ମୁଖ୍ୟ ଫାଟକରେ ନାମ ବଦଳିଲା ନାହିଁ

ରସୁଲପୁର,୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାକୁ ସ୍ଥାନାନ୍ତର ହେବାକୁ ୮ଦିନ ବିତିଲାଣି। ହେଲେ ଡାକ୍ତରଖାନାର ନାମ ଏବେ ବି ବଦଳି ନାହିଁ। ଏଥିପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋରଧରିଛି। ଡାକ୍ତରଖାନା ନାମ ନ ବଦଳି ଥିବାରୁ ସାଧାରଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନାନା ହଇରାଣ ହେବାକୁ ପଡୁଛି। ଡାକ୍ତରଖାନା ସ୍ଥାନାନ୍ତରରେ ବାଧା ସୃଷ୍ଟି କରୁଥିବା ସ୍ଥାନୀୟ କେତେଜଣ ଔଷଧ ବ୍ୟବସାୟୀ ବାହାରୁ ଆସୁଥିବା ରୋଗୀମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର ପ୍ରସଙ୍ଗରେ ବାଟବଣା କରୁଥିବା ଲକ୍ଷ୍ୟ କରାଯାଉଛି। ଏଭଳି ଭ୍ରାନ୍ତ ଧାରଣା ଲୋକମାନଙ୍କ ମନରେ ପ୍ରସାରିତ ହେବା ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଡାକ୍ତରଖାନାଟି ପୁରୁଣା ବିପଦସଙ୍କୁଳ କୋଠାରୁ ନୂତନ କୋଠାକୁ ସ୍ଥାନାନ୍ତରିତ କରାଯାଇଛି। ନୂତନ କୋଠା ଦୀର୍ଘବର୍ଷ ହେବ ଅବ୍ୟବହୃତ ହୋଇପଡିଥିବାରୁ କରୋନା କାଳରେ ଜିଲା ପ୍ରଶାସନ ପକ୍ଷରୁ ଏହି କୋଠାକୁ ସଙ୍ଗରୋଧ କେନ୍ଦ୍ରରେ ପରିଣତ କରାଯାଇଥିଲା। ଏବେ କରୋନାର ପ୍ରକୋପ ନାହିଁ କି ସଙ୍ଗରୋଧର ଆବଶ୍ୟକତା ପଡୁନାହିଁ। ଏହାରି ଭିତରେ ନିୟମମୁତାବକ ଯାଜପୁର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ୨୯ସେପ୍ଟମ୍ବରରେ ଡାକ୍ତରଖାନାଟି ଜିଲା ଓ ବ୍ଲକ ପ୍ରଶାସନର ଉପସ୍ଥିତରେ ସ୍ଥାନାନ୍ତରିତ ହୋଇଥିଲା। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିଲା। ହେଲେ ବିଭିନ୍ନ ସ୍ଥାନରୁ ଏପରି କି ବ୍ଲକର ବାହାରରୁ ଆସୁଥିବା ରୋଗୀମାନେ ଚିରାଚରିତ ଢଙ୍ଗରେ ପୁରୁଣା କୋଠାକୁ ଆସୁଛନ୍ତି। ହେଲେ ସେଠାରେ ଡାକ୍ତରଖାନା ଚାଲୁ ନ ଥିବା ଦେଖି ପୁରୁଣା ଡାକ୍ତରଖାନା ନିକଟରେ ଥିବା ଔଷଧ ଦୋକାନୀମାନଙ୍କୁ ଏ ସମ୍ପର୍କରେ ପଚାରି ବୁଝୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଡାକ୍ତରଖାନା ଯାଜପୁର ଜିଲା ଚିକିତ୍ସାକେନ୍ଦ୍ରକୁ ଉଠିଗଲା ଭଳି ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି। ଏଭଳି ସୂଚନାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଅଡ଼ୁଆରେ ପକାଉଛି। ଅନ୍ୟପକ୍ଷେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନୂତନ ଡାକ୍ତରଖାନାର ମୁଖ୍ୟ ଫାଟକରେ ଲେଖାଥିବା ସଙ୍ଗରୋଧ କେନ୍ଦ୍ର ସୂଚନାକୁ ବଦଳାଇ ତୁରନ୍ତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୋଲି ଲେଖାଯାଉ। ଏଥିସହ ପୁରୁଣା ଡାକ୍ତରଖାନା କୋଠାରେ ଡାକ୍ତରଖାନାଟି ନୂତନ କୋଠାକୁ ଉଠି ଯାଇଥିବା ନେଇ ସୂଚନା ପ୍ରଦାନ କରାଯାଉ। ଫଳରେ ରୋଗୀମାନଙ୍କୁ ଡାକ୍ତରଖାନରେ ପହଞ୍ଚତ୍ବାରେ ଅସୁବିଧା ହେବ ନାହିଁ। ଔଷଧ ବ୍ୟବସାୟୀମାନେ ଆଗନ୍ତୁକମାନଙ୍କୁ ବାଟବଣା କରିବାର ସୁଯୋଗ ସୃଷ୍ଟି ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବିଶ୍ୱ ରଞ୍ଜନ କରଙ୍କୁ ଡାକ୍ତରଖାନାର ମୁଖ୍ୟ ଫାଟକର ସୂଚନା ଫଳକକୁ ବଦଳାଇବା ସମ୍ପର୍କରେ ପଚାରିବାରୁ ଡାକ୍ତରଖାନାରେ ଆଉ ଅଳ୍ପ କିଛି କାମ ବାକି ଅଛି। ସେହି କାମ ସରିବା ପରେ ନୂତନ କୋଠାର ମୁଖ୍ୟ ଫାଟକରେ ସଙ୍ଗରୋଧ କେନ୍ଦ୍ର ବଦଳରେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଲେଖାଯିବ ବୋଲି ପ୍ରକାଶ କରିଛନ୍ତି। ଏଥିସହ ସହିତ ପୁରୁଣା ଡାକ୍ତରଖାନା କୋଠାର ଫାଟକରେ ଡାକ୍ତରଖାନା ନୂତନ କୋଠାକୁ ଉଠି ଯାଇଛି ବୋଲି ଉଲ୍ଲେଖ ରହିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri