ନଦୀରେ ପକାଇଥିଲେ ଜାଲ: ମାଛ ଭାବି ଉଠାଇଲା ବେଳକୁ କୁମ୍ଭୀର

ମହାକାଳପଡ଼ା, ୨୯।୮(ଡି.ଏନ୍‌.ଏ.): ମାଛ ପାଇଁ ନଦୀରେ ପକାଇଥିଲେ ଜାଲ ହେଲେ ମିଳିଲା କୁମ୍ଭୀର। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ। ତିଖିରି ପଞ୍ଚାୟତ ଜୋରି ଗାଁର ସିଟୁ ବେହେରା ନାମରେ ଜଣେ ଯୁବକ ପାଇକା ନଦୀରେ ଜାଲ ପକାଇଥିବା ବେଳେ ସେଥିରେ ଏକ ଥଣ୍ଟିଆ କୁମ୍ଭୀର ଛୁଆ ପଡ଼ିଥିଲା। ଏ ନେଇ ସିଟୁ ବନ ବିଭାଗକୁ ଜଣାଇଥିଲେ। ପରେ ବନ ବିଭାଗ ତାହାକୁ ଉଦ୍ଧାର କରିଥିଲେ। କୁମ୍ଭୀର ଛୁଆଟି ସୁସ୍ଥ ଥିବା ଜଣାପଡ଼ିଛି। ପରେ ତାହାକୁ ଖିତ ଗଳିଆ ନଦୀରେ ଛଡ଼ା ଯାଇଛି।