ସଂଗ୍ରହାଳୟରେ ସହରର ଐତିହ୍ୟ

ସୁପ୍ରିୟା ପ୍ରିୟଦର୍ଶିନୀ
କଟକ ଅଫିସ, ୨୪।୧୧: ହଜାର ବର୍ଷର ପୁରୁଣା ସହର କଟକ। ମଧ୍ୟପ୍ରଦେଶର ଉଜ୍ଜୟିନୀ ସହର ପରେ ଏହା ଭାରତର ଦ୍ୱିତୀୟ ସର୍ବ ପୁରାତନ ସହର ବୋଲି କୁହାଯାଏ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଜନ୍ମସ୍ଥାନ ସହିତ ଐତିହ୍ୟ ଏଠାର ମାଟି ସହ ସମ୍ପୃକ୍ତ। ୯୮୯ ଖ୍ରୀଷ୍ଟାବ୍ଦରେ କେଶରୀ ବଂଶର ରାଜା ନୃପକେଶରୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା କଟକ। ସେବେଠାରୁ ୯ ଶତାବ୍ଦୀ ଧରି କଟକ ସହର ହିନ୍ଦୁରାଜା, ଆଫ୍‌ଗାନ, ମୋଗଲ, ମରାଠା ଏବଂ ଇଂରେଜମାନଙ୍କ ରାଜଧାନୀ ଭାବେ ପ୍ରାଧାନ୍ୟ ବିସ୍ତାର କରିଥିଲା। ୧୯୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ୧୯୪୭ମସିହା ପର୍ଯ୍ୟନ୍ତ କଟକ ଓଡ଼ିଶାର ରାଜଧାନୀ ଭାବେ ପରିଗଣିତ ହେଉଥିଲା। ୧୯୪୮ରେ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲେ ମଧ୍ୟ କଟକ ରାଜ୍ୟର ସାଂସ୍କୃତିକ ଏବଂ ରାଜନୈତିକ ପ୍ରାଣକେନ୍ଦ୍ର ଭାବେ ସ୍ବତନ୍ତ୍ର ଗରିମା ବହନ କରୁଛି। ଏଠାକାର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା, ପ୍ରଗତି ଏବଂ ସମୃଦ୍ଧି ବିଷୟରେ ଏଠାକାର ସଂଗ୍ରହାଳୟଗୁଡ଼ିକରୁ ଅନେକ କିଛି ଜାଣିବାକୁ ମିଳେ। କଟକରେ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ, ଆନନ୍ଦ ଭବନ ସଂଗ୍ରହାଳୟ, ପ୍ରଶିକ୍ଷଣ କେନ୍ଦ୍ର ଓ ଦକ୍ଷତା ସଂଗ୍ରହାଳୟ, ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ, ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ, ମଧୁସୂଦନ ସଂଗ୍ରହାଳୟ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ସ୍ବରାଜ ସଂଗ୍ରହାଳୟ ରହିଛି। ପ୍ରତ୍ୟେକ ସଂଗ୍ରହାଳୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ମାଧ୍ୟମରେ ପୁରାତନ ଐତିହ୍ୟକୁ ସଂରକ୍ଷିତ ରଖାଯାଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଅନେକ ଲୋକ ଏହି ସଂଗ୍ରହାଳୟ ବିଷୟରେ ଜାଣିପାରୁ ନାହାନ୍ତି।
ଆନନ୍ଦ ଭବନ ସଂଗ୍ରହାଳୟ- ୧୯୩୨ରେ କଟକ ତୁଳସୀପୁର ଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବଗତ ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏହାକୁ ନିର୍ମାଣ କରିଥିଲେ। ଏଠାରେ ବିଜୁବାବୁଙ୍କ ଜୀବନୀ ପ୍ରଦର୍ଶିତ ହୋଇଛି।
ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ- ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏଠାରେ ନୌବାଣିଜ୍ୟ ପରମ୍ପରା, ଇତିହାସ ସହ ଦେଶବିଦେଶର ମାଛ ଏବଂ ନୌବାଣିଜ୍ୟ ସମ୍ପର୍କିତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଛି।
ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ- ଖପୁରିଆଠାରେ ଏହି ସଂଗ୍ରହାଳୟ ୨୦୧୪ ରେ ସ୍ଥାପନ କରାଯାଇଥିଲା। ଏଥିରେ ପୁରାତନ ଲେଟର, ପ୍ରେସ୍‌ ମୁଦ୍ରଣ, ଅନ୍ୟାନ୍ୟ ଛାପାଖାନା ମୁଦ୍ରଣ ଯନ୍ତ୍ରପାତି ସ୍ଥାନିତ ହୋଇଛି।
ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ- ୨୦୧୭ରେ ଏହାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଲୋକାର୍ପଣ କରିଥିଲେ। ଏଠାରେ ୧୦୦ ବର୍ଷର ସାମଗ୍ରୀ ସ୍ଥାନ ପାଇଛି ା ପୁରାତନ କାନ୍ଥଘଣ୍ଟା, ମଧୁସୂଦନ ଦାସଙ୍କ ବ୍ୟବହୃତ ଆଇନ ପୁସ୍ତକ ଓ ପତ୍ରିକା ଆଦି ରଖାଯାଇଛି।
ମଧୁସୂଦନ ସଂଗ୍ରହାଳୟ- ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ କର୍ମସ୍ଥଳୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯାଇଛି। ଏଠାରେ ମଧୁବାବୁଙ୍କ କୋର୍ଟ, ଜୋତା, କଲମ ଭଳି ବହୁ ବିରଳ ସାମଗ୍ରୀ ସାଇତା ହୋଇ ରଖାଯାଇଛି ା
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ- ଓଡ଼ିଆବଜାରସ୍ଥିତ ଏହି ସଂଗ୍ରହାଳୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ। ଏଠାରେ ନେତାଜୀଙ୍କ ଆତ୍ମଜୀବନୀ, ତାଙ୍କ ଲିଖିତ ବହି, ଆସବାବପତ୍ର ଆଦି ରଖାଯାଇଛି।
ସ୍ବରାଜ ସଂଗ୍ରହାଳୟ- ସାହେବଜାଦା ବଜାରଠାରେ ଥିବା ଏହି ସଂଗ୍ରହାଳୟ ଓଡ଼ିଶା ସ୍ବାଧୀନତା ସଂଗ୍ରାମର ଅନ୍ୟତମ କୀର୍ତ୍ତିରାଜି। ଗାନ୍ଧିଜୀଙ୍କ କଟକ ଆଗମନ ସମୟରେ ଏଠାରେ ରହିଥିଲେ। ସେଥିପାଇଁ ଏହାକୁ ଏକ ପ୍ରତୀକ ଭାବରେ ସଂଗ୍ରହାଳୟରେ ପରିଣତ କରାଯାଇଛି ା
ପ୍ରଶିକ୍ଷଣ କେନ୍ଦ୍ର ଓ ଦକ୍ଷତା ସଂଗ୍ରହାଳୟ- ଖପୁରିଆସ୍ଥିତ ଏହି ସଂଗ୍ରହାଳୟକୁ ୨୦୧୮ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ା ଏଠାରେ ପୁରାତନରୁ ନୂତନ ଯନ୍ତ୍ରାଶଂ ସାବୁ ସ୍ଥାନିତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧।୧୦: ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

୧୦୦ ବର୍ଷ ପରେ ନବରାତ୍ରିରେ ଗଜକେସରୀ ଯୋଗ: ସିଂହ, ମକର ସମେତ ଏହି ୭ ରାଶିଙ୍କର ଚାଲିବ ଗୋଲଡେନ୍‌ ଟାଇମ, ପ୍ରବଳ ଧନ ଯୋଗ ସହ…

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିକୁ ମା’ ଦୁର୍ଗାଙ୍କ ଆରାଧନାର ଅନ୍ୟତମ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଏ। ଏହି ୯ ଦିନ ଧରି ଭକ୍ତମାନେ ମା’…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଘଟିବ ଏମିତି, ଗୋଲ୍ଡ ମେଡାଲ ପାଇଁ ମହାଲଢେଇ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ, ୧।୧୦: ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୬ର ମେନ୍ସ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ନିଜ ନିଜ…

ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, ସିରିଜରୁ ବାଦ୍ ପଡ଼ିଲେ…

ନୂଆଦିଲ୍ଲୀ,୩୦ା୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦୁଇଟି ମ୍ୟାଚ୍ ଶେଷ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?