ର‌୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ କୁଇନ ଦିଶା ପାଟନିଙ୍କୁ ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଆଲେକଜାଣ୍ଡର ଏଲେକ୍ସଙ୍କ ସହ ଏକ ପାର୍ଟିରେ ସ୍ପଟ କରାଯାଇଛି । ଦିଶା ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ ପ୍ରଫେସନାଲ ଫ୍ରଣ୍ଟ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ପୁଣିଥରେ ତାଙ୍କ ଲଭ ଲାଇଫ ଆସିଯାଇଛି ଚର୍ଚ୍ଚାକୁ । ନିକଟରେ ଅଭିନେତ୍ରୀଙ୍କୁ ଆଲେକଜାଣ୍ଡର ଏଲେକ୍ସଙ୍କ ସହ ସ୍ପଟ କରାଯାଇଛି । ଏ ହେଉଛନ୍ତି ସେହି ଆଲେକଜାଣ୍ଡର ଯାହାଙ୍କୁ ନେଇ ଅଭିନେତ୍ରୀଙ୍କ ଆଫେୟାର୍ସ ଥିବା ଚର୍ଚ୍ଚା ହେଉଛି ।
ଗୁରୁବାର ଅର୍ଥାତ୍ ୨୨ ଡିସେମ୍ବର ୨୦୨୨ରେ ମୋହିତ ରୟ ଏକ ପାର୍ଟି ହୋଷ୍ଟ କରିଥିଲେ । ଏଥିରେ ଦିଶା ପାଟନି ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଆଲେକଜାଣ୍ଡର ଆଲେକ୍ସଙ୍କ ସହ ପହଞ୍ଚିଥିଲେ ।
ଏହି ସମୟରେ ଦିଶା ଓ ଆଲେଜାଣ୍ଡର ପରସ୍ପର ସହ ବ୍ଲାକ କଲରରେ ଟ୍ୱିଂନିଙ୍ଗ କରିଥିଲେ । ଦିଶା ଫ୍ରଣ୍ଟ କଟ ବ୍ଳାକ ଡ୍ରେସରେ ଗର୍ଜିୟସ ଲାଗୁଥିବା ବେଳେ ଏପଟେ ଆଲେକଜାଣ୍ଡର ବ୍ଲାକ ଶର୍ଟ ଓ ଜିନ୍ସରେ ଖୁବ୍ ଆଟ୍ରାକଟିଭ ଲାଗୁଥିଲେ ।
ଆଲେଜାଣ୍ଡର ତାଙ୍କ ଇନଷ୍ଟାଗ୍ରମାରେ ଦିଶାଙ୍କ ସହ ଏକ ମିରର ସେଲ୍ଡଫି ବି ଶେୟାର କରିଛନ୍ତି । ଏଥିରେ ଉଭୟ ଲିଫ୍‌ଟରେ ସେଲ୍ଫି ନେଉଥିବା ଦେଖାଯାଇଛି । ଟାଇଗରଙ୍କ ସହ ବ୍ରେକଅପ ହେବା ପରଠାରୁ ଦିଶା ଅଧିକାଂଶ ସମୟରେ ଆଲେକଜାଣ୍ଡରଙ୍କ ସହ ନଜର ଆସୁଛନ୍ତି । ହେଲେ ସେ ଏପର୍ଯ୍ୟନ୍ତ ଏହି ରିଲେସନଶିପ ଉପରେ ମୋହର ଲଗାଇ ନାହାନ୍ତି । ଆଲେକଜାଣ୍ଡର ବି ଏହି ରିଲସନଶିପକୁ ନେଇ କେବେ ମୁହଁ ଖୋଲି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?