ର‌୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ କୁଇନ ଦିଶା ପାଟନିଙ୍କୁ ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଆଲେକଜାଣ୍ଡର ଏଲେକ୍ସଙ୍କ ସହ ଏକ ପାର୍ଟିରେ ସ୍ପଟ କରାଯାଇଛି । ଦିଶା ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ ପ୍ରଫେସନାଲ ଫ୍ରଣ୍ଟ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି । ଏବେ ପୁଣିଥରେ ତାଙ୍କ ଲଭ ଲାଇଫ ଆସିଯାଇଛି ଚର୍ଚ୍ଚାକୁ । ନିକଟରେ ଅଭିନେତ୍ରୀଙ୍କୁ ଆଲେକଜାଣ୍ଡର ଏଲେକ୍ସଙ୍କ ସହ ସ୍ପଟ କରାଯାଇଛି । ଏ ହେଉଛନ୍ତି ସେହି ଆଲେକଜାଣ୍ଡର ଯାହାଙ୍କୁ ନେଇ ଅଭିନେତ୍ରୀଙ୍କ ଆଫେୟାର୍ସ ଥିବା ଚର୍ଚ୍ଚା ହେଉଛି ।
ଗୁରୁବାର ଅର୍ଥାତ୍ ୨୨ ଡିସେମ୍ବର ୨୦୨୨ରେ ମୋହିତ ରୟ ଏକ ପାର୍ଟି ହୋଷ୍ଟ କରିଥିଲେ । ଏଥିରେ ଦିଶା ପାଟନି ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଆଲେକଜାଣ୍ଡର ଆଲେକ୍ସଙ୍କ ସହ ପହଞ୍ଚିଥିଲେ ।
ଏହି ସମୟରେ ଦିଶା ଓ ଆଲେଜାଣ୍ଡର ପରସ୍ପର ସହ ବ୍ଲାକ କଲରରେ ଟ୍ୱିଂନିଙ୍ଗ କରିଥିଲେ । ଦିଶା ଫ୍ରଣ୍ଟ କଟ ବ୍ଳାକ ଡ୍ରେସରେ ଗର୍ଜିୟସ ଲାଗୁଥିବା ବେଳେ ଏପଟେ ଆଲେକଜାଣ୍ଡର ବ୍ଲାକ ଶର୍ଟ ଓ ଜିନ୍ସରେ ଖୁବ୍ ଆଟ୍ରାକଟିଭ ଲାଗୁଥିଲେ ।
ଆଲେଜାଣ୍ଡର ତାଙ୍କ ଇନଷ୍ଟାଗ୍ରମାରେ ଦିଶାଙ୍କ ସହ ଏକ ମିରର ସେଲ୍ଡଫି ବି ଶେୟାର କରିଛନ୍ତି । ଏଥିରେ ଉଭୟ ଲିଫ୍‌ଟରେ ସେଲ୍ଫି ନେଉଥିବା ଦେଖାଯାଇଛି । ଟାଇଗରଙ୍କ ସହ ବ୍ରେକଅପ ହେବା ପରଠାରୁ ଦିଶା ଅଧିକାଂଶ ସମୟରେ ଆଲେକଜାଣ୍ଡରଙ୍କ ସହ ନଜର ଆସୁଛନ୍ତି । ହେଲେ ସେ ଏପର୍ଯ୍ୟନ୍ତ ଏହି ରିଲେସନଶିପ ଉପରେ ମୋହର ଲଗାଇ ନାହାନ୍ତି । ଆଲେକଜାଣ୍ଡର ବି ଏହି ରିଲସନଶିପକୁ ନେଇ କେବେ ମୁହଁ ଖୋଲି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri