Posted inଫୁରସତ

ଆଧୁନିକ ଚିକିତ୍ସାରେ ଅଙ୍ଗଦାନର ଆବଶ୍ୟକତା ବଢୁଛି

ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ କରାଯାଇଥାଏ । ଅଙ୍ଗ ଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମୃତ୍ୟୁ ପରେ ଲୋକଙ୍କୁ ଅଙ୍ଗ ଦାନ କରିବାକୁ ଉତ୍ସାହିତ କରିବା ପାଇଁ ଏହି ଦିନ ପ୍ରତିବର୍ଷ ପାଳନ କରାଯାଏ । ଅଙ୍ଗଦାନ ଗ୍ରହଣକାରୀଙ୍କ ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ବର୍ଷ ବର୍ଷ ଧରି ଆଧୁନିକ ଚିକିତ୍ସାର ଅଗ୍ରଗତି ତଥା ଅଗଣିତ ଜୀବନ ରକ୍ଷା କରିବାରେ ଅଙ୍ଗ ଦାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସମ୍ପ୍ରତି ଜନସଂଖ୍ୟା ବୃଦ୍‌ଦି ସହିତ ଅଙ୍ଗ ଦାନର ଆବଶ୍ୟକତା ବଢ଼ିବାରେ ଲାଗିଛି। ବିଶେଷକରି ଭାରତରେ, କାରଣ ୨୦୧୯ ରେ ମୃତ୍ୟୁଘଟିଥି ଲୋକଙ୍କ ମଧ୍ୟରୁ ୦.୯ ପ୍ରତିଶତ ଅଙ୍ଗ ଦାତା ଥିଲେ । ଆମ ଦେଶରେ ପ୍ରତିବର୍ଷ ପ୍ରାୟ ୨ ଲକ୍ଷ କିଡନୀ, ୫୦,୦୦୦ ହାର୍ଟ ଏବଂ ୫୦୦୦ ଲିଭରର ଆବଶ୍ୟକତା ରହିଛି ।
ଆମେ ଅଟକାଇ ପାରିବା ନାହିଁ ମାତ୍ର କାହାର ଜୀବନ ବଞ୍ଚାଇବା ଆମ ହାତରେ ରହିଛି। ଲୋକଙ୍କ ମଧ୍ୟରେ ଅଙ୍ଗ ଦାନ ନେଇ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଇଥାଏ। ଜୀବିତ ବ୍ୟକ୍ତି କିଡନୀ, ଲିଭର, ଲି ଫୁସଫୁସ, ପାନକ୍ରିୟାଜ, ଇଣ୍ଟେନଷ୍ଚାଇନ, ରକ୍ତ ଦାନ କରି ଅନ୍ୟଙ୍କର ଜୀବନ ବଞ୍ଚାଇପାରିବେ। ଆଇନ ଅନୁଯାୟୀ , ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ତାଙ୍କ ପରିବାର ଲୋକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ହୃତଘାତରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କର କର୍ନିଆ, ହାଡ, ଚର୍ମ ଓ ରକ୍ତବାହୀ ନଳୀ ଦାନ କରାଯାଇ ପାରିବ । ହେଲେ ବ୍ରେନ ଡେଥ୍‌ ହେଲେ ୩୭ଟି ଅଙ୍ଗ ଦାନ କରାଯାଇ ପାରିବ। ଯେଉଁଥିରେ କିଡନୀ, ହୃତପିଣ୍ଡ, ଲିଭର ଓ ଫୁସଫୁସ ଭଳି ଗୁରୁତ୍ୱପୂର୍ଣ୍ଣ। ୧୮ ଶହ ଶତାବ୍ଦୀରେ ପ୍ରଥମ ଥର ପରୀକ୍ଷାମୂଳକ ଭାବେ ଗବେଷକ ର ପ୍ରାଣୀ ଓ ମଣିଷଙ୍କ ଠାରେ ଟ୍ରା ଅଙ୍ଗ ପ୍ରତିରୋପଣ କରିଥିଲେ । ଏହି ପରୀକ୍ଷଣ ଦୀର୍ଘ ବର୍ଷ ଧରି ବିଫଳ ହେଉଥିଲା, କିନ୍ତୁ ବିଂଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ବୈଜ୍ଞାନିକନିମାନେ ସଫଳତା ପୂର୍ବକ ଅଙ୍ଗ ପ୍ରତିରୋପଣ କରିବାରେ ସଫଳ ହୋଇଥିଲେ । ଚିକିତ୍ସା ପଦ୍ଧତିରେ କିଡନୀ, ଲିଭର, ହୃତପିଣ୍ଡ, ପାନକ୍ରିୟାଜ, ଇନଣ୍ଟେଷ୍ଟାଇନ, ଫୁସଫୁସ ପ୍ରତିରେପଣ ସଫଳ ହୋଇଥିଲା ।
ମସିହାରେ ବୈଜ୍ଞାନିକ ଡ. ନି ଜୋଶେଫ ଇ.ମୁରେୟଙ୍କ ଦ୍ବାରା କିଡନୀ ପ୍ରତିରୋପଣ ସଫଳ ହୋଇଥିଲା। ହ୍ରାସ ଘଟିଛିଟି। ଛି ଯାହା କିଡନୀ ପ୍ରତିରୋ ତି ପଣ ଦ୍ୱା ରା ପରିଚାଳିତ । ସମସ୍ତ ଅଙ୍ଗ ପ୍ରତିରୋ ତି ପଣର ମୋଟ ପରିମାଣ ନେଦରଲ୍ୟାଣ୍ଡରେ
ଶରୀରର ଯକୃତ, କିଡନୀ, ଅଗ୍ନାଶୟ, ହୃଦୟ, ଫୁସଫୁସ, ଅନ୍ତନଳୀ, କର୍ନିଆ, ଅସ୍ଥି ମଜ୍ଜା ଏବଂ ଭାସ୍କୁଲାରାଇଜଡ କମ୍ପୋଜିଟ ଆଲୋଗ୍ରାଫ୍ଟ ଯଥା ଚର୍ମ, ଗର୍ଭାଶୟ, ହାଡ, ମାଂସପେଶୀ, ସ୍ନାୟୁ ଏବଂ ସଂଯୋଜକ ଟିସୁ ଆଦି ଦାନ କରାଯାଇ ପାରିବ। ତେବେ କିଛି ଲୋକ ସେମାନଙ୍କର ଅଙ୍ଗ ଦାନ କରିପାରିବେ ନାହିଁ, ଯେଉଁମାନେ କେତେକ ରୋଗରେ ଆକ୍ରାନ୍ତ, ଯେପରିକି କର୍କଟ, ଏଚ.ଆଇ.ଭି, ସଂକ୍ରମଣ, ତଥା କେତେକ ଔଷଧ ସେବନ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ଅଙ୍ଗ ଦାନ କରିପାରିବେ ନାହିଁ । ତଥାପି, ଦାତା ଭାବରେ ପଞ୍ଜୀକରଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ମୃତ୍ୟୁ ସମୟରେ ଅଙ୍ଗ ପ୍ରତିରୋପଣ ପାଇଁ ଉପଯୁକ୍ତ କି ନୁହେଁ ତାହା ପରେ ବିସ୍ତୃତ ଭାବେ ମୂଲ୍ୟାଙ୍କନ କରାଯାଇ ଥାଏ । ଏହି ଦିବସ ପାଳନ ଅବସରରେ ବିଶ୍ୱବ୍ୟାପୀବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?