ରହସ୍ୟ ଘେରରେ ଦୈତ୍ୟରାଜଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତି ନିକଟ ଏକ ଖାଲ ସ୍ଥାନରୁ ଗୁରୁବାର ନାବାଳକ ଦୈତ୍ୟରାଜ ନାୟକଙ୍କ ମୃତଦେହ ମିଳିବା ଘଟଣାରେ ରହସ୍ୟ ବଢ଼ିବାରେ ଲାଗିଛି। ମୃତଦେହ ମିଳିଥିବା ସ୍ଥାନରୁ ସାଇଣ୍ଟିଫିକ୍‌ ଟିମ୍‌ ଶୁକ୍ରବାର ନମୁନା ସଂଗ୍ରହ କରିଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ ସାଇଣ୍ଟିଫିକ ଟିମ୍‌କୁ ନେଇ ପୋଲିସ ସେଠାକୁ ଯାଇଥିଲା। ଉକ୍ତ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଭିଡ଼ ଜମିଥିଲା। ସାଇଣ୍ଟିଫିକ୍‌ ଟିମ୍‌ର ସଦସ୍ୟମାନେ ସେଠାରେ କର୍ଡନ କରି ବିଭିନ୍ନ ଦିଗକୁ ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରିଥିଲେ। ପୋଲିସ ମଧ୍ୟ ବସ୍ତିବାସିନ୍ଦାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଫେରିଛି। ଅନ୍ୟପକ୍ଷରେ ଦୈତ୍ୟରାଜଙ୍କୁ ବସ୍ତିର କେତେଜଣ ନିର୍ଦ୍ଦିଷ୍ଟ ଯୁବକ ହତ୍ୟା କରିଥିବା ପରିବାର ଲୋକ ଦୃଢ଼ ନିଶ୍ଚିତ ହୋଇଛନ୍ତି। ଏପଟେ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ପୋଲିସ ମୃତ୍ୟୁର କାରଣ ଜାଣିବାକୁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଏଥିସହ ବିଷକ୍ରିୟାରୁ ମୃତ୍ୟୁ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଭିସେରା ରିପୋର୍ଟ ନିମନ୍ତେ ରାଜ୍ୟ ଫୋରେନ୍‌ସିକ୍‌ ଲାବକୁ ନମୁନା ପଠାଯାଇଛି। ଦୈତ୍ୟରାଜ ନିଖୋଜ ପରେ ତାଙ୍କ ମୋବାଇଲକୁ ପରିବାରକୁ ଦେଇଥିବା ଗେଡ଼ୁ ଓ ପଡୋଶୀ ଦୀପକଙ୍କୁ ପୋଲିସ ଉଠାଇଆଣି ଅଟକ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବାବେଳେ ଥାନାଧିକାରୀ ପ୍ରଦୀପ କୁମାର ରାଉତ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। କୌଣସି ବ୍ୟକ୍ତିଙ୍କୁ ଅଟକ ରଖାଯାଇନାହିଁ। ବସ୍ତିବାସିନ୍ଦାଙ୍କ କହିବା ଅନୁଯାୟୀ, ଦୀପକ ନିଶା କାରବାର କରନ୍ତି। ତେଣୁ ଏଥିପାଇଁ ବସ୍ତିରେ ନିଶାଡ଼ିଙ୍କ ଭିଡ଼ ଜମୁଥିଲା। ଏହି କାରଣ ପାଇଁ ତାଙ୍କ ଶାଳୀ ଓ ଦୈତ୍ୟରାଜଙ୍କ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉକ୍ତ ଘଟଣାର ଆପୋସ ସମାଧାନ ପାଇଁ କିଛିଦିନ ତଳେ ବୈଠକ ମଧ୍ୟ ହୋଇଥିଲା। ଏହାକୁ ନେଇ ଦୀପକ ଧମକ ଦେଇଥିଲେ ବୋଲି ଦୈତ୍ୟରାଜଙ୍କ ଭାଇ ଶିବଶଙ୍କର କହିଛନ୍ତି। ଦୀପକ ହିଁ ଦୈତ୍ୟରାଜଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ସାରେ ଦୈତ୍ୟରାଜ ବସ୍ତିରେ ବୁଲାବୁଲି କରୁଥିଲେ। ରାତି ପ୍ରାୟ ୧୦ଟା ୩୦ବେଳେ ଉକ୍ତ ବସ୍ତିରେ ରହୁଥିବା ଗେଡ଼ୁ ନାମକ ଜଣେ ଯୁବକ ଦୈତ୍ୟରାଜଙ୍କ ମୋବାଇଲ ଆଣି ପରିବାର ଲୋକଙ୍କୁ ଦେଇଥିଲେ। ପୁଅ କୁଆଡ଼େ ଗଲା ବୋଲି ପଚାରିବାରୁ ଗେଡ଼ୁ କିଛି ନ କହି ପଳାଇଯାଇଥିଲେ। ପୁଅକୁ ନ ପାଇ ପରିବାର ଲୋକେ ବହୁ ଖୋଜାଖୋଜି କରି ନୟାନ୍ତ ହୋଇପଡ଼ିଥିଲେ। ବାପା ଯୁଧିଷ୍ଠିର ମଙ୍ଗଳବାର ଅପରାହ୍ନରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଅପହରଣ ମାମଲା (ନଂ. ୨୦୨/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri