ମୁଖ୍ୟ ଫାଟକରେ ନାମ ବଦଳିଲା ନାହିଁ

ରସୁଲପୁର,୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାକୁ ସ୍ଥାନାନ୍ତର ହେବାକୁ ୮ଦିନ ବିତିଲାଣି। ହେଲେ ଡାକ୍ତରଖାନାର ନାମ ଏବେ ବି ବଦଳି ନାହିଁ। ଏଥିପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋରଧରିଛି। ଡାକ୍ତରଖାନା ନାମ ନ ବଦଳି ଥିବାରୁ ସାଧାରଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନାନା ହଇରାଣ ହେବାକୁ ପଡୁଛି। ଡାକ୍ତରଖାନା ସ୍ଥାନାନ୍ତରରେ ବାଧା ସୃଷ୍ଟି କରୁଥିବା ସ୍ଥାନୀୟ କେତେଜଣ ଔଷଧ ବ୍ୟବସାୟୀ ବାହାରୁ ଆସୁଥିବା ରୋଗୀମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପ୍ରସଙ୍ଗରେ ବାଟବଣା କରୁଥିବା ଲକ୍ଷ୍ୟ କରାଯାଉଛି। ଏଭଳି ଭ୍ରାନ୍ତ ଧାରଣା ଲୋକମାନଙ୍କ ମନରେ ପ୍ରସାରିତ ହେବା ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଡାକ୍ତରଖାନାଟି ପୁରୁଣା ବିପଦସଙ୍କୁଳ କୋଠାରୁ ନୂତନ କୋଠାକୁ ସ୍ଥାନାନ୍ତରିତ କରାଯାଇଛି। ନୂତନ କୋଠା ଦୀର୍ଘବର୍ଷ ହେବ ଅବ୍ୟବହୃତ ହୋଇପଡିଥିବାରୁ କରୋନା କାଳରେ ଜିଲା ପ୍ରଶାସନ ପକ୍ଷରୁ ଏହି କୋଠାକୁ ସଙ୍ଗରୋଧ କେନ୍ଦ୍ରରେ ପରିଣତ କରାଯାଇଥିଲା। ଏବେ କରୋନାର ପ୍ରକୋପ ନାହିଁ କି ସଙ୍ଗରୋଧର ଆବଶ୍ୟକତା ପଡୁନାହିଁ। ଏହାରି ଭିତରେ ନିୟମମୁତାବକ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ୨୯ସେପ୍ଟମ୍ବରରେ ଡାକ୍ତରଖାନାଟି ଜିଲା ଓ ବ୍ଲକ ପ୍ରଶାସନର ଉପସ୍ଥିତରେ ସ୍ଥାନାନ୍ତରିତ ହୋଇଥିଲା। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ହେଲେ ବିଭିନ୍ନ ସ୍ଥାନରୁ ଏପରି କି ବ୍ଲକର ବାହାରରୁ ଆସୁଥିବା ରୋଗୀମାନେ ଚିରାଚରିତ ଢଙ୍ଗରେ ପୁରୁଣା କୋଠାକୁ ଆସୁଛନ୍ତି। ହେଲେ ସେଠାରେ ଡାକ୍ତରଖାନା ଚାଲୁ ନ ଥିବା ଦେଖି ପୁରୁଣା ଡାକ୍ତରଖାନା ନିକଟରେ ଥିବା ଔଷଧ ଦୋକାନୀମାନଙ୍କୁ ଏ ସମ୍ପର୍କରେ ପଚାରି ବୁଝୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଡାକ୍ତରଖାନା ଯାଜପୁର ଜିଲା ଚିକିତ୍ସାକେନ୍ଦ୍ରକୁ ଉଠିଗଲା ଭଳି ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି। ଏଭଳି ସୂଚନାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଅଡ଼ୁଆରେ ପକାଉଛି। ଅନ୍ୟପକ୍ଷେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୂତନ ଡାକ୍ତରଖାନାର ମୁଖ୍ୟ ଫାଟକରେ ଲେଖାଥିବା ସଙ୍ଗରୋଧ କେନ୍ଦ୍ର ସୂଚନାକୁ ବଦଳାଇ ତୁରନ୍ତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୋଲି ଲେଖାଯାଉ। ଏଥିସହ ପୁରୁଣା ଡାକ୍ତରଖାନା କୋଠାରେ ଡାକ୍ତରଖାନାଟି ନୂତନ କୋଠାକୁ ଉଠି ଯାଇଥିବା ନେଇ ସୂଚନା ପ୍ରଦାନ କରାଯାଉ। ଫଳରେ ରୋଗୀମାନଙ୍କୁ ଡାକ୍ତରଖାନରେ ପହଞ୍ଚତ୍ବାରେ ଅସୁବିଧା ହେବ ନାହିଁ। ଔଷଧ ବ୍ୟବସାୟୀମାନେ ଆଗନ୍ତୁକମାନଙ୍କୁ ବାଟବଣା କରିବାର ସୁଯୋଗ ସୃଷ୍ଟି ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ୱ ରଞ୍ଜନ କରଙ୍କୁ ଡାକ୍ତରଖାନାର ମୁଖ୍ୟ ଫାଟକର ସୂଚନା ଫଳକକୁ ବଦଳାଇବା ସମ୍ପର୍କରେ ପଚାରିବାରୁ ଡାକ୍ତରଖାନାରେ ଆଉ ଅଳ୍ପ କିଛି କାମ ବାକି ଅଛି। ସେହି କାମ ସରିବା ପରେ ନୂତନ କୋଠାର ମୁଖ୍ୟ ଫାଟକରେ ସଙ୍ଗରୋଧ କେନ୍ଦ୍ର ବଦଳରେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଲେଖାଯିବ ବୋଲି ପ୍ରକାଶ କରିଛନ୍ତି। ଏଥିସହ ସହିତ ପୁରୁଣା ଡାକ୍ତରଖାନା କୋଠାର ଫାଟକରେ ଡାକ୍ତରଖାନା ନୂତନ କୋଠାକୁ ଉଠି ଯାଇଛି ବୋଲି ଉଲ୍ଲେଖ ରହିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?