ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି ଚାଲି ପାରୁ ନ ଥିବା ବୟସ୍କ ଲୋକଙ୍କଠାରେ ଏହା ଲଗାଯାଉଛି। ଫଳରେ ସେମାନେ ପାହାଡ଼ ଚଢ଼ିବାବେଳେ, ଉଚ୍ଚ ସ୍ଥାନକୁ ଗଲାବେଳେ ପଡ଼ିଯିବାରୁ ସୁରକ୍ଷା ମିଳୁଛି। ପୁନଶ୍ଚ ଦୀର୍ଘ ସମୟ ଧରି ବସି ରହିବାକୁ ପଡ଼ୁଥିବା ଲୋକଙ୍କର ଅଣ୍ଟାର ଯନ୍ତ୍ରଣା ମଧ୍ୟ ଏହାଦ୍ୱାରା ଉପଶମ ହେଉଛି।’

ମଣିଷ ଭଳି କେତେକଙ୍କୁ ବାଦ୍‌ ଦେଲେ ଅଧିକାଂଶ ପ୍ରାଣୀଙ୍କର ଲାଞ୍ଜ ହେଉଛି ଏକ ଉପାଦେୟ ଅଂଶ। ଏହାରି ସାହାଯ୍ୟରେ ସେମାନେ ନାନାଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରନ୍ତି। ମଶାମାଛିଙ୍କୁ ଘଉଡ଼ାଇବାଠାରୁ ଚାଲିବା ବା ଦଉଡ଼ିବା ବେଳେ ଆଗକୁ ବାହାରି ରହୁଥିବା ମୁଣ୍ଡର ଓଜନ ସହିତ ସମତୁଲତା ରକ୍ଷାକରିବା, ମାଛ ଆଦି ଜଳଜୀବମାନଙ୍କୁ ପହଁରିବା ପାଇଁ ଏବଂ ପକ୍ଷୀମାନଙ୍କୁ ଉଡ଼ିବା ଆଦିରେ ଏହା ସାହାଯ୍ୟ କରେ। କୁମ୍ଭୀର ଆଦି କେତେକ ପ୍ରାଣୀ ସେମାନଙ୍କର ଲାଞ୍ଜରେ ଚର୍ବି ବା ସ୍ନେହସାର ସଞ୍ଚୟ କରି ରଖିଥାଆନ୍ତି। ଖାଦ୍ୟ ନ ମିଳିବା ସମୟରେ ସେମାନେ ଏହାକୁ ଶକ୍ତିର ଉତ୍ସ ରୂପେ ବ୍ୟବହାର କରନ୍ତି। ଗଛରେ ବାସ କରୁଥିବା ମାଙ୍କଡ଼ ଭଳି ପ୍ରାଣୀଙ୍କୁ ଡାଳରୁ ଡାଳ ଗଲା ବେଳେ ଏହା ମଧ୍ୟ ସେମାନଙ୍କ ଶରୀରକୁ ସମତୁଲ ହୋଇ ରହିବାରେ ସାହାଯ୍ୟ କରେ। ତେଣୁ ସେମାନେ ତଳେ ପଡ଼ିଯାଆନ୍ତି ନାହିଁ।
ମାଙ୍କଡ଼ ବା ପ୍ରାକ୍‌-ମଣିଷ (Ape) ଉଭୟ ହେଲେ ମଣିଷର ପୂର୍ବପୁରୁଷ। ଅନ୍ୟ ଭାଷାରେ କହିବାକୁ ହେଲେ ସେମାନେ ତା’ ବିବର୍ତ୍ତନୀୟ ପରିବାର ବୃକ୍ଷର ଅଂଶବିଶେଷ। ଏହି ତିନି ଶ୍ରେଣୀର ଜୀବଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭେଦତା ହେଲା ଯେ ମାଙ୍କଡ଼ର ଲାଞ୍ଜ ଥିବା ବେଳେ ଅନ୍ୟ ଦୁଇଟିର ଲାଞ୍ଜ ନାହିଁ। ସମ୍ଭବତଃ ଆଜକୁ ପ୍ରାୟ ୨୫ ନିୟୁତ ବର୍ଷ ପୂର୍ବେ ଆମ ପୂର୍ବପୁରୁଷ, ଅର୍ଥାତ୍‌ ପ୍ରାଗ୍‌-ମଣିଷ ଏହି ଅଙ୍ଗଟି ହରାଇଥିଲେ। ବିବର୍ତ୍ତନ ହେତୁ ଏପରି ଘଟିଲା ବୋଲି ବୈଜ୍ଞାନିକମାନଙ୍କର ମତ ପ୍ରଚଳିତ ହୋଇ ଆସିଛି ଡାର୍‌ଉଇନ୍‌ଙ୍କ ଯୁଗରୁ।
ଏଥି ଅନୁଯାୟୀ ମାଙ୍କଡ଼ ହେଲା ଚତୁଷ୍ପଦ ପ୍ରାଣୀ। ଅଧିକାଂଶ ସମୟରେ ଏହା ବୃକ୍ଷରେ ବାସ କରେ। ତାକୁ ଡାଳରୁ ଡାଳ ଡେଇଁ ଯା’ଆସ କରିବାକୁ ପଡ଼େ। ଏ କାର୍ଯ୍ୟରେ ଲାଞ୍ଜ ତାକୁ ସହାୟକ ହୋଇଥାଏ। ତେବେ ପ୍ରାଗ୍‌-ମଣିଷ ସୃଷ୍ଟି ହେଲା ବେଳକୁ ଆଫ୍ରିକାର ଅନେକ ଅଞ୍ଚଳ ଶୁଷ୍କ ହେବାକୁ ଲାଗିଲା। ଏହାର ଗଛଗୁଡ଼ିକ ଅପେକ୍ଷାକୃତ ସାନ ହେଲା। ପ୍ରାଗ୍‌-ମଣିଷକୁ ଏଥିରୁ ଫଳ ସଂଗ୍ରହ କରିବାକୁ ଭୂମି ଉପରେ ଦୁଇଗୋଡ଼ରେ ଠିଆ ହେବାକୁ ପଡ଼ିଲା। ଧୀରେ ଧୀରେ ସେ ଏମିତି ଚାଲିବା ମଧ୍ୟ ଦେଖିଲେ। ଏଣୁ ତା’ର ଲାଞ୍ଜର ଆବଶ୍ୟକତା ପଡ଼ିଲା ନାହିଁ। ତା’ପରେ ଆଜକୁ ପ୍ରାୟ ୬.୫ ନିୟୁତ ବର୍ଷ ପୂର୍ବେ ଆସିଲା ମଣିଷ। ପ୍ରାଗ୍‌-ମଣିଷ ଚାଲିବାରେ ଉଭୟ ଚାରି ଗୋଡ଼ ଏବଂ ଦୁଇ ଗୋଡ଼ ବ୍ୟବହାର କରୁଥିଲା। ହେଲେ ମଣିଷ ଭୂମି ଉପରେ ଦୁଇ ଗୋଡ଼ରେ ସିଧା ଠିଆ ହୋଇଥିଲା। ଏହା ତାକୁ ପ୍ରାଗ୍‌-ମଣିଷଠାରୁ ଭିନ୍ନ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଲା। ତା’ପରେ ସେ ମଧ୍ୟ ହାତରେ କାମ କରିବାକୁ ଲାଗିଲା। ଏଣୁ ଲାଞ୍ଜ ସମ୍ପୂର୍ଣ୍ଣ ଅଦରକାରୀ ହୋଇପଡ଼ିଲା। ସେଥିପାଇଁ ବିବର୍ତ୍ତନୀୟ ନିର୍ବାଚନ ତାକୁ ଲୋପ କରିଦେଲା। ତଥାପି ଗର୍ଭାଶୟରେ ଥିବା ବେଳେ ମଣିଷର ଭ୍ରୂଣଠାରେ ଲାଞ୍ଜଟିଏ ରହୁଛି। ଜନ୍ମ ହେବା ବେଳକୁ ତାହା ଉଭେଇ ଯାଉଛି ସିନା, ହେଲେ ମେରୁଦଣ୍ଡର ଶେଷ ଭାଗରେ ରହିଯାଉଛି ଲାଞ୍ଜ ହାଡ଼ ସ୍ବରୂପ କିଛି ଅଂଶ।
ପ୍ରାଗ୍‌-ମଣିଷ ଏବଂ ମଣିଷଠାରୁ ଲାଞ୍ଜ ଉଭେଇ ଯିବାର କାରଣ ମୂଳରେ ଜିନୀୟ ଧ୍ରୁବୀକରଣ ଥିବା ମତ ଦେଉଛନ୍ତି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଇଟାନି ୟାନାଇ ଏବଂ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିର ବୋ’ ସ୍କିଆ। ଚଳିତବର୍ଷ ଫେବୃଆରୀରେ ପ୍ରକାଶିତ ଏକ ବିବରଣୀରେ ମାଙ୍କଡ଼ର ଲାଞ୍ଜ ଥିଲା ବେଳେ ପ୍ରାଗ୍‌-ମଣିଷ (ଏପ୍‌) ଏବଂ ମଣିଷର କାହିଁକି ତାହା ରହିଲା ନାହିଁ ସେ ବିଷୟରେ ସ୍ଲିଆ ସୂଚନା ଦେଇଛନ୍ତି। ଏକ ପରୀକ୍ଷାରେ ସେ ଏବଂ ତାଙ୍କର ସହଯୋଗୀମାନେ ଏହି ତିନିଶ୍ରେଣୀୟ ଜୀବଙ୍କ ଜିନୀୟ ଅନୁକ୍ରମମାନ ତୁଳନା କରିବାରୁ ପ୍ରାଗ୍‌-ମଣିଷ ଓ ମଣିଷଠାରେ ଗୋଟିଏ ଅଧିକ ଅନୁକ୍ରମ ଥିବାର ଚିହ୍ନଟ କରିଛନ୍ତି। ଏହାକୁ ‘ଇନ୍‌ସେରସନ’ (Insertion) ବୋଲି କୁହାଯାଇଛି। ଲାଞ୍ଜ ସୃଷ୍ଟି ପାଇଁ ଦାୟୀ ହୋଇଥିବା ‘TXBT’ ନାମକ ଜିନ୍‌ରେ ଏହା ଥିବାର ଦେଖାଯାଉଛି, ଯାହାକି ମାଙ୍କଡ଼ଙ୍କଠାରେ ନାହିଁ। ବୋଧହୁଏ ଏହାହିଁ ପ୍ରାଗ୍‌-ମଣିଷ ଏବଂ ମଣିଷମାନଙ୍କଠାରେ ଲାଞ୍ଜ ସୃଷ୍ଟି ହେବାକୁ ଦିଏ ନାହିଁ ବୋଲି ସେମାନେ ମନେକରନ୍ତି। ଏ ପ୍ରକାର ଜିନୀୟ ଧ୍ରୁବୀକରଣ ପ୍ରକ୍ରିୟାକୁ ବିବର୍ତ୍ତନର ପ୍ରଭାବ ତ୍ୱରାନ୍ବିତ କରିଥିବାର ଅନୁମାନ କରାଯାଏ। ତାଙ୍କ ପରୀକ୍ଷାରେ ଏହି ଫଳାଫଳକୁ ନିଶ୍ଚିତ କରିବା ଲାଗି ସ୍କିଆ ଏବଂ ସହଯୋଗୀମାନେ କିଛି ଜିନ୍‌ ପରିବର୍ତ୍ତିତ ମୂଷାମାନଙ୍କଠାରେ ‘ଇନ୍‌ସେରସନ୍‌’ ପ୍ରତିରୋପଣ କରିଥିଲେ। ଏହାଦ୍ୱାରା ସେମାନଙ୍କଠାରେ ଲାଞ୍ଜ ସୃଷ୍ଟି ହେବା ପ୍ରଭାବିତ ହେଲା। ତହିଁରୁ କେତେକ ବିନା ଲାଞ୍ଜରେ ଜନ୍ମ ଗ୍ରହଣ କଲେ।
ସ୍କିଆ ବିଶ୍ୱାସ କରନ୍ତି ଯେ, ଗରିଲା, ସିମ୍ପାଞ୍ଜି ଆଦି ପ୍ରାଗ୍‌-ମଣିଷଠାରେ ଲାଞ୍ଜ ହରାଇବା ପ୍ରକ୍ରିୟା ଆଜକୁ ପ୍ରାୟ ୨୫ ନିୟୁତ ବର୍ଷ ପୂର୍ବେ ଘଟିଥିଲା ଏବଂ ତତ୍‌ପରେ ସୃଷ୍ଟି ହେଲା ମଣିଷ। ତାଙ୍କ ମତରେ ଏପରି ଲାଞ୍ଜ ହରାଇବା ତା’ ପାଇଁ କେବଳ ସୁବିଧାଜନକ ହୋଇନାହିଁ, ଏଥିପାଇଁ ତାକୁ ମୂଲ୍ୟ ମଧ୍ୟ ଦେବାକୁ ପଡ଼ିଛି। ଜିନ୍‌ ଶରୀରରେ ବହୁବିଧ ଜୈବିକ ପ୍ରକ୍ରିୟାକରଣକୁ ପ୍ରଭାବିତ କରେ। ଏଣୁ ଏହି ଗୋଟିଏ କ୍ରିୟାବିଧି ପାଇଁ ସୁବିଧା ସୃଷ୍ଟି ହୁଏତ ଅନ୍ୟ କେଉଁଠି କୁପ୍ରଭାବ ପକାଇ ପାରିଥାଏ। ମୂଷାମାନଙ୍କଠାରେ ହୋଇଥିବା ପରୀକ୍ଷାରେ ଦେଖାଯାଉଥିଲା ଯେ, ‘TXBT’ ଜିନ୍‌ରେ ‘ଇନସେରସନ୍‌’ ଥିବା ଲାଞ୍ଜବିହୀନ ମୂଷାଙ୍କର କିଛିଟା ସ୍ନାୟବିକ ତ୍ରୁଟି ରହିଛି। ‘ସ୍ପାଇନା ଡିଫ୍ରିଡା’ ବୋଲି କୁହାଯାଉଥିବା ଏହି ତ୍ରୁଟି ୧୦୦୦ ଜଣରେ ଜଣେ ନବଜାତ ଶିଶୁଠାରେ ପରିଲକ୍ଷିତ ହେଉଛି। ଏହା ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ମେରୁଦଣ୍ଡ ଠିକ୍‌ ରୂପେ ଗଢ଼ି ହୋଇ ନ ଥାଏ। ଅତଏବ ତାହା ସ୍ନାୟବିକ ବ୍ୟବସ୍ଥାକୁ ପ୍ରଭାବିତ କରେ।
ଏଠାରେ ସୂଚନାଯୋଗ୍ୟ ଯେ, ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି ଚାଲି ପାରୁ ନ ଥିବା ବୟସ୍କ ଲୋକଙ୍କଠାରେ ଏହା ଲଗାଯାଉଛି। ଫଳରେ ସେମାନେ ପାହାଡ଼ ଚଢ଼ିବା ବେଳେ, ଉଚ୍ଚ ସ୍ଥାନକୁ ଗଲା ବେଳେ ପଡ଼ିଯିବାରୁ ସୁରକ୍ଷା ମିଳୁଛି। ପୁନଶ୍ଚ ଦୀର୍ଘ ସମୟ ଧରି ବସି ରହିବାକୁ ପଡ଼ୁଥିବା ଲୋକଙ୍କର ଅଣ୍ଟାର ଯନ୍ତ୍ରଣା ମଧ୍ୟ ଏହାଦ୍ୱାରା ଉପଶମ ହେଉଛି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
– ଉଷା ନିବାସ,୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ : ୯୯୩୭୩୦୧୪୬୦

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri