ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ରହସ୍ୟ

ଯୁକ୍ତରାଷ୍ଟ୍ର ଆମେରିକା ବ୍ରୁକଲିନଠାରେ ଜନ୍ମିତ କାର୍ଲ ସାଗନ (୧୯୩୪-୯୬) ଜଣେ ଜ୍ୟୋତିର୍ବିଜ୍ଞାନୀ, ବିଶ୍ୱତତ୍ତ୍ୱବିତ୍‌, ନଭୋବିଦ୍ୟାବିଶାରଦ ତଥା ଜ୍ୟୋତିର୍ଜୀବତତ୍ତ୍ୱବିତ୍‌। ଷାଠିଏଟି ଦେଶର ୫୦୦ ନିୟୁତ ଦର୍ଶକ ଦେଖିଥିବା ‘କସ୍ମୋସ’ ଟେଲିଭିଜନ ଧାରାବାହିକର ସେ ପ୍ରଣେତା। ତାଙ୍କର ଉକ୍ତି ପ୍ରଣିଧାନଯୋଗ୍ୟ। ଆମେ କିଏ? ଏହି ବିଶ୍ୱବ୍ରହ୍ମାଣ୍ଡରେ ଯେତେ ନକ୍ଷତ୍ରପୁଞ୍ଜ, ଆକାଶଗଙ୍ଗା (ଗାଲାକ୍ସି) ଅଛି, ତାହାର ସଂଖ୍ୟା ଆମ ଲୋକସଂଖ୍ୟାଠାରୁ ଯଥେଷ୍ଟ ଅଧିକ। ତନ୍ମଧ୍ୟରୁ ଗୋଟିଏ ଗାଲାକ୍ସିର ଏକ ବିସ୍ମୃତ କୋଣରେ ଅବସ୍ଥିତ ଥିବା ସାଧାରଣ ନକ୍ଷତ୍ରଟିର ଏକ ନଗଣ୍ୟ ଗ୍ରହର ଆମେ ହେଉଛେ ଅଧିବାସୀ। ବିଶ୍ୱବ୍ରହ୍ମାଣ୍ଡର ବିଶାଳତା ଓ ବୈଚିତ୍ର୍ୟ ସମ୍ପର୍କରେ କାର୍ଲ ସାଗନ ଏହି ପ୍ରକାରେ ବୁଝାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏହା କିପରି ସୃଷ୍ଟି ହେଲା? ଏଥିପାଇଁ ମୁଖ୍ୟତଃ ତିନୋଟି ମତବାଦ ପ୍ରଚଳିତ। ଏହି ତତ୍ତ୍ୱମାନ ହେଉଛି : ଷ୍ଟେଡି ଷ୍ଟେଟଥିଓରି ଅଫ୍‌ ୟୁନିଭର୍ସ, ବିଗ ବ୍ୟାଙ୍ଗ ଥିଓରି, ପଲସେଟିଙ୍ଗ ଥିଓରି।
ଷ୍ଟେଡି ଥିଓରିର ପ୍ରବର୍ତ୍ତକ ହେଉଛନ୍ତି ଆଷ୍ଟ୍ରିଆନ-ବ୍ରିଟିଶ୍‌ ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ହରମାନ ବଣ୍ଡି (୧୯୧୯-୨୦୦୫), କାମ୍ବ୍ରିଜର ଜ୍ୟୋତିର୍ବିଜ୍ଞାନ ଅନୁଷ୍ଠାନରେ ଏକଦା କାର୍ଯ୍ୟରତ ଥିବା ବ୍ରିଟିଶ୍‌ ବିଜ୍ଞାନୀ ଫ୍ରେଡ୍‌ ହୟେଲ (୧୯୧୫-୨୦୦୧) ଓ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଥୋମାସ ଗୋଲ୍ଡ (୧୯୨୦-୨୦୦୪)। ପରବର୍ତ୍ତୀ କାଳରେ ଉଇଲିଅମ ଡଙ୍କାନ ମ୍ୟାକମିଲାନ ଓ ଅନ୍ୟ କେତେ ଜଣ ବିଶିଷ୍ଟ ବିଜ୍ଞାନୀ ଏହାର ସମର୍ଥକ ହେଲେ। ଏହି ଥିଓରି ଅନୁସାରେ ବିଶ୍ୱ ଅବିରତ ଭାବେ ସଂପ୍ରସାରିତ ହେଉଛି। କିନ୍ତୁ ସଦାସର୍ବଦା ଏହାର ସାନ୍ଦ୍ରତା ତଥା ବାହ୍ୟ-ରୂପ (ଆପିଅରେନ୍ସ) ଅପରିବର୍ତ୍ତନୀୟ ରହେ। ପୁରୁଣା ବସ୍ତୁ ଧ୍ୱଂସପ୍ରାପ୍ତ ହୁଏ। କିନ୍ତୁ ନୂତନ ଭାବେ ହାଇଡ୍ରୋଜେନ ସମଷ୍ଟି ସୃଷ୍ଟି ହୋଇ ସାନ୍ଦ୍ରତା ପୂର୍ବବତ୍‌ ମାପକୁ ବଜାୟ ରଖେ। ବ୍ରହ୍ମାଣ୍ଡ ସର୍ଜନାର ନିର୍ଦ୍ଦିଷ୍ଟ ଆରମ୍ଭ ଓ ବିଲୟ ସମୟ ନାହିଁ। ବିଂଶ ଶତାବ୍ଦୀରେ କେତେକ ପ୍ରମୁଖ ବୈଜ୍ଞାନିକଙ୍କ ଦ୍ୱାରା ଯଦିଓ ଏହା ସମର୍ଥିତ ହୋଇଥିଲା କିନ୍ତୁ; ସମୟ କ୍ରମେ ବିଭିନ୍ନ ପରୀକ୍ଷା-ନିରୀକ୍ଷାର ଫଳ ଏହା ସପକ୍ଷରେ ପ୍ରାପ୍ତ ନ ହେବାରୁ ଏହା ଗ୍ରହଣୀୟତା ହରାଇଲା। ପ୍ରକାଶଥାଉ କି ଏହି ମତ ପ୍ରଣୟନ ହେବାର ବହୁ ପୂର୍ବରୁ ଆଇନ୍‌ଷ୍ଟାଇନ୍‌ ୧୯୩୧ରେ ଗୋଟିଏ ଗବେଷଣା-ନିବନ୍ଧ ପ୍ରକାଶ କରି ଏହି ତତ୍ତ୍ୱର ମୂଳଦୁଆ ପକାଇଥିଲେ। କିନ୍ତୁ ପରେ ଏହା ତାଙ୍କ ଜୀବନର ଭୁଲ୍‌ ବୋଲି ସ୍ବୀକାର କରି ଏଥିରୁ ଓହରି ଯାଇଥିଲେ। ଷ୍ଟ୍ରେଡି ଷ୍ଟେଟ୍‌ ଥିଓରି ବିପକ୍ଷରେ ୧୯୫୦ ଦଶକରେ କ୍ୟାମ୍ବ୍ରିଜ୍‌ର ରେଡିଓ-ଆଷ୍ଟ୍ରୋନମର୍‌ ସାର୍‌ ମାର୍ଟିନ ରାଇଲ (୧୯୧୮-୮୪) ପ୍ରତିକୂଳ ପ୍ରମାଣ ଉପସ୍ଥାପନ କଲେ। ନକ୍ଷତ୍ରପୁଞ୍ଜର କେନ୍ଦ୍ରରେ ବିଦ୍ୟମାନ ଅତ୍ୟନ୍ତ ଦୀପ୍ତ କ୍ୱାସର୍‌ ନାମକ ଖଗୋଳୀୟ ପିଣ୍ଡର ଉପସ୍ଥିତି ଷ୍ଟେଡି ଷ୍ଟେଟ୍‌ ଦ୍ୱାରା ବୁଝାଇ ହେଲା ନାହିଁ। ପୁଣି ଆମ ନିକଟରେ ଥିବା ରେଡିଓ-ଗାଲାକ୍ସିର ସଂଖ୍ୟାଠାରୁ ଦୂରସ୍ଥିତ ଏତାଦୃଶ ନକ୍ଷତ୍ରପୁଞ୍ଜର ସଂଖ୍ୟା ଅଧିକ। ଏହା ସୂଚାଏ ଯେ, ବିଶ୍ୱ ସମୟ କ୍ରମେ ବିବର୍ତ୍ତିତ ହୋଇଛି, ଯାହା କି ଡାରଉଇନ ଜୀବଜଗତ ସମ୍ପର୍କରେ କହିଥିଲେ।
ବିଗ ବ୍ୟାଙ୍ଗ ଥିଓରି ହେଉଛି ଷ୍ଟେଡି ଷ୍ଟେଟ ମତର ପରିପନ୍ଥୀ। ଏହି ଥିଓରିର ନାମକରଣ ପ୍ରତିଦ୍ୱନ୍ଦ୍ୱୀ ଫ୍ରେଡ ହେୟେଲଙ୍କ ଏଥିପ୍ରତି ଅପମାନସୂଚକ ଶବ୍ଦ ‘ବିଗ୍‌ ବ୍ୟାଙ୍ଗ’ (ପ୍ରଚଣ୍ଡ ବିସ୍ଫୋରଣ)ରୁ ଆହରଣ କରାଯାଇଛି। ଏହାର ପ୍ରଥମ ପ୍ରବର୍ତ୍ତକ ଥିଲେ ବେଲଜିଅମର ଜଣେ ଧର୍ମଯାଜକ ଫାଦର ଜର୍ଜ ଲିମଟର। ବ୍ରହ୍ମାଣ୍ଡ ଏକ ମହାଜାଗତିକ ଅଣୁ (କସ୍ମିକ ଆଟମ୍‌)ରୁ ଜାତ ବୋଲି ସେ କହିଲେ। ୧୯୨୦ ଦଶକରେ ଆମେରିକୀୟ ଜ୍ୟୋତିର୍ବିଜ୍ଞାନୀ ଏଡ୍‌ୱିନ ହୁବଲ ଆବିଷ୍କାର କଲେ ଯେ, ବହୁ ଦୂରରେ ଥିବା ନକ୍ଷତ୍ରପୁ୍‌ଞ୍ଜମାନ ଆମ ଗ୍ରହଠାରୁ ବିଭିନ୍ନ ଦିଗରେ ଦୂରେଇ ଯାଉଛନ୍ତି। ପୁଣି ସେମାନଙ୍କ ଦୂରତା ଆମଠାରୁ ଯେତେ ଅଧିକ, ସେହି ପ୍ରକାରେ ସେମାନଙ୍କ ଗତି ଆନୁପାତିକ ଭାବେ ବଢ଼ିଥାଏ। ବହୁ ଗବେଷକ ପରୀକ୍ଷା କରି ଏହି ଫଳାଫଳର ସତ୍ୟତା ସିଦ୍ଧ କଲେ। ଏହା ପ୍ରମାଣ କଲା ଯେ, ବିଶ୍ୱ ସଂପ୍ରସାରିତ ହେବାରେ ଲାଗିଛି। ପ୍ରକାରାନ୍ତରେ ବହୁ ବର୍ଷ ପୂର୍ବେ ସମସ୍ତ ବସ୍ତୁ ଓ ଶକ୍ତି ଗୋଟିଏ ଅତ୍ୟନ୍ତ ଉତ୍ତପ୍ତ ଓ କ୍ଷୁଦ୍ର ଆକାରରେ କେନ୍ଦ୍ରୀଭୂତ ହୋଇଥିଲା। ତେବେ ଏଥିରେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଲା, ଯାହା ହେଉଛି ‘ବିଗ ବ୍ୟାଙ୍ଗ’। ତା’ପରେ ଆରମ୍ଭ ହେଲା ଚତୁର୍ଦ୍ଦିଗରେ ବସ୍ତୁ ଓ ଶକ୍ତିର ଅଗ୍ରଗମନ। ଆମେ ଯଦି ଏହି ପରିକଳ୍ପନା ସ୍ବୀକାର କରୁ ତେବେ ଧରାଯିବ ଯେ, ମହାକାଶର ସାଂପ୍ରତିକ ତାପମାତ୍ରା ପରମଶୂନ୍ୟ (ଆବସୋଲ୍ୟୁଟ ଜିରୋ)ଠାରୁ ଅଧିକ ହେବ। ୧୯୯୧ରେ କସ୍ମିକ ମାଇକ୍ରୋୱେଭ ବ୍ୟାକଗ୍ରାଉଣ୍ଡ ଏକ୍ସପେ୍‌ଲାରର୍‌ (ସିଓବିଇ) ଉପଗ୍ରହ ଯେଉଁ ବର୍ଣ୍ଣାଳୀ ରେକର୍ଡ କଲା, ତାହା ବିଗ୍‌ ବ୍ୟାଙ୍ଗ ପୂର୍ବରୁ ସୂଚନା ଦେଇଥିବା ନିଷ୍କର୍ଷ ସହ ସଂପୂର୍ଣ୍ଣ ମେଳ ଖାଇଲା।
ଯେତେବେଳେ ବିଶ୍ୱ ସଂପ୍ରସାରିତ ହେବାରେ ଲାଗିଲା, ବସ୍ତୁଗୁଡ଼ିକ ମିଳିତ ହୋଇ କେନ୍ଦ୍ରୀଭୂତ ହେବା ସହ ଘୂର୍ଣ୍ଣୟମାନ ହେଲେ। ଏହା ହେଉଛି ନକ୍ଷତ୍ରପୁଞ୍ଜର ପ୍ରାଥମିକ ଅବସ୍ଥା। ନକ୍ଷତ୍ରପୁଞ୍ଜର ଏହି ଆଦ୍ୟ ଅବସ୍ଥାରେ ଚାପ-ପରିବର୍ତ୍ତନ ଦ୍ୱାରା ଗ୍ୟାସ ଓ ଧୂଳିକଣାର ନିର୍ଦ୍ଦିଷ୍ଟ ସମଷ୍ଟିମାନ ଘଟିଲା। ଏହି ସମାହାରମାନଙ୍କ ମଧ୍ୟରୁ କେତୋଟିରେ ଅଧିକ ବସ୍ତୁ ଏକତ୍ରିତ ହେଲେ ଏବଂ ଉପଯୁକ୍ତ ବଳର କାର୍ଯ୍ୟକାରିତା ତଥା ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ସେଇ ସମଷ୍ଟିରେ ପତନ ଦେଖାଦେଲା। ଯେଉଁ କ୍ଷେତ୍ରରେ ଅତ୍ୟଧିକ ସଂକୋଚନ ଘଟେ, ନ୍ୟୁକ୍‌ଲିଅର ପ୍ରତିକ୍ରିୟା ଯୋଗୁ ନକ୍ଷତ୍ର ସୃଷ୍ଟି ହୁଏ।
କେବଳ ବ୍ରହ୍ମାଣ୍ଡ ନୁହେଁ, ଛାୟାପଥ (ମିଲ୍‌କ ୱେ)ର ବୟସ ମଧ୍ୟ ଅନୁମାନ କରାଯାଇଛି। ଛାୟାପଥ ହେଉଛି ଏକ ବିରାଟ ତାରକାଗୁଚ୍ଛ (ଗାଲାକ୍ସି), ଯେଉଁଥିରେ ସୌରମଣ୍ଡଳ ଅବସ୍ଥିତ। ଏଥିରେ ଗୁଚ୍ଛବଦ୍ଧ ଥିବା ନକ୍ଷତ୍ର-ସମାହାରରେ ସ୍ବଭାବତଃ ହାଲୁକା ଓଜନ ବହନ କରୁଥିବା ହାଇଡ୍ରୋଜେନ ଓ ହିଲିଅମ ଅପେକ୍ଷା ଭାରି ଅଣୁଙ୍କ ସଂଖ୍ୟା କମ୍‌। ଏହା ସୂଚାଏ ଯେ, ଛାୟାପଥର ବୟସ ଏଗାରରୁ ଷୋହଳ ବିଲିଅନ ବର୍ଷ ମଧ୍ୟରେ। ତେଜସ୍କ୍ରିୟ ମୌଳିକ ଉପାଦାନ (ରେଡିଓଏକ୍ଟିିଭ୍‌ ଏଲିମେଣ୍ଟ) ପଦ୍ଧତି ମଧ୍ୟ ଏହି ବୟସକୁ ଦୃଢ଼ୀକରଣ କରୁଛି।
ସୌରମଣ୍ଡଳ ଓ ପୃଥିବୀର ବୟସ ନିର୍ଣ୍ଣୟ କରିବାକୁ ରେଡିଓ-ଆକ୍ଟିଭ୍‌ ଏଲିମେଣ୍ଟମଙ୍କୁ ଟାଇମ୍‌-କିପର୍‌ (ସମୟ ନିର୍ଦ୍ଧାରକ) ଭାବେ ବ୍ୟବହାର କରାଯାଇଛି। ଆପୋଲୋ ଚନ୍ଦ୍ର ଯାତ୍ରାରୁ ଆନୀତ ଚନ୍ଦ୍ରର ମୃତ୍ତିକା ପରୀକ୍ଷଣରୁ ପୃଥିବୀ ସମେତ ସୌରମଣ୍ଡଳର ବୟସ ୪.୪ରୁ ୪.୫ ବିଲିଅନ ବର୍ଷ ମଧ୍ୟରେ। କାନାଡ଼ା ଓ ପଶ୍ଚିମ ଅଷ୍ଟ୍ରେଲିଆରୁ ସଂଗୃହୀତ ପ୍ରାଚୀନତମ ଶିଳା ପରୀକ୍ଷା ଏହି ସଂଖ୍ୟା ପ୍ରାୟ ୪.୩ ବିଲିଅନ ବର୍ଷ ବୋଲି ନିର୍ଦ୍ଧାରଣ କରିଛି। ଉଲ୍ଲେଖନୀୟ ଯେ, ସୂର୍ଯ୍ୟ ଓ ପୃଥିବୀକୁ ସମବୟସ୍କ ବୋଲି ଧରାଯାଏ।
ଅନ୍ୟ ଏକ ମତବାଦ ହେଉଛି ପଲସେଟିଙ୍ଗ ଥିଓରି, ଯାହାକି ଆସିଲେଟରି ୟୁନିଭର୍ସ ବା ବିଗ୍‌୍‌କ୍ରଞ୍ଚ ମଡେଲ ଭାବେ ନାମିତ। ଏହାର ଚିତ୍ର ଦୋଳନ (ଅସିଲେସନ) ବିଷୟରେ ଆମକୁ ସ୍ମରଣ କରାଯାଏ। କାନ୍ଥ ଘଡ଼ିର ଦୋଳକ (ପେଣ୍ଡୁଲମ)ର ଗତିରୁ ସ୍ପଷ୍ଟ ହୁଏ ଯେ, ଏହା ଗୋଟିଏ ସୀମା ପଟକୁ ଯିବା ପରେ ସେଠାରୁ ବାହୁଡ଼ି ବିପରୀତ ଦିଗର ସୀମାକୁ ଛୁଏଁ। ଏହି ପ୍ରକାରେ ଏହାର ଏପଟ-ସେପଟ ଗତି ଚାଲୁ ରହେ। ସେମିତି ଯଦି ବିଗ୍‌ ବ୍ୟାଙ୍ଗ ଘଟିଛି, ବିପରୀତ ପ୍ରତିକ୍ରିୟା ଭାବେ ବିଗ୍‌ କ୍ରଞ୍ଚ ଏଥିରୁ ଘଟିବ। ଅର୍ଥାତ୍‌ ଯେଉଁ ଅବସ୍ଥାରୁ ତା’ର ପ୍ରାରମ୍ଭ, ପୁଣି ସଂକୁଚିତ ହୋଇ ସେଇ ସ୍ଥିତିରେ ଉପନୀତ ହେବ। କିନ୍ତୁ ଏହା ସେମିତି ହୋଇ ଅଟକି ଯିବ ନାହିଁ। ତାହା ପୁଣି ସଂପ୍ରସାରିତ ହେବ। ଏହି ଧରଣରେ ସଂପ୍ରସାରଣ ଓ ସଂକୋଚନ ପ୍ରକ୍ରିୟା ନିରନ୍ତର ଘଟିବ। ସଂକୋଚନର କାରଣ ହେଉଛି ମାଧ୍ୟାକର୍ଷଣ ବଳ। ଏହାର ସମର୍ଥକ ବି ଥିଲେ ଆଇନଷ୍ଟାଇନ। ସେ ଯାହାହେଉ, ଏହି ତତ୍ତ୍ୱରୁ ମିଳେ ନିରନ୍ତର କ୍ରିୟାଶୀଳ ସୃଷ୍ଟିଚକ୍ରର ବାର୍ତ୍ତା।
ମୋ:୯୦୭୮୭୪୩୮୪୩

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri