ଏପ୍ରିଲ ୩୦ ସୁଦ୍ଧା ସରିବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି

କଟକ,୧୯ା୧ (କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ଆମିକସ୍‌କ୍ୟୁରି ହାଇକୋର୍ଟରେ ଗୁରୁବାର ରିପୋର୍ଟ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିଯୁକ୍ତ ଆମିକସ୍‌କ୍ୟୁରି ନାଟମଣ୍ଡପ ମରାମତି କାର୍ଯ୍ୟ ଅନୁଧ୍ୟାନର ରିପୋର୍ଟ ଦେଇଛନ୍ତି। ଗତ ୧୦ ତାରିଖରେ କୋର୍‌ କମିଟି ଓ ଏଏସ୍‌ଆଇର ମିଳିତ ବୈଠକ ବସି ନାଟମଣ୍ଡପ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଏଏସ୍‌ଆଇ ଆମିକସ୍‌କ୍ୟୁରିଙ୍କୁ ଜଣାଇଛନ୍ତି। ଏଥିସହ ନାଟମଣ୍ଡପ କାମ ଅବିରତ ଚାଲିଛି ବୋଲି ଆମିକସ୍‌କ୍ୟୁରି ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏପ୍ରିଲ ୩୦ ସୁଦ୍ଧା ନାଟମଣ୍ଡପ ମରାମତି କାର୍ଯ୍ୟ ସାରିବା ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ହାଇକୋର୍ଟ ଗତ ନଭେମ୍ବର ୧୫ ତାରିଖ ଶୁଣାଣିରେ ନାଟମଣ୍ଡପ ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମରାମତି କାର୍ଯ୍ୟ ଦିନକୁ ୬ ଘଣ୍ଟା ଲେଖାଏ କରି ୧୨୦ ଦିନରେ ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍‌କ୍ୟୁରି ଏହି କାର୍ଯ୍ୟର ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ହାଇକୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଏଏସ୍‌ଆଇକୁ ସହଯୋଗ ଯୋଗାଇ ଦେବ। ଏଥିସହ ଶ୍ରଦ୍ଧାଳୁମାନେ ଯେପରି ଠାକୁର ଦର୍ଶନ କରିବା ନେଇ ଅସୁବିଧାରେ ନପଡ଼ନ୍ତି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବ। ନାଟମଣ୍ଡପ ମରାମତି ଓ ଠାକୁର ଦର୍ଶନ ଉଭୟ କାର୍ଯ୍ୟ ଠିକ୍‌ ଭାବେ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଭୟ ମଧ୍ୟରେ ସମନ୍ବୟ ରକ୍ଷା କରିବ ବୋଲି ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ନଭେମ୍ବର ୧୭ ତାରିଖରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇ ଅବିରତ ଚାଲିଛି। କଟକର ଅଭିଷେକ ଦାସଙ୍କ ଦ୍ୱାରା ରୁଜୁ ଜନସ୍ବାର୍ଥ ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ଫାଇନାଲରେ ପହଞ୍ଚିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି, ୩।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡ଼ିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟର ୬ଷ୍ଠ ଦିବସ ଶନିବାର ଦ୍ୱିତୀୟ...

ପ୍ରସ୍ତୁତି ଚୂଡ଼ାନ୍ତ: ଜାନୁୟାରୀ ୨୨ରୁ ଗୋପାଳପୁର ବେଳାଭୂମି ମହୋତ୍ସବ

ଛତ୍ରପୁର,୩।୧(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ ଗୃହରେ ବାଣିଜ୍ୟ, ପରିବହନ, ଖଣି ଓ...

ପଞ୍ଚମ ଆଶେସ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ସିଡ୍‌ନୀ,୩ା୧: ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ରବିବାର ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନ୍ତିମ ତଥା ପଞ୍ଚମ ଆଶେସ ଟେଷ୍ଟ ଖେଳାଯିବ। ହେଲେ ଗତ ମାସରେ...

ବୈତରଣୀ ନଦୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ, ସ୍ଥିତି ପରଖିଲା…

ପାଟଣା,୩।୧(ବୀର କିଶୋର ଦାଶ): ଚଳିତ ବର୍ଷ ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୈତରଣୀ ନଦୀରେ ବୁଡ଼ ପକାଇବେ। ଏଥିପାଇଁ ଶୁକ୍ରବାର ଜିଲା ଓ...

ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା, ଜିଲାପାଳଙ୍କୁ…

ଦିଗପହଣ୍ଡି,୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅଞ୍ଚଳରେ ଖରିଫ ଧାନ ସଂଗ୍ରହ କ୍ଷେତ୍ରରେ ଅଖା ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଚଳିତବର୍ଷ ଦିଗପହଣ୍ଡି...

ଦିବ୍ୟାଙ୍ଗ ଛାତ୍ରଙ୍କ ଇଚ୍ଛା ପୂରଣ କଲେ ନବୀନ

ଛତ୍ରପୁର,୩।୧(ଦିଲ୍ଲୀପ ସାମଲ): ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିବ୍ୟାଙ୍ଗ ଛାତ୍ର ସୁଗମ କୁମାର ପାଢ଼ୀ(ମୁରାରୀ) ଭେଟି ଖୁସି ଜାହିର କରିଛନ୍ତି...

ଦେବାଶିଷ-ରଣେନ୍ଦ୍ରଙ୍କ ପୋଷ୍ଟରରୁ ଶଙ୍ଖ ଗାଏବ, ରାଜନୀତିରେ ହଲଚଲ

ଭୁବନେଶ୍ୱର,୩ା୧: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନୂଆବର୍ଷ ପୋଷ୍ଟରକୁ ନେଇ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ଉଭୟଙ୍କ ପୋଷ୍ଟରରେ ଶଙ୍ଖ...

ଅବାଧରେ ଚାଲିଛି ନିଶା କାରବାର: ବନ୍ଦ କରିବାକୁ ଆଇଆଇଆସିଙ୍କୁ…

ଦାରିଙ୍ଗବାଡି,୩।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତ ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇଛି। ଅଞ୍ଚଳରେ ଶାନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri