ଚକ୍‌ମକ୍‌ ଧଉଳିର ଅବହେଳିତ ଐତିହ୍ୟ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ନୂଆ ରୂପ ପାଇଛି ଶାନ୍ତିସ୍ତୂପ। ପୀଠର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନାନାଦି ପଦକ୍ଷେପ ଗ୍ରହଣ କରାଯାଇଛି। ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’ ଏହି ବୌଦ୍ଧ କୀର୍ତ୍ତିରାଜିର ଇତିହାସ ବଖାଣୁଛି। ହେଲେ ବଦଳିନି ଚକ୍‌ମକ୍‌ ଧଉଳିର ଅନେକ ଐତିହ୍ୟର ଚିତ୍ର। ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାବେଳେ ପର୍ଯ୍ୟଟକଙ୍କ ସମାଗମ ଓ ଭୋଜିର ଆସର ଜମୁଛି। ଉତ୍ସବମୁଖରିତ ହୋଇଉଠୁଛି ଏହି ଐତିହ୍ୟସ୍ଥଳୀ। ହେଲେ ଅବହେଳିତ ଅବସ୍ଥାରେ ଥିବା ଅନେକ ଐତିହ୍ୟ ପର୍ଯ୍ୟଟକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଛି। ଏହି ପୀଠ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡି ହେବ ବୋଲି ଉଭୟ ପର୍ଯ୍ୟଟନ ବିଭାଗ ଓ ରାଜ୍ୟ ସରକାର ଆଶାବାଦୀ ଥିଲେ ମଧ୍ୟ ଏମିତି କିଛି ମୌଳିକ ଅସୁବିଧା ରହିଛି, ଯାହାକୁ ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଛି।

ମନଇଚ୍ଛା ପାର୍କିଂ, ଖତଖାଉଛି ପର୍ଯ୍ୟଟନ ବସ୍‌

୨୦୧୭ରେ ଧଉଳିଠାରେ ଦୋକାନଗୃହ ଓ ପାର୍କିଂର ଲୋକାର୍ପଣ କରାଯାଇଥିଲା। କିନ୍ତୁ ଆସୁଥିବା ଯାନବାହନ ପାର୍କିଂରେ ଦେଖିବାକୁ ମିଳୁନି। ଯିଏ ଯେଉଁଠି ଇଚ୍ଛା ସେଇଛି ଗାଡ଼ି ରଖି ବୁଲିବା ସହ ଭୋଜି କରୁଛନ୍ତି। ହେଲେ ମାସ ମାସ ଧରି ସେମିତି ପାର୍କିଂସ୍ଥଳକୁ ଜଗି ରହିଛି ଓଡ଼ିଶା ପର୍ଯ୍ୟଟନ ବିଭାଗର ଅଚଳ ବସ୍‌। ଏହା ସୌନ୍ଦର୍ଯ୍ୟକରଣରେ ବାଧକ ସାଜୁଛି। ଏହାକୁ ସ୍ଥାନାନ୍ତର କିମ୍ବା ସୌନ୍ଦର୍ଯ୍ୟକରଣରେ ସ୍ଥାନ ଦେବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ସେହିପରି ପାଖରେ ଥିବା ଶୌଚାଳୟରେ ମଧ୍ୟ ତାଲା ପଡ଼ିଛି। ବେସିନଗୁଡ଼ିକରେ ଟ୍ୟାପ ନାହିଁ। ଏଭଳି ଅନେକ ଅସୁବିଧା ମଧ୍ୟରେ ଧଉଳି ନିତିଦିନ ପର୍ଯ୍ୟଟକଙ୍କୁ ସ୍ବାଗତ କରୁଛି।

ପୁନରୁଦ୍ଧାର ଅପେକ୍ଷାରେ ପାର୍ବତୀ ପୁଷ୍କରିଣୀ

ପୋତି ହୋଇଯାଇଛି ପାର୍ବତୀ ପୁଷ୍କରିଣୀ। ଉପରେ ଦଳ, ତଳେ ପାଣି। ପୁନରୁଦ୍ଧାର ଆଶାରେ ଦୀର୍ଘ ବର୍ଷ ଧରି ପଡ଼ି ରହିଛି। ଶାସ୍ତିସ୍ତୂପ ଓ ଏହାର ପରିସର ଚକ୍‌ ଚକ୍‌ କରୁଥିବା ବେଳେ ଏହି ଐତିହ୍ୟ ପୁଷ୍କରିଣୀ କିନ୍ତୁ ପରିଚୟ ଖୋଜୁଛି। ଏହାର ପୁନରୁଦ୍ଧାର ସହ ପାଣି ଭିତରେ ବୁଦ୍ଧଙ୍କ ମୂର୍ତ୍ତି ଓ ବୋଟିଂ ବ୍ୟବସ୍ଥା କରିବା ପାଇଁ ୨୦୧୩ରେ ରାଜ୍ୟ ସରକାର ଘୋଷଣା କରିଥିଲେ। କିନ୍ତୁ ଏହା ମଧ୍ୟରେ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଏ ନେଇ କୌଣସି ଉଦ୍ୟମ ଏଯାଏ ଆରମ୍ଭ ହୋଇନାହିଁ। ଏବେବି ସେମିତି ପୁନରୁଦ୍ଧାର ଅପେକ୍ଷାରେ ଚାହିଁ ରହିଛି ପାର୍ବତୀ ପୁଷ୍କରିଣୀ।

ଶିଳ୍ପ ବଜାରରେ ତାଲା

ଧଉଳିରେ ରହିଛି ଶିଳ୍ପ ବଜାର। ପର୍ଯ୍ୟଟକଙ୍କୁ ଓଡ଼ିଶାର ଜିନିଷପ୍ରତି ଆକୃଷ୍ଟ କରିବା ସହ ଶିଳ୍ପୀ, କାରିଗର ଓ ବ୍ୟବସାୟୀଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ୨୦୧୨-୧୩ରେ ଏହା ଆରମ୍ଭ ହୋଇଥିଲା। ଏଥିରେ ୧୨ଟି ଦୋକାନ ରହିଥିବାବେଳେ ସବୁଥିରେ ତାଲା ଝୁଲୁଛି। ବର୍ତ୍ତମାନ ପର୍ଯ୍ୟଟନ ସମୟ ଚାଲୁ ଥିବାରୁ ଧଉଳିକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନେ ବୁଲିବାକୁ ଆସୁଛନ୍ତି। ବନ୍ଦ ହୋଇ ପଡ଼ି ରହିଥିବା ଏହି ଶିଳ୍ପ ବଜାର ଏହି ସମୟରେ ଖୋଲାଗଲେ ଓଡ଼ିଶାର ହସ୍ତଶିଳ୍ପର ପ୍ରଚାର ପ୍ରସାର ହେବା ସହ ବ୍ୟବସାୟ ମଧ୍ୟ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri