ଚକ୍‌ମକ୍‌ ଧଉଳିର ଅବହେଳିତ ଐତିହ୍ୟ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ନୂଆ ରୂପ ପାଇଛି ଶାନ୍ତିସ୍ତୂପ। ପୀଠର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନାନାଦି ପଦକ୍ଷେପ ଗ୍ରହଣ କରାଯାଇଛି। ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ଏହି ବୌଦ୍ଧ କୀର୍ତ୍ତିରାଜିର ଇତିହାସ ବଖାଣୁଛି। ହେଲେ ବଦଳିନି ଚକ୍‌ମକ୍‌ ଧଉଳିର ଅନେକ ଐତିହ୍ୟର ଚିତ୍ର। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାବେଳେ ପର୍ଯ୍ୟଟକଙ୍କ ସମାଗମ ଓ ଭୋଜିର ଆସର ଜମୁଛି। ଉତ୍ସବମୁଖରିତ ହୋଇଉଠୁଛି ଏହି ଐତିହ୍ୟସ୍ଥଳୀ। ହେଲେ ଅବହେଳିତ ଅବସ୍ଥାରେ ଥିବା ଅନେକ ଐତିହ୍ୟ ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି। ଏହି ପୀଠ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡି ହେବ ବୋଲି ଉଭୟ ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାର ଆଶାବାଦୀ ଥିଲେ ମଧ୍ୟ ଏମିତି କିଛି ମୌଳିକ ଅସୁବିଧା ରହିଛି, ଯାହାକୁ ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଛି।

ମନଇଚ୍ଛା ପାର୍କିଂ, ଖତଖାଉଛି ପର୍ଯ୍ୟଟନ ବସ୍‌

୨୦୧୭ରେ ଧଉଳିଠାରେ ଦୋକାନଗୃହ ଓ ପାର୍କିଂର ଲୋକାର୍ପଣ କରାଯାଇଥିଲା। କିନ୍ତୁ ଆସୁଥିବା ଯାନବାହନ ପାର୍କିଂରେ ଦେଖିବାକୁ ମିଳୁନି। ଯିଏ ଯେଉଁଠି ଇଚ୍ଛା ସେଇଛି ଗାଡ଼ି ରଖି ବୁଲିବା ସହ ଭୋଜି କରୁଛନ୍ତି। ହେଲେ ମାସ ମାସ ଧରି ସେମିତି ପାର୍କିଂସ୍ଥଳକୁ ଜଗି ରହିଛି ଓଡ଼ିଶା ପର୍ଯ୍ୟଟନ ବିଭାଗର ଅଚଳ ବସ୍‌। ଏହା ସୌନ୍ଦର୍ଯ୍ୟକରଣରେ ବାଧକ ସାଜୁଛି। ଏହାକୁ ସ୍ଥାନାନ୍ତର କିମ୍ବା ସୌନ୍ଦର୍ଯ୍ୟକରଣରେ ସ୍ଥାନ ଦେବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ସେହିପରି ପାଖରେ ଥିବା ଶୌଚାଳୟରେ ମଧ୍ୟ ତାଲା ପଡ଼ିଛି। ବେସିନଗୁଡ଼ିକରେ ଟ୍ୟାପ ନାହିଁ। ଏଭଳି ଅନେକ ଅସୁବିଧା ମଧ୍ୟରେ ଧଉଳି ନିତିଦିନ ପର୍ଯ୍ୟଟକଙ୍କୁ ସ୍ବାଗତ କରୁଛି।

ପୁନରୁଦ୍ଧାର ଅପେକ୍ଷାରେ ପାର୍ବତୀ ପୁଷ୍କରିଣୀ

ପୋତି ହୋଇଯାଇଛି ପାର୍ବତୀ ପୁଷ୍କରିଣୀ। ଉପରେ ଦଳ, ତଳେ ପାଣି। ପୁନରୁଦ୍ଧାର ଆଶାରେ ଦୀର୍ଘ ବର୍ଷ ଧରି ପଡ଼ି ରହିଛି। ଶାସ୍ତିସ୍ତୂପ ଓ ଏହାର ପରିସର ଚକ୍‌ ଚକ୍‌ କରୁଥିବା ବେଳେ ଏହି ଐତିହ୍ୟ ପୁଷ୍କରିଣୀ କିନ୍ତୁ ପରିଚୟ ଖୋଜୁଛି। ଏହାର ପୁନରୁଦ୍ଧାର ସହ ପାଣି ଭିତରେ ବୁଦ୍ଧଙ୍କ ମୂର୍ତ୍ତି ଓ ବୋଟିଂ ବ୍ୟବସ୍ଥା କରିବା ପାଇଁ ୨୦୧୩ରେ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ଏହା ମଧ୍ୟରେ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଏ ନେଇ କୌଣସି ଉଦ୍ୟମ ଏଯାଏ ଆରମ୍ଭ ହୋଇନାହିଁ। ଏବେବି ସେମିତି ପୁନରୁଦ୍ଧାର ଅପେକ୍ଷାରେ ଚାହିଁ ରହିଛି ପାର୍ବତୀ ପୁଷ୍କରିଣୀ।

ଶିଳ୍ପ ବଜାରରେ ତାଲା

ଧଉଳିରେ ରହିଛି ଶିଳ୍ପ ବଜାର। ପର୍ଯ୍ୟଟକଙ୍କୁ ଓଡ଼ିଶାର ଜିନିଷପ୍ରତି ଆକୃଷ୍ଟ କରିବା ସହ ଶିଳ୍ପୀ, କାରିଗର ଓ ବ୍ୟବସାୟୀଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ୨୦୧୨-୧୩ରେ ଏହା ଆରମ୍ଭ ହୋଇଥିଲା। ଏଥିରେ ୧୨ଟି ଦୋକାନ ରହିଥିବାବେଳେ ସବୁଥିରେ ତାଲା ଝୁଲୁଛି। ବର୍ତ୍ତମାନ ପର୍ଯ୍ୟଟନ ସମୟ ଚାଲୁ ଥିବାରୁ ଧଉଳିକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି। ବନ୍ଦ ହୋଇ ପଡ଼ି ରହିଥିବା ଏହି ଶିଳ୍ପ ବଜାର ଏହି ସମୟରେ ଖୋଲାଗଲେ ଓଡ଼ିଶାର ହସ୍ତଶିଳ୍ପର ପ୍ରଚାର ପ୍ରସାର ହେବା ସହ ବ୍ୟବସାୟ ମଧ୍ୟ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri