ଜାତୀୟ ରାଜପଥ ମରଣଯନ୍ତା

ବାଲେଶ୍ୱର ଅଫିସ,୩୧ା୧୦: ଭଦ୍ରକ-ବାଲେଶ୍ୱର ସେକ୍‌ସନ ୧୬ନଂ. ଜାତୀୟ ରାଜପଥରେ ୬ ଥାକିଆ ରାସ୍ତା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି। ଚେନ୍ନାଇଠାରୁ କୋଲକାତାକୁ ସଂଯୋଗ କରୁଥିବା ଏହି ରାଜପଥର ବାଲେଶ୍ୱର ଜିଲା ଏବେ ସବୁଠୁ ବିପଦସଙ୍କୁଳ। ପ୍ରତିଦିନ ଏକାଧିକ ଲୋକ ଛୋଟବଡ଼ ଦୁର୍ଘଟଣାର ଶିିକାର ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି। କିଲୋମିଟର କିଲୋମିଟର ରାସ୍ତା ଖୋଳାଯିବା ସହ କୌଣସି ସତର୍କ ସୂଚନା ରାସ୍ତାରେ ନ ଥିବା ଦେଖାଯାଉଛି। ରାସ୍ତାରେ ବଡ଼ ବଡ଼ ହମ୍ପ୍‌ସ ଥିବାବେଳେ ପୂର୍ବରୁ କୌଣସି ଚିହ୍ନ ଦିଆଯାଇ ନାହଁି। ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଅଭିଯୋଗ ହେଉଛି। ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ କୌଣସି ନିଘା ନ ଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ରାଜନେତାମାନେ ମଧ୍ୟ ସ୍ଥାଣୁ ପାଲଟି ଯାଇଛନ୍ତି।
ଭଦ୍ରକ-ବାଲେଶ୍ୱର ସେକ୍‌ସନ ୧୬ନଂ. ଜାତୀୟ ରାଜପଥ ପ୍ରକଳ୍ପ ୬୨.୬୪୧ କିମିର ୬ ଥାକିଆ ରାସ୍ତା ପାଇଁ ୧୦୫୭.୫୭ କୋଟି ଟଙ୍କାର କାର୍ଯ୍ୟାଦେଶ ୨୦୧୯ ମାର୍ଚ୍ଚ ୨୦ ତାରିଖରେ ବ୍ରିଜ ଗୋପାଳ କନ୍‌ଷ୍ଟ୍ରକସନ୍‌ କୋ. ପ୍ରାଇଭେଟ୍‌ ଲିମିଟେଡ୍‌କୁ ମିଳିଥିଲା। କାର୍ଯ୍ୟର ଅବଧି ୨୦୨୧ ସେପ୍ଟେମ୍ବର ୧୪ ତାରିଖରେ ଶେଷ ହେବାକୁ ଥିବାବେଳେ ମହାମାରୀ କରୋନା ପାଇଁ ୨୦୨୩ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। ଏହି ପ୍ରକଳ୍ପରେ ୫ଟି ମୁଖ୍ୟ ପୋଲ, ୧୧ଟି ଛୋଟ ପୋଲ ସହ ୫୧ଟି କଲଭର୍ଟ, ଗୋଟିଏ ଟ୍ରକ୍‌ ପାର୍କିଂ ଏରିଆ ସହ ଟୋଲ ପ୍ଲାଜା ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପରେ ରାଜପଥର ବାଲେଶ୍ୱର ଜିଲା ମଇତାପୁର, ମାର୍କୋଣା, ଜାମୁଝାଡ଼ି, ସିମୁଳିଆ, ତଳନଗର, ସୋର, ଛପୁଲିଆ, ହଦିସଡ଼ା, ବିଦୁ, ବାରିକପୁର, ବାହାନଗା, ବଗଲପୁର, ପଣପଣା, ଖନ୍ତାପଡ଼ା, ସେରଗଡ଼, ବଣପାରିଆ, ଛଣପୁର, ବାମପଦା, ରେମୁଣାଗୋଲେଇ, ନୂଆଗଁା, ମଙ୍ଗଲପୁର, ନହରପାଟଣା ଆଦି ଅଞ୍ଚଳରେ ଉଭୟ ପାର୍ଶ୍ୱ ସମ୍ପ୍ରସାରଣ ଉଦ୍ଦେଶ୍ୟରେ ଖୋଳା ଯାଇ ନିର୍ମାଣ କାମ ଚାଲିଛି। ପ୍ରତ୍ୟେକ ଛକମାନଙ୍କରେ ଫ୍ଲାଏ ଓଭର ନିର୍ମାଣ କରାଯାଉଛି। ଯେଉଁଥିପାଇଁ ଅନେକ ଜାଗାରେ ରାଜପଥକୁ ଏକକ ରାସ୍ତା ବା ସିଙ୍ଗଲ-ୱେରେ ପରିଣତ କରାଯାଇଛି। ଭଦ୍ରକ ଜିଲାରୁ ବାଲେଶ୍ୱର ଆଡ଼କୁ ଆସିଲେ ପ୍ରଥମେ ମଇତାପୁରଠାରେ ରାସ୍ତା ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଖେଳାଯାଇ ଛାଡ଼ି ଦିଆଯାଇଛି। ସେହିପରି ସିମୁଳିଆ କଲେଜଠାରେ ଅଧା କିଲୋମିଟର, ମାର୍କୋଣା ଛକରୁ ତହସିଲ ପର୍ଯ୍ୟନ୍ତ ଅଧା କିଲୋମିଟର, ଜାମୁଝାଡ଼ି ଛକରୁ ତଳନଗର ୯ କିଲୋମିଟର, ସୋରରୁ ଦହିସଡ଼ା, ବାରିକପୁରରୁ ବାହାନଗା, ସେରଗଡ଼ରୁ ବଣପାରିଆ, କୁରୁଡ଼ାରୁ ବାମପଦା, ରେମୁଣା ଗୋଲେଇରୁ ନହରପାଟଣା ପର୍ଯ୍ୟନ୍ତ ଏପରି ଚିତ୍ର ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ୱ ଖୋଳା ଯାଇଥିବା କାରଣରୁ କାଯର୍ର୍‌ୟ ମଧ୍ୟ ଆଗଉ ନାହଁି। ଏଭଳି ସ୍ଥିତିରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୈନିକ ଏହି ରାସ୍ତାରେ ପାଣି ସିଞ୍ଚନ କିପରି ହେବ, ଟ୍ରାଫିକ୍‌ ସମସ୍ୟାର ସ୍ଥାୟୀ ସମାଧାନ କିପରି ହେବ ସେଥିପ୍ରତି କାହାରି ଦୃଷ୍ଟି ନାହଁି। ଫଳରେ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଉଛି। ବିଶେଷକରି ବସ୍‌ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ବି ରାଜପଥ କାମ ଯୋଗୁ ବାଧାପ୍ରାପ୍ତ ହେଉଛି। ବେଳେବେଳେ ଏମିତି ସମସ୍ୟା ଉପୁଜିଛି, ଜାତୀୟ ରାଜପଥର କିଲୋମିଟର କିଲୋମିଟର ଦୂର ପର୍ଯ୍ୟନ୍ତ ଟ୍ରକ୍‌, ବସ୍‌ର ଲମ୍ବା ଲାଇନ୍‌ ହୋଇ ରହୁଛି। ସେହିପରି କାମର ଗୁଣବତ୍ତାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଯେଉଁଠି କାମ ଚାଲିଛି, ସେଠାରେ କାମ ନ ସରୁଣୁ ରାସ୍ତା ଖରାପ ହେବା ଆରମ୍ଭ କଲାଣି। ମରାମତି ଅଭାବରୁ ଅଧିକାଂଶ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ସେହିପରି ନିର୍ମାଣ କାମ ଚାଲିଥିବାରୁ ଜାତୀୟ ରାଜପଥରେ ଆଲୋକ ବ୍ୟବସ୍ଥା ନ ଥିବା ବେଳେ କୌଣସି ସଙ୍କେତ ମଧ୍ୟ ଦିଆଯାଉ ନାହଁି। ତା’ ଭିତରେ ରାତିରେ ଗାଡ଼ି ଚଳାଇବା ଜୀବନ ପ୍ରତି ବିପଦ ସାଜିଛି। ଚଳିତ ମାସରେ ସୋର ନିକଟରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସେହିପରି ଖନ୍ତାପଡ଼ାଠାରେ ୪ଟି ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିଲା। ୨ ଜଣ ଗୁରୁତର ହୋଇଥିଲେ।
ଏନେଇ ୧୬ନଂ. ଜାତୀୟ ରାଜପଥର ପ୍ରୋଜେକ୍ଟ ଡାଇରେକ୍ଟର ଜୟପ୍ରକାଶ ବର୍ମାଙ୍କୁ ପଚାରିବାରୁ ସେ କହନ୍ତି, ଏହି କାମ ବ୍ରିଜ୍‌ଗୋପାଲ କନଷ୍ଟ୍ରକ୍ସନ କମ୍ପାନୀକୁ ଦିଆଯାଇଛି। ରାସ୍ତା ସମ୍ପ୍ରସାରଣ ସହ ଓଭରବ୍ରିଜ୍‌, ଅଣ୍ଡରପାସ୍‌, ଡ୍ରେନ୍‌ ଓ ସର୍ଭିସ୍‌ ରୋଡ଼ ଆଦିକୁ ନେଇ ଏହି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସେହିପରି ବାମପଦାସ୍ଥିତ ରେଳ ଲେଭଲ କ୍ରସିଂର ସ୍ଥାନାନ୍ତର ପାଇଁ ସାଉଥ୍‌ ଇଷ୍ଟର୍ନ ରେଲୱେଙ୍କୁ ଦାୟିତ୍ୱ ଦିଆଯାଇଛି। ଜାତୀୟ ରାଜପଥ କାର୍ଯ୍ୟ ପାଇଁ ଆବଶ୍ୟକ ଥିବା ବାଲି, ପଥର, ଚିପ୍ସ, ମେଟାଲ ଭଳି ଆବଶ୍ୟକୀୟ ସାମଗ୍ରୀ ଅଭାବ ଥିବାରୁ କାର୍ଯ୍ୟ ଶେଷ କରିବା ପାଇଁ ବିଳମ୍ବ ହେଉଛି। ଜିଲା ପ୍ରଶାସନ ସହ ଆଲୋଚନା କରାଯାଇ ଆବଶ୍ୟକୀୟ ସାମଗ୍ରୀର ସୁବିଧା କରିବା ସହ କାର୍ଯ୍ୟ ଶେଷ କରିବା ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
ଏନେଇ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହନ୍ତି, ଜାତୀୟ ରାଜପଥରେ କାର୍ଯ୍ୟ ଶେଷ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରାସ୍ତାର ଥିବା ଟ୍ରାଫିକ୍‌ ସ୍ଥାନରେ ଉପଯୁକ୍ତ ବ୍ୟବସ୍ଥା ଓ ସଙ୍କେତ ସହ ଯେପରି ଲୋକେ ବିପଦମୁକ୍ତ ଯାତ୍ରା କରିପାରିବେ, ସମସ୍ତ ପଦକ୍ଷେପ ନେବା ପାଇଁ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିବା ପ୍ରକାଶ କରିଥିଲେ।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri