ସ୍ମରଣ ଶକ୍ତିକୁ ଦୃଢ଼ କରେ ମନ ପସନ୍ଦର ସଙ୍ଗୀତ

ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା କେତେକ ଉପକାର ମଧ୍ୟ ମିଳିଥାଏ। ଏହାଦ୍ୱାରା ସ୍ମରଣ ଶକ୍ତି ଆହୁରି ଦୃଢ଼ ହୋଇଥାଏ ବୋଲି ଜଣାପଡିଛି। ଏପରି ବିଷୟବସ୍ତୁ ଉପରେ ସର୍ଭେ କରି ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଅଧିକାଂଶ ସମୟ ମନ ପସନ୍ଦର ଗୀତ ଶୁଣୁଥିବା କେତେକ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି କିପରି ରହୁଛି ତାହାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରାଯାଇଥିଲା। କେବଳ ସେତିକି ନୁହେଁ, ସେମାନଙ୍କର ସ୍ମରଣ ଶକ୍ତିକୁ ଗୀତ ଶୁଶୁ ନ ଥିବା ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ସହ ତୁଳନା କରିଥିଲେ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଅଧିକାଂଶ ସମୟ ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା ମାନସିକତା ସକାରାତ୍ମକ ରହିବା ସହ ତାହାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡିଥାଏ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।