Categories: ଖେଳ

୨୦୨୪ ଟି-୨୦ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କଲା ନେଦରଲାଣ୍ଡ୍ସ

ସିଡନୀ,୭।୧୧: ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ଦଳ ଏକ ବଡ ଓଲଟପାଲଟ କରି ଦକ୍ଷିଣ ଆଫ୍ରିକାକୁ ୧୩ ପରାସ୍ତ କରିଛି। ନେଦରଲାଣ୍ଡ୍ସ ଦଳ ପ୍ରଥମ ଥର ପାଇଁ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବାବେଳେ ଏହା ବିଶ୍ୱକପର ସମସ୍ତ ସମୀକରଣକୁ ନଷ୍ଟ କରିଦେଇଛି। ପରେ ନେଦରଲାଣ୍ଡ୍ସକୁ ଆଉ ଏକ ଖୁସି ଖବର ମିଳିଛି। କାରଣ ଏହି ଦଳ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ମିଳିତ ଭାବେ ଟି-୨୦ ବିଶ୍ୱକପ ୨୦୨୪ ଆୟୋଜିତ ହେବ।
ସୁପର ୧୨ର ରୋମାଞ୍ଚ ଶେଷ ହେବା ପରେ ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପରବର୍ତ୍ତୀ ଟି-୨୦ ବିଶ୍ୱକପ ପାଇଁ ୧୨ଟି ଦଳ ଚୟନ କରାଯାଇଛି। ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଆୟୋଜକ ଭାବରେ ଏହି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ନେଦରଲାଣ୍ଡ୍ସ ବିଶ୍ୱକପ୍ର ଶ୍ରେଷ୍ଠ ୮ଟି ଦଳରେ ପ୍ରବେଶ କରିଛନ୍ତି। ଏଥି ସହିତ ଆଫଗାନିସ୍ତାନ ଏବଂ ବାଂଲାଦେଶ ଆଇସିସି ର଼୍ୟାଙ୍କିଙ୍ଗରେ ନିଜ ସ୍ଥାନ ନିଶ୍ଚିତ କରିଛନ୍ତି।

 

Share