ରହସ୍ୟ ଘେରରେ ଦୈତ୍ୟରାଜଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତି ନିକଟ ଏକ ଖାଲ ସ୍ଥାନରୁ ଗୁରୁବାର ନାବାଳକ ଦୈତ୍ୟରାଜ ନାୟକଙ୍କ ମୃତଦେହ ମିଳିବା ଘଟଣାରେ ରହସ୍ୟ ବଢ଼ିବାରେ ଲାଗିଛି। ମୃତଦେହ ମିଳିଥିବା ସ୍ଥାନରୁ ସାଇଣ୍ଟିଫିକ୍‌ ଟିମ୍‌ ଶୁକ୍ରବାର ନମୁନା ସଂଗ୍ରହ କରିଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ ସାଇଣ୍ଟିଫିକ ଟିମ୍‌କୁ ନେଇ ପୋଲିସ ସେଠାକୁ ଯାଇଥିଲା। ଉକ୍ତ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଭିଡ଼ ଜମିଥିଲା। ସାଇଣ୍ଟିଫିକ୍‌ ଟିମ୍‌ର ସଦସ୍ୟମାନେ ସେଠାରେ କର୍ଡନ କରି ବିଭିନ୍ନ ଦିଗକୁ ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରିଥିଲେ। ପୋଲିସ ମଧ୍ୟ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଫେରିଛି। ଅନ୍ୟପକ୍ଷରେ ଦୈତ୍ୟରାଜଙ୍କୁ ବସ୍ତିର କେତେଜଣ ନିର୍ଦ୍ଦିଷ୍ଟ ଯୁବକ ହତ୍ୟା କରିଥିବା ପରିବାର ଲୋକ ଦୃଢ଼ ନିଶ୍ଚିତ ହୋଇଛନ୍ତି। ଏପଟେ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ପୋଲିସ ମୃତ୍ୟୁର କାରଣ ଜାଣିବାକୁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଏଥିସହ ବିଷକ୍ରିୟାରୁ ମୃତ୍ୟୁ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଭିସେରା ରିପୋର୍ଟ ନିମନ୍ତେ ରାଜ୍ୟ ଫୋରେନ୍‌ସିକ୍‌ ଲାବକୁ ନମୁନା ପଠାଯାଇଛି। ଦୈତ୍ୟରାଜ ନିଖୋଜ ପରେ ତାଙ୍କ ମୋବାଇଲକୁ ପରିବାରକୁ ଦେଇଥିବା ଗେଡ଼ୁ ଓ ପଡୋଶୀ ଦୀପକଙ୍କୁ ପୋଲିସ ଉଠାଇଆଣି ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବାବେଳେ ଥାନାଧିକାରୀ ପ୍ରଦୀପ କୁମାର ରାଉତ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। କୌଣସି ବ୍ୟକ୍ତିଙ୍କୁ ଅଟକ ରଖାଯାଇନାହିଁ। ବସ୍ତିବାସିନ୍ଦାଙ୍କ କହିବା ଅନୁଯାୟୀ, ଦୀପକ ନିଶା କାରବାର କରନ୍ତି। ତେଣୁ ଏଥିପାଇଁ ବସ୍ତିରେ ନିଶାଡ଼ିଙ୍କ ଭିଡ଼ ଜମୁଥିଲା। ଏହି କାରଣ ପାଇଁ ତାଙ୍କ ଶାଳୀ ଓ ଦୈତ୍ୟରାଜଙ୍କ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉକ୍ତ ଘଟଣାର ଆପୋସ ସମାଧାନ ପାଇଁ କିଛିଦିନ ତଳେ ବୈଠକ ମଧ୍ୟ ହୋଇଥିଲା। ଏହାକୁ ନେଇ ଦୀପକ ଧମକ ଦେଇଥିଲେ ବୋଲି ଦୈତ୍ୟରାଜଙ୍କ ଭାଇ ଶିବଶଙ୍କର କହିଛନ୍ତି। ଦୀପକ ହିଁ ଦୈତ୍ୟରାଜଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ସାରେ ଦୈତ୍ୟରାଜ ବସ୍ତିରେ ବୁଲାବୁଲି କରୁଥିଲେ। ରାତି ପ୍ରାୟ ୧୦ଟା ୩୦ବେଳେ ଉକ୍ତ ବସ୍ତିରେ ରହୁଥିବା ଗେଡ଼ୁ ନାମକ ଜଣେ ଯୁବକ ଦୈତ୍ୟରାଜଙ୍କ ମୋବାଇଲ ଆଣି ପରିବାର ଲୋକଙ୍କୁ ଦେଇଥିଲେ। ପୁଅ କୁଆଡ଼େ ଗଲା ବୋଲି ପଚାରିବାରୁ ଗେଡ଼ୁ କିଛି ନ କହି ପଳାଇଯାଇଥିଲେ। ପୁଅକୁ ନ ପାଇ ପରିବାର ଲୋକେ ବହୁ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଥିଲେ। ବାପା ଯୁଧିଷ୍ଠିର ମଙ୍ଗଳବାର ଅପରାହ୍ନରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଅପହରଣ ମାମଲା (ନଂ. ୨୦୨/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri