ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି ପ୍ରୟୋଗ ସହିତ ସେଠାକାର ସରକାରକୁ ଗାଦିଚ୍ୟୁତ କରିବା, ରାଷ୍ଟ୍ର ନାୟକଙ୍କୁ ହତ୍ୟା କରିବା, ନିଜର ସଖୀ କଣ୍ଢେଇ ସରକାର ପ୍ରତିଷ୍ଠା କରିବା ଆଦି ଅପକୀର୍ତ୍ତିମାନ ଆମେରିକା ଅର୍ଜନ କରିଛି। ୧୯୯୧ରେ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଥିବା ଅଭିଯୋଗ ଆଣି ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡବ୍ଲ୍ୟୁ ଏଚ୍‌ ବୁଶ୍‌ ଇରାକ୍‌ ଉପରେ ଆକ୍ରମଣ କରିଥିଲେ ଏବଂ ସେଠାକାର ରାଷ୍ଟ୍ରପତି ସଦ୍ଦାମ ହୁସେନ୍‌ଙ୍କୁ ଫାଶୀ ଦିଆଯାଇଥିଲା। ଠିକ୍‌ ସେହି କୌଶଳ ଅବଲମ୍ବନ କରି ଭେନେଜୁଆଲା ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋଙ୍କୁ ଅପହରଣ କରିନେଲେ ଡୋନାଲ୍ଡ ଟ୍ରମ୍ପ୍‌।
୧୯୮୯ରେ ପାନାମା, ୧୯୯୩ରେ ସୋମାଲିଆ, ୨୦୦୦ରେ ୟେମେନ୍‌, ୨୦୧୧ରେ ଲିବ୍ୟା ଆଦି ଦେଶ ଉପରେ ଆକ୍ରମଣ କରି ସେବସୁ ଦେଶର ଶାସନରେ ହସ୍ତକ୍ଷେକ୍ଷ କରିଥିଲା ଆମେରିକା। ନିକଟ ଅତୀତରେ ଇରାନ୍‌ ଉପରେ ଆକ୍ରମଣ କରି ସାମ୍ରାଜ୍ୟବାଦୀ ଚରିତ୍ରର ପୁନରାବୃତ୍ତି କଲା। ଏବେ ଇରାନ୍‌ରେ ଚାଲିଥିବା ବିକ୍ଷୋଭରେ ଆନ୍ଦୋଳନକାରୀଙ୍କୁ ସରକାରୀ ଅଫିସ ଦପ୍ତର ଦଖଲ କରିବାକୁ ଟ୍ରମ୍ପ୍‌ ସିଧାସଳଖ ଆହ୍ବାନ ଦେଇଛନ୍ତି। ଗୋଟିଏ ଦେଶର ରାଷ୍ଟ୍ରପତି ଅନ୍ୟ ଗୋଟିଏ ସାର୍ବଭୌମ ଦେଶର ଆନ୍ଦୋଳନକୁ ଉସୁକାଇ ବାର୍ତ୍ତା ଦେବା ବିଶ୍ୱ ଇତିହାସରେ ବିରଳ। ଏହା ସହିତ ଦୀର୍ଘ ତିନି ବର୍ଷ ଧରି ରୁଷ୍‌- ୟୁକ୍ରେନ୍‌ ଯୁଦ୍ଧରେ ୟୁକ୍ରେନକୁ ପରୋକ୍ଷ ସହଯୋଗ, ଗାଜା ଷ୍ଟ୍ରିପ୍‌ ଉପରେ ଇସ୍ରାଏଲର ଆକ୍ରମଣକୁ ସମର୍ଥନ ଆଦି ଘଟଣା ସାମ୍ରାଜ୍ୟବାଦର ନଗ୍ନରୂପକୁ ପରିପ୍ରକାଶ କରିଛି। ଗତ ୫୦ ବର୍ଷ ଭିତରେ ୮୪ଟି ଦେଶ ଉପରେ ୪୦୦ ଥର ଆକ୍ରମଣ କରିଛି ଆମେରିକା। ବିଶ୍ୱର ୮୦ଟି ଦେଶରେ ପ୍ରତିଷ୍ଠା କରିଥିବା ୮୭୭ଟି ସାମରିକ ଘାଟିକୁ ଏଥିପାଇଁ ନିୟୋଜିତ କରିଛି। ନିକଟରେ ବ୍ରିଟେନ୍‌ର ସାମରିକ ଘାଟିକୁ ବ୍ୟବହାର କରି ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ଅପହରଣ କରିଛି। ଭିଏତ୍‌ନାମ ଓ ଆଫଗାନିସ୍ତାନ ସହ ଯୁଦ୍ଧ କରି ନିଜ ଛେପକୁ ନିଜେ ଢୋକିଛି। ଏସବୁ ସତ୍ତ୍ୱେ ତା’ ଚରିତ୍ରର କୌଣସି ପରିବର୍ତ୍ତନ ଘଟି ନାହିଁ। ଗୋଟିକ ପରେ ଗୋଟିଏ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାରେ ଲାଗିଛି।
ଭେନେଜୁଆଲା ଦକ୍ଷିଣ ଆମେରିକାର ଏକ ସ୍ବାଧୀନ ରାଷ୍ଟ୍ର। ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋ ଓ ତାଙ୍କ ସ୍ତ୍ରୀଙ୍କୁ ଦସ୍ୟୁ ପରି ଅପହରଣ କରିବା, ହାତରେ କଡ଼ି ପକାଇ ନ୍ୟୁୟର୍କ ଜେଲ୍‌କୁ ନେଇଯିବା ଆଦି ଘଟଣା ମଧ୍ୟଯୁଗୀୟ ବର୍ବରତା। ଏହା ଆନ୍ତର୍ଜାତିକ ଆଇନର ଖୋଲା ଉଲ୍ଲଂଘନ। ସାରା ବିଶ୍ୱରେ ଏପରିକି ଆମେରିକାରେ ମଧ୍ୟ ଏହାର ପ୍ରତିବାଦରେ ଜୋରଦାର ବିକ୍ଷୋଭ ସଂଗଠିତ ହୋଇଛି। ଚାଇନା, ରୁଷ୍‌, କଲମ୍ବିଆ, ବ୍ରାଜିଲ୍‌ ଓ ଉତ୍ତରକୋରିଆ ସମେତ ମିଳିତ ଜାତିସଂଘ ଏହାକୁ ନିନ୍ଦା କରିଛନ୍ତି। ମାତ୍ର ଇସ୍ରାଏଲ୍‌ ଓ ବ୍ରିଟେନ୍‌ ଏହାକୁ ସମର୍ଥନ କରିଛନ୍ତି। ଭାରତ ଏହାକୁ ନିନ୍ଦା ନ କରି ‘ସମ ଦୂରତା’ ନୀତି ପ୍ରୟୋଗ କରିଛି। ଦୁର୍ଭାଗ୍ୟ!
ଏଠାରେ ଜର୍ମାନୀର ବିଶିଷ୍ଟ କବି ମାର୍ଟିନ୍‌ ନିମୋଲର୍‌ଙ୍କ ବିଶ୍ୱ ବିଖ୍ୟାତ କବିତା ‘ଫାଷ୍ଟ ଦେ କମ୍‌’ର କେତୋଟି ପଂକ୍ତିକୁ ଉଦ୍ଧାର କରାଯାଇପାରେ। ହିଟ୍‌ଲର୍‌ଙ୍କ ଶାସନକୁ ବର୍ଣ୍ଣନା କରିବାକୁ ଯାଇ ସେ ଲେଖିଥିଲେ- ”ସେମାନେ ବାନ୍ଧିନେଲେ ସମାଜବାଦୀଙ୍କୁ/ ମୁଁ ଚୁପ୍‌ ରହିଲି, କାରଣ ମୁଁ ସମାଜବାଦୀ ନ ଥିଲି। ତା’ପରେ ସେମାନେ ବାନ୍ଧିନେଲେ ଶ୍ରମିକଙ୍କୁ/ ମୁଁ ଚୁପ୍‌ ରହିଲି, କାରଣ ମୁଁ ଶ୍ରମିକ ନଥିଲି। ତା’ପରେ ସେମାନେ ବାନ୍ଧିନେଲେ ଇହୁଦୀଙ୍କୁ/ ମୁଁ ଚୁପ୍‌ ରହିଲି, କାରଣ ମୁଁ ଇହୁଦୀ ନଥିଲି। ଶେଷକୁ ସେମାନେ ମୋତେ ବାନ୍ଧିନେଲେ/ ମାତ୍ର ମୋ ପାଇଁ ପଦେ କହିବାକୁ କେହି ନଥିଲେ।“
ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଏମିିତି ଅବସ୍ଥାରେ ଆସି ପହଞ୍ଚତ୍ଛି ଯେ, ଗୋଟିଏ ପରେ ଗୋଟିଏ ରାଷ୍ଟ୍ରକୁ ସେ ଆକ୍ରମଣ କରିବାରେ ଲାଗିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ନୀରବଦ୍ରଷ୍ଟା ସାଜିଲେ କବି ନିମୋର୍‌ଙ୍କ କବିତାର ପଂକ୍ତି ଯେ ବାସ୍ତବ ରୂପ ନ ନେବ, ଏକଥା ଅବିଶ୍ୱାସ୍ୟ ନୁହେଁ।
ଭେନେଜୁଆଲାର ତୈଳ ଭଣ୍ଡାରକୁ କରାୟତ୍ତ କରିବାକୁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ ଥିଲେ ମଧ୍ୟ ଟ୍ରମ୍ପ୍‌ ବର୍ତ୍ତମାନ ହରଡ଼ଧ୍‌ଘଣାରେ। ଆମେରିକୀୟ ତୈଳ କମ୍ପାନୀମାନେ ଏକ ଅନିଶ୍ଚିତ ଭବିଷ୍ୟତକୁ ଆଶଙ୍କା କରି ସେଠାରେ ପୁଞ୍ଜି ନିବେଶ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆମେରିକାର ଆର୍ଥତ୍କ ଅବସ୍ଥା ସଙ୍କଟଜନକ। କର୍ମଚାରୀମାନଙ୍କୁ ବେତନ ଦେବାକୁ ଟ୍ରମ୍ପ୍‌ ପ୍ରଶାସନ ଅକ୍ଷମ। ହ୍ବାଇଟ୍‌ ହାଉସ୍‌ର କର୍ମଚାରୀମାନଙ୍କ ଦରମା ବନ୍ଦ। ଦେଶରେ ବେରୋଜଗାରି ସଂଖ୍ୟା ଶତକଡ଼ା ୯ରେ ପହଞ୍ଚତ୍ଛି। ସେଥିଯୋଗୁ ବାହାର ଦେଶର ନାଗରିକମାନଙ୍କୁ ଆମେରିକାରୁ ବିଦା କରାଯାଉଛି। ପାଣ୍ଠି ଅଭାବକୁ ଦୃଷ୍ଟିରେ ରଖି ଜାତିସଂଘ ସମେତ ଅନ୍ୟ ବୈଶ୍ୱିକ ସଂସ୍ଥାର ୬୯ଟି ଚୁକ୍ତିରୁ ଆମେରିକା ନିକଟରେ ଓହରି ଯାଇଛି।
ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକଳାପ ଉନ୍ମାଦ ପ୍ରାୟ! ଏକଦା ନୋବେଲ ଶାନ୍ତି ପୁରସ୍କାର ପାଇଁ ଦାବି କରୁଥିବା ଲୋକଟି ବୋମା ବନ୍ଧୁକରେ କଥା କହୁଛନ୍ତି! ଗୋଟିଏ ପଟେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନ୍ତରଙ୍ଗ ବନ୍ଧୁ କହି ଅନ୍ୟ ପଟେ ପାକିସ୍ତାନର ସେନାଧ୍ୟକ୍ଷ ମୁନିର୍‌ଙ୍କୁ ଆଲିଙ୍ଗନ କରୁଛନ୍ତି। ଭାରତ ଉପରେ ବାଣିଜି୍ୟକ ଶୁଳ୍କ କ୍ରମାଗତ ବଢ଼ାଇଚାଲିଛନ୍ତି। ଟ୍ରମ୍ପ୍‌୍‌ଙ୍କ ଏ ଧରଣର ନୀତି ଯୋଗୁଁ ସାରା ବିଶ୍ୱରେ ଅସ୍ଥିରତା ଓ ଉତ୍ତେଜନା ଦେଖାଦେଇଛି। କ’ଣ କେତେବେଳେ ଘଟିଯିବ ତାହାର କିଛି ଇୟତ୍ତା ନାହିଁ। ଭାରତ ଯେପରି ପ୍ରତିବାଦଶୂନ୍ୟ ନୀତି ଆପଣେଇଛି, ତାହାର ପରିଣତି ମଧ୍ୟ ଶୁଭଙ୍କର ନୁହେଁ। ଏଭଳି ପରିସ୍ଥିତିରେ ଶାନ୍ତିକାମୀ ଜନଗଣ ଚୁପ୍‌ ନ ରହି ସ୍ବର ଉତ୍ତୋଳନ କରିବା ଦରକାର। ସାମ୍ରାଜ୍ୟବାଦର ପ୍ରତିରୋଧ ନିମିତ୍ତ ସବୁମନ୍ତେ ଉଦ୍ୟମ ହେବା ଜରୁରୀ।
ମୋ: ୭୯୭୫୦୪୬୪୮୬

ରବିନାରାୟଣ ସାମଲ

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ନିଜ ପ୍ରେମିକାଙ୍କୁ ବିବାହ କରିବେ ଇଶାନ କିଷାନ, ବଡ଼ ଖୁଲାସା କରିଦେଲେ…

ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଦଳ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ରେ ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ, ଟିମ ଇଣ୍ଡିଆର ଷ୍ଟାର…

ଟ୍ରମ୍ପଙ୍କ ଧମକକୁ ଖାତିର୍‌ କଲାନି ଇରାନ, ବଡ଼ ଚେତାବନୀ ଦେଇ କହିଲା- ଭୁଶୁଡ଼ିଯିବ…

ଓ୍ବାଶିଂଟନ୍‌,୧୦।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ଟ୍ରମ୍ପ ଚେତାବନୀ ଦେଇଥିଲେ ଯେ ଯଦି…

ମିଳୁନି ଗ୍ୟାସ, ବନ୍ଦ ହେଲା ଶ୍ମଶାନ ଘାଟ! ଯୁଦ୍ଧକୁ ନେଇ ଉପୁଜିଲାଣି ଭୟଙ୍କର ପରିସ୍ଥିତି

ବେଙ୍ଗାଲୁରୁ,୧୦।୩: ହଠାତ ବାଣିଜି୍ୟକ ଏଲପିଜି ସିଲିଣ୍ଡରର ଅଭାବ ସମଗ୍ର ଆତିଥ୍ୟ କ୍ଷେତ୍ରରେ ଚିନ୍ତା ସୃଷ୍ଟି କରିଛି। ମହାରାଷ୍ଟ୍ର ଏବଂ କର୍ନାଟକର ରେଷ୍ଟୁରାଣ୍ଟ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ…

ବୋମା ଖାଇ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ, ବାରହା ପାଇଁ…

କାମାକ୍ଷାନଗର,୧୦।୩( ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି ।…

ବାଇକରେ କରୁଥିଲେ ଗଞ୍ଜେଇ ଚାଲାଣ, ଅଚାନକ ମାଡିବସିଲା ଅବକାରୀ ପୋଲିସ, ଜବତ ହେଲା ଏତେ ଟଙ୍କାର…

ବାଲେଶ୍ୱର, ୧୦।୩: (ବାଞ୍ଛାନିଧି ଦେ): ବାଲେଶ୍ୱର-୨ ଓ ବସ୍ତା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଅଚାନକ ଚଢାଉ କରାଯାଇଛି । ଦୁଇଟି ବାଇକ ସହ ୭୫ କିଗ୍ରା…

ଗାଁରେ ବୁଲୁଛି ହାତୀ, ହଜିଗଲାଣି ଲୋକଙ୍କ ନିଦ

ପରଜଙ୍ଗ,୧୦।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଭାଲୁମୁଣ୍ଡା ଗାଁରେ ଗୋଠଛଡ଼ା ଦନ୍ତା ଆତଙ୍କ ହଟୁନି। ସଞ୍ଜ ନଇଁବା ମାତ୍ରେ ହାତୀଟି ଜନବସତି ଆଡକୁ ମାଡ଼ିଆସୁଛି।…

ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ଅଶ୍ୱିନ ବୈଷ୍ଣବ: ଖୁସିରେ ଗଦ୍‌ଗଦ୍‌ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୩: ଓଡିଶାରେ ରେଳ ସଂଯୋଗୀକରଣକୁ ନେଇ ଏକ ଖୁସି ଖବର ଆସିଛି। କେନ୍ଦ୍ର ସରକାର ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ…

ଯୁଦ୍ଧ ମଧ୍ୟରେ ଭାରତ ନେଲା ବଡ଼ ନିଷ୍ପତ୍ତି: ଏହି ଦେଶକୁ ପଠାଇବ ଏତେ ପରିମାଣର ଡିଜେଲ, ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ୧୧ତମ ଦିନ। ଅନେକ ଦେଶରେ ଇନ୍ଧନ ସଙ୍କଟ ଦେଖାଦେବା ଆରମ୍ଭ କରିଛି। ଏହି ସମୟରେ, ଭାରତ ଇନ୍ଧନ ଉପରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri