍ତିମ ଆଭାର ଅପୂର୍ବ ଦୃଶ୍ୟ, ନାଲି କଙ୍କଡ଼ାର ଲୁଚକାଳି ଖେଳ, ପୁନେଇଁ ରାତି ନୀଳସାଗର ଚନ୍ଦ୍ରମାର ପ୍ରତିଛବି, ଅଲିଭ ରିଡ୍‌ଲେ କଇଁଛର ଅଣ୍ଡାଦାନ ଓ ଡଲ୍‌ଫିନ୍‌ର ଜଳକ୍ରୀଡା ପର୍ଯ୍ୟଟକଙ୍କ ମନ ମୋହିଥାଏ।
୨୦୦୮-୦୯ରେ ଜଙ୍ଗଲ ବିଭାଗ ପକ୍ଷରୁ ୫୦ ଏକର ଜାଗାରେ ବନୀକରଣ କରାଯାଇ ବିଭିନ୍ନ ପ୍ରଜାତିର ଗଛଲତା ସୃଷ୍ଟି କରାଯାଇଛି। ଉକ୍ତ ଜଙ୍ଗଲରେ ୭୦ ପ୍ରତିଶତ ବନି, ୯୦ପ୍ରତିଶତ କାଳିଆଚୁଆ, ୪୫ପ୍ରତିଶତ ଗରଣୀ, ୧୦୦ପ୍ରତିଶତ ଗୁଆଁ, ୧୦୦ ପ୍ରତିଶତ ହଡକଚ ଆଦି ବିରଳ ପ୍ରଜାତିର ଗଛ ରହିଥିବା ବେଳେ ୩ରୁ ୪ଗୁଣ ବିଭିନ୍ନ ପ୍ରଜାତିର ଅନ୍ୟାନ୍ୟ ଗଛ ପ୍ରକୃତି କୋଳରେ ସୃଷ୍ଟି ହୋଇଛି। ଏହାରି ବକ୍ଷରେ ରହିଛନ୍ତି ବିଭିନ୍ନ ଜୀବଜନ୍ତୁ ଓ ବିଭିନ୍ନ ପ୍ରଜାତିର ପକ୍ଷୀ। ଏତଦ୍‌ଭିନ୍ନ ଶୀତଋତୁରେ ଦେଶ ବିଦେଶର ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କ ମନମୁଗ୍ଧ କରିଆସୁଥିବା ବେଳେ ୫ହଜାରରୁ ଊର୍ଦ୍ଧ୍ୱ ଗେଣ୍ଡାଳିଆ ଏଠାରେ ଦୀର୍ଘବର୍ଷ ଧରି ବସାବାନ୍ଧି ରହିଛନ୍ତି। ଏହାଛଡା ହଂସ, ଦାବେଣ୍ଟିଆ, ସାରସ, ଧଳା ଓ କଳା ରଙ୍ଗର ବଗ ଦୃଷ୍ଟିଗୋଚର ହୋଇଥାଏ। ଏହି ଦ୍ୱୀପପୁଞ୍ଜଗୁଡିକୁ ଆକର୍ଷଣୀୟ କରିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୨୦୧୩ ମସିହାରେ ଖଡ଼ିବିଲ ଓ ବିଚିତ୍ରପୁରଠାରେ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ୪୦ଲକ୍ଷ ଟଙ୍କା ବ୍ୟୟରେ ଇକୋ ଟୁରିଜମ୍‌ କରାଯାଇଛି। ପର୍ଯ୍ୟଟକଙ୍କ ଦ୍ୱୀପରେ ଭ୍ରମଣ ନିମନ୍ତେ ୪ଟି ଯନ୍ତ୍ରଚାଳିତ ବୋଟ୍‌ ଓ ଜେଟିର ବ୍ୟବସ୍ଥା କରାଯାଇଛି। ସୌନ୍ଦର୍ଯ୍ୟର ଭିନ୍ନ ଉପତ୍ୟକା କୁହାଯାଉଥିବା ଇକୋ ଟୁରିଜମର ଦକ୍ଷିଣ ପୂର୍ବରେ ସୁବର୍ଣ୍ଣପୁର ଝାଉଁ ଜଙ୍ଗଲ ଏବେ ସମୁଦ୍ର ଗର୍ଭରେ ବିଲୀନ ହେବାକୁ ଯାଉଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଲୁଣିଜଙ୍ଗଲ ସୃଷ୍ଟି ଓ ପାଚେରି ନିମନ୍ତେ ଉଦ୍ୟମ ଜାରି ରହିଛି। ଇକୋ ଟୁରିଜମ୍‌ର ବିକାଶ ନିମନ୍ତେ ୯୯ଲକ୍ଷ ଟଙ୍କା ବ୍ୟୟରେ ଗଢିଉଠିଥିବା ୮ଟି ବିଳାସପୂର୍ଣ୍ଣ କଟେଜ୍‌ ପର୍ଯ୍ୟଟକଙ୍କ ରହଣି ସୁବିଧା ରହିଥିବା ବେଳେ ନୂତନ ଭାବେ ଚିଲଡ୍ରେନ ପାର୍କ, ପକ୍କା ସଡକ, ବିଶୁଦ୍ଧ ପାନୀୟ ଜଳ, ଉଜ୍ଜଳ ଆଲୋକ ବ୍ୟବସ୍ଥା କରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ପର୍ଯ୍ୟଟନ ବିଭାଗକୁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ପ୍ରେରଣ କରାଯାଇଥିବା ଜଳେଶ୍ୱର ବନାଧିକାରିଣୀ ଜୟଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି। ଉଦୟପୁରଠାରୁ କୀର୍ତ୍ତନିଆ ପର୍ଯ୍ୟନ୍ତ ବନସୁରକ୍ଷା ନିମନ୍ତେ ବନପାଳ ପରମାନନ୍ଦ ନାୟକ ଓ ବନରକ୍ଷୀ ସଞ୍ଜୟ ମହାନ୍ତିଙ୍କ ସମେତ ୪ଜଣ ସବୁଜ ବାହିନୀ ରହିଛନ୍ତି। ଇକୋ ଟୁରିଜମର ବିକାଶ ହେଲେ ପର୍ଯ୍ୟଟକଙ୍କ ଭିଡ଼ ଲାଗିବା ସହିତ ରାଜ୍ୟ ସରକାରଙ୍କ ରାଜସ୍ବ ଆଦାୟ ଉତ୍ସାହଜନକ ହେବ ଏବଂ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ଉନ୍ନତି ହେବ ବୋଲି ବେଳାଭୂମି ଇକୋ ଟୁରିଜମ ବିକାଶ ପରିଷଦ ସଭାପତି ଶମ୍ଭୁନାଥ ଜେନା ଓ ପ୍ରକୃତି ନିବାସର ସଭାପତି ବଳରାମ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?