ଡେରାବିଶରେ ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଡେରାବିଶ,୧୧।୫(ସ୍ବ.ପ୍ର.): ବାତ୍ୟା ‘ଅସାନି’ ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା ଜିଲାରେ ବର୍ଷାର ପ୍ରଭାବ ରହିଛି। ଏଥିପାଇଁ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ଡେରାବିଶ ବ୍ଲକ ପ୍ରଶାସନ ପକ୍ଷରୁ ୨୬ଟି ପଞ୍ଚାୟତରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବିଡିଓ ଗୋପବନ୍ଧୁ ଭୋସାଗର ସୂଚନା ଦେଇଛନ୍ତି। ତେବେ ବାତ୍ୟାର ପ୍ରଭାବ ବ୍ଲକ ଅଞ୍ଚଳରେ ନ ଥିଲା ବେଳେ ଏନ୍‌ଡିଆରଏଫ୍‌ ଟିମ୍‌ର ୨୪ଜଣ କର୍ମଚାରୀ ବ୍ଲକ ପରିସରରେ ସଜାଗ ରହିଛନ୍ତି। ଆସନ୍ତା ୧୩ ତାରିଖ ଯାଏ ବର୍ଷାର ପ୍ରଭାବ ଥିବାରୁ ତଳିଆ ଅଞ୍ଚଳରେ ଥିବା କଚ୍ଚା ଘରଗୁଡିକରୁ ଆବଶ୍ୟକ ପଡ଼ିଲେ ବାତ୍ୟା ଆଶ୍ରୟସ୍ଥଳକୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ଭୋସାଗର କହିଛନ୍ତି।  ପହଞ୍ଚିଲା