Posted inଫୁରସତ

ରହସ୍ୟମୟ ନାଗାସାଧୁ: କରିଥାନ୍ତି ୧୭ ଶୃଙ୍ଗାର

ନୂଆଦିଲ୍ଲୀ: ବିବାହିତ ମହିଳାମାନେ ୧୬ ଶୃଙ୍ଗାର କରୁଥିବା ଆଲୋଚନା କରାଯାଏ। ମାନ୍ୟତା ରହିଛି, ଏହା କେବଳ ସୁନ୍ଦରତା ବଢ଼ାଇ ନ ଥାଏ ବରଂ ଭାଗ୍ୟ ସହିତ ମଧ୍ୟ ଏହାର ସମ୍ପର୍କ ରହିଛି। ହେଲେ ନାଗାସାଧୁମାନେ ମହିଳାଙ୍କଠାରୁ ଗୋଟିଏ ପାଦ ଆଗରେ। ସେମାନେ ୧୭ ଶୃଙ୍ଗାର କରିଥାନ୍ତି। ସ୍ବତନ୍ତ୍ର ପର୍ବପର୍ବାଣି ଏବଂ କାର୍ଯ୍ୟକ୍ରମରେ ଏମାନେ ଏଭଳି ଶୃଙ୍ଗାର କରି ଲୋକଲୋଚନକୁ ଆସିଥାନ୍ତି।

୨୦୨୧ରେ କରୋନା ସହିତ ଆଗକୁ ବଢୁଛି ଜୀବନ। ଏହି ପରିପ୍ରେକ୍ଷୀରେ ଜାନୁୟାରୀ ୧୪ ପବିତ୍ର ମକର ସଂକ୍ରାନ୍ତି ତିଥିରୁ ହରିଦ୍ୱାରରେ ଆରମ୍ଭ ହୋଇଛି କୁମ୍ଭମେଳା। ସାଧାରଣତଃ ୧୨ ବର୍ଷରେ ଥରେ ଏହି ପ୍ରସିଦ୍ଧ ମେଳାର ଆୟୋଜନ କରାଯାଇଥାଏ। ହେଲେ ଗ୍ରହନକ୍ଷତ୍ର ଗଣନାରୁ ଚଳିତ ଥର ଏହା ୧୧ ବର୍ଷରେ ପଡ଼ିଛି। କୁମ୍ଭମେଳାରେ ପବିତ୍ର ସ୍ନାନ ବ୍ୟତୀତ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି ନାଗାସାଧୁ। ନାଗାବାବାମାନେ ୧୭ ଶୃଙ୍ଗାର ସହିତ କୁମ୍ଭମେଳାର ମହାନ୍‌ ପର୍ବରେ ସାମିଲ ହୋଇଥାନ୍ତି। ଶରୀରରେ ବିଭୂତି, ଚନ୍ଦନ, ହାତ ଓ ପାଦରେ କଡ଼ା, ମୁଦି, କମରପଟି, କୁଣ୍ଡଳ, ଲଙ୍ଗୋଟ, କମଣ୍ଡଳୁ, ଡମ୍ବରୁ, ଜଟା ପ୍ରସାଧନ, ତିଳକ, କଜଳ, ରୁଦ୍ରାକ୍ଷମାଳା, ତ୍ରିଶୂଳ, ବାଜୁବନ୍ଧ, ନୋଥ ଆଦି ଧାରଣ କରିଥାନ୍ତି। ଦୀକ୍ଷା ଗ୍ରହଣ ପରେ ଏସବୁ ସାମଗ୍ରୀ ନାଗାବାବାଙ୍କ ଜୀବନର ଅଂଶବିଶେଷ ହୋଇଯାଏ। ପବିତ୍ର ସ୍ନାନ ପୂର୍ବରୁ ସେମାନେ ସଜ୍ଜିତ ହୋଇଥାନ୍ତି, ନଚେତ୍‌ ଏହି ସ୍ନାନପର୍ବ ଅଧୁରା ବୋଲି ବିବେଚନା କରାଯାଏ।

ବିଭୂତି ନାଗାସାଧୁଙ୍କ ଜୀବନର ଅଭିନ୍ନ ଅଙ୍ଗ। ନିବସ୍ତ୍ର ହୋଇ ସେମାନେ ସାରା ଶରୀରରେ ବିଭୂତି ବୋଳିହୋଇଥାନ୍ତି। ସାଧାରଣତଃ ବିଶ୍ୱାସ ରହିଛି ଯେ, ଏହି ବିଭୂତି ମୃତଦେହ ସଂସ୍କାର ପରେ ବଳିଯାଉଥିବା ପାଉଁଶ। ହେଲେ ଏହା ଶତ ପ୍ରତିଶତ ସତ୍ୟ ନୁହେଁ। ବିଭୂତି ପ୍ରସ୍ତୁତ କରିବା ଏକ ଜଟିଳ ପ୍ରକ୍ରିୟା। ଯଜ୍ଞକୁଣ୍ଡରେ ଅଶ୍ୱତ୍‌ଥ, ବେଲ, କଦଳୀ, ଗାଈ ଗୋବର ସହିତ ଅନ୍ୟ କେତେକ ଉପାଦାନ ମିଶାଇ ପାଉଁଶ ପ୍ରସ୍ତୁତ କରାଯାଇଥାଏ। ଏହାକୁ କପଡ଼ାରେ ଛଣାଯାଇଥାଏ। କଞ୍ଚା କ୍ଷୀର ମିଶାଇ ଏହାକୁ ଲଡୁ ଆକୃତିର କରାଯାଏ। ଏହାକୁ ଅଗ୍ନିରେ ଶୁଦ୍ଧୀକରଣ କରାଯାଏ। କଞ୍ଚାକ୍ଷୀରରେ ଅଗ୍ନି ନିର୍ବାପନ ପରେ ବିଭୂତି ପ୍ରସ୍ତୁତ ହୋଇଥାଏ। ନାଗାସାଧୁଙ୍କ ମତରେ ବିଭୂତି ହିଁ ବସ୍ତ୍ର। ତେଣୁ ସେମାନେ ସର୍ବାଙ୍ଗ ଶରୀରରେ ଏହାର ପ୍ରଲେପ ଲଗାଇଥାନ୍ତି।
ନାଗାସାଧୁଙ୍କ ମଣ୍ଡଳୀରେ ପ୍ରବେଶ କରିବା ମଧ୍ୟ ଏତେ ସହଜ ନୁହେଁ। ଏଥିଲାଗି ଜଣଙ୍କୁ କଠୋର ବ୍ରତ କରିବାକୁ ପଡ଼ିଥାଏ। ଦୀକ୍ଷାର ଶେଷ ପର୍ଯ୍ୟାୟରେ ସାଧୁ ନିଜର ପିଣ୍ଡଦାନ କରିଥାନ୍ତି। ଜୀବନ-ମରଣ, ମୋହ-ମାୟା ଭଳି ସାଂସାରିକ ବନ୍ଧନରୁ ମୁକ୍ତି ଲାଗି ଏହା ଏକ ପ୍ରତୀକ। ଇନ୍ଦ୍ରିୟ ନିୟନ୍ତ୍ରଣ ସେମାନଙ୍କ ଦୀକ୍ଷାର ପ୍ରମୁଖ ଅଙ୍ଗ। କାମନା ବାସନାରୁ ମୁକ୍ତ ହେବା ପରେ ହିଁ ଜଣେ ନାଗାସାଧୁ ଭାବେ ବିବେଚିତ ହୋଇଥାନ୍ତି। ପୂର୍ବରୁ ନାଗାମଣ୍ଡଳୀରେ କେବଳ ପୁରୁଷଙ୍କ ଲାଗି ଅନୁମତି ଥିଲା। ଏବେ ଏଥିରେ ମହିଳାମାନେ ମଧ୍ୟ ସାମିଲ ହେଲେଣି। ଉଭୟଙ୍କ ଦୀକ୍ଷା ସମାନ। କେବଳ ମହିଳାଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବାକୁ ଅନୁମତି ମିଳିଥାଏ। ବର୍ତ୍ତମାନ ବିଦେଶୀ ମହିଳାମାନେ ମଧ୍ୟ ନାଗାସାଧୁ ମଣ୍ଡଳୀରେ ନଜର ଆସୁଛନ୍ତି। ତେବେ କେଉଁ ପରିସ୍ଥିତିରେ ସେମାନେ ସାଧ୍ୱୀ ସାଜୁଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri