ଖୋଲୁନି ମୂର୍ତ୍ତି ଚୋରି ରହସ୍ୟ

ଢେଙ୍କାନାଳ ଅଫିସ, ୧୨।୫: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ବିଜେସ୍ଥଳୀ କପିଳାସରୁ ୨୦୧୬ରେ ଚୋରି ହୋଇଯାଇଥିଲା ଦ୍ୱାଦଶ ଶତାବ୍ଦୀର ୩ ଦେବଦେବୀଙ୍କ ବିରଳ ମୂର୍ତ୍ତି। ଇତିମଧ୍ୟରେ ଏହି ଘଟଣାକୁ ଦୀର୍ଘ ୬ବର୍ଷ ବିତିଗଲାଣି। ହେଲେ ମୂର୍ତ୍ତି ଚୋରି ସମ୍ପର୍କିତ ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। ଜିଲା ପ୍ରଶାସନ, ଦେବୋତ୍ତର ବିଭାଗ ଏବଂ ପୋଲିସ ପକ୍ଷରୁ ମୂର୍ତ୍ତି ଖୋଜିବା ଲାଗି ତତ୍ପରତା ଦେଖିବାକୁ ମିଳୁନାହିଁ। ଏଭଳି ଏକ ଚର୍ଚ୍ଚିତ ଘଟଣାର ତଦନ୍ତରେ ଶିଥିଳତା ଦେଖାଦେଇଥିବାବେଳେ ଜିଲାବାସୀ ଅନ୍ଧାରରେ ରହିଛନ୍ତି।
୨୦୧୬ କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଦୁର୍ବୃତ୍ତମାନେ କପିଳାସ ପୀଠରୁ ୧୨୪୦ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ଶ୍ରୀଗଣେଶ, ଶ୍ରୀଦୁର୍ଗା ଏବଂ ଶ୍ରୀଭୈରବଙ୍କ ମୂର୍ତ୍ତି ଚୋରାଇ ନେଇଥିଲେ। ସ୍ଥାନୀୟ ଅଞ୍ଚଳର ଅସାମାଜିକମାନେ ଏଭଳି କାଣ୍ଡ ଭିଆଇଥିବା ପ୍ରଥମରେ ସନ୍ଦେହ କରାଯାଉଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ବାହାର ଅପରାଧୀଙ୍କ ଏଥିରେ ଲିଙ୍କ୍‌ ଥିବା ଅନୁମାନ କରାଯାଇଥିଲା। ମୂର୍ତ୍ତି ଚୋରି ପରେ ପୋଲିସ ଓ ଦେବୋତ୍ତର ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ତତ୍ପରତା କିଛିଦିନ ପରେ ଶିଥିଳ ପଡ଼ିଯାଇଛି। ଇତିମଧ୍ୟରେ ଘଟଣାର ତଦନ୍ତ କରୁଥିବା ଡିଏସ୍‌ପିସ୍ତରୀୟ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଅନେକେ ଅବସର ଗ୍ରହଣ କରିସାରିଲେଣି। ତଥାପି ମୂର୍ତ୍ତି ଚୋରି ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। ଏପରି କି ଏ ଦିଗରେ ରାଜ୍ୟ ସରକାର କିମ୍ବା ପୋଲିସ ବିଭାଗର ପଦସ୍ଥ ଅଧିକାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ନ ପାଇବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପଟେ ଘଟଣାର ବର୍ଷକ ପରେ ଦେବୋତ୍ତର ବିଭାଗ ଉପଦେଷ୍ଟାମଣ୍ଡଳୀ ବୈଠକର ନିଷ୍ପତ୍ତି ଅନୁଯାୟୀ ଚୋରି ହୋଇଥିବା ମୂର୍ତ୍ତିର ଫଟୋଚିତ୍ର ଆଧାରରେ ମୟୂରଭଞ୍ଜ ଜିଲା ଖିଚିଂରୁ ଅବିକଳ ୩ଟି ମୂର୍ତ୍ତି ନିର୍ମାଣ କରି ଅଣାଯାଇଥିଲା। ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂଦେଓଙ୍କ ଉପସ୍ଥିତିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଏହାକୁ ନୀତି ଅନୁଯାୟୀ ପ୍ରତିଷ୍ଠା କରାଯାଇଥିଲା। ତେବେ ପୁରାତନ ମୂର୍ତ୍ତି ସମ୍ପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିନାହିଁ। ଏ ସଂକ୍ରାନ୍ତରେ ଦେବୋତ୍ତର ବିଭାଗ ଟ୍ରଷ୍ଟି ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ଏ ସଂକ୍ରାନ୍ତରେ ସେ ଜାଣି ନ ଥିଲେ। ପୋଲିସ ବିଭାଗ ସହିତ ଆଲୋଚନା କରାଯିବା ପରେ ଯାହା କିଛି କହିହେବ। ଏସ୍‌ପି ଏଲ୍‌. ଦିବ୍ୟା ଭି. କୁହନ୍ତି, ଘଟଣା ବିଷୟରେ ତାଙ୍କ ନିକଟରେ ସୂଚନା ନାହିଁ। ଏ ସମ୍ପର୍କରେ ଅନୁଧ୍ୟାନ କରିବାକୁ ପଡ଼ିବ।

ସୂକ୍ଷ୍ମ କାରୁକାର୍ଯ୍ୟ ଉଚ୍ଚକୋଟୀର ଥିଲା
କପିଳାସ ପୀଠରୁ ଚୋରି ହୋଇଥିବା ମୂର୍ତ୍ତିର ସୂକ୍ଷ୍ମ କାରୁକାର୍ଯ୍ୟ ଉଚ୍ଚକୋଟୀର ଥିଲା। ସ୍ଥାୟୀ ଜିମାଦାର ନ ରହିବା ଏବଂ ଦେବୋତ୍ତର ବିଭାଗର ଦାୟିତ୍ୱହୀନତା ଯୋଗୁ ଏଭଳି ବିରଳ ମୂର୍ତ୍ତି ଚୋରି ହୋଇଗଲା। ଖିଚିଂରୁ ଆସିଥିବା ମୂର୍ତ୍ତିର କାରୁକାର୍ଯ୍ୟ ପ୍ରାଚୀନ ମୂର୍ତ୍ତି ଭଳି ହୋଇନାହିଁ ା
-ଦେବବ୍ରତ ପଟ୍ଟନାୟକ, ଦେବୋତ୍ତର ବିଭାଗ ଉପଦେଷ୍ଟା

ତତ୍ପରତା ପ୍ରକାଶ ପାଉନାହିଁ
ଜିଲାବାସୀଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉ ମହାଦେବଙ୍କ ପୀଠରୁ ପ୍ରାଚୀନ ଗଣେଶ, ଦୁର୍ଗା ଏବଂ ଭୈରବ ମୂର୍ତ୍ତି ଚୋରି ହେବା ଅତ୍ୟନ୍ତ ଦୁଃଖଦାୟକ। ଏହାକୁ ଉଦ୍ଧାର କରିବା ଲାଗି ଦେବୋତ୍ତର ବିଭାଗ କିମ୍ବା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ।
-ଶଶିମୌଳି ରଥ, ମୁକ୍ତାଦେଈପୁର ଶାସନ ମହାଜନ ମହାସଭା ସଭାପତି

ଇଚ୍ଛାଶକ୍ତିର ଅଭାବରୁ ତଦନ୍ତ ଶିଥିଳ
କପିଳାସ ମୂର୍ତ୍ତି ଚୋରି ଘଟଣାକୁ ୬ବର୍ଷ ବିତିବା ପରେ ମଧ୍ୟ ଏହାର ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। ଦେବୋତ୍ତର ବିଭାଗ ଓ ପୋଲିସ ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ଯୋଗୁ ତଦନ୍ତ ଶିଥିଳ ପଡ଼ିଯାଇଛି। ଏହି ମାମଲାର ଫାଇଲ ଖୋଲି ପୁଣିଥରେ ଏହାର ବିଧିବଦ୍ଧ ତଦନ୍ତ କରାଯାଉ ା
-ଶିବସାଇ ମହାପାତ୍ର, ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri