ସଂଗ୍ରହାଳୟରେ ସହରର ଐତିହ୍ୟ

ସୁପ୍ରିୟା ପ୍ରିୟଦର୍ଶିନୀ
କଟକ ଅଫିସ, ୨୪।୧୧: ହଜାର ବର୍ଷର ପୁରୁଣା ସହର କଟକ। ମଧ୍ୟପ୍ରଦେଶର ଉଜ୍ଜୟିନୀ ସହର ପରେ ଏହା ଭାରତର ଦ୍ୱିତୀୟ ସର୍ବ ପୁରାତନ ସହର ବୋଲି କୁହାଯାଏ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଜନ୍ମସ୍ଥାନ ସହିତ ଐତିହ୍ୟ ଏଠାର ମାଟି ସହ ସମ୍ପୃକ୍ତ। ୯୮୯ ଖ୍ରୀଷ୍ଟାବ୍ଦରେ କେଶରୀ ବଂଶର ରାଜା ନୃପକେଶରୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା କଟକ। ସେବେଠାରୁ ୯ ଶତାବ୍ଦୀ ଧରି କଟକ ସହର ହିନ୍ଦୁରାଜା, ଆଫ୍‌ଗାନ, ମୋଗଲ, ମରାଠା ଏବଂ ଇଂରେଜମାନଙ୍କ ରାଜଧାନୀ ଭାବେ ପ୍ରାଧାନ୍ୟ ବିସ୍ତାର କରିଥିଲା। ୧୯୩୬ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନଠାରୁ ୧୯୪୭ମସିହା ପର୍ଯ୍ୟନ୍ତ କଟକ ଓଡ଼ିଶାର ରାଜଧାନୀ ଭାବେ ପରିଗଣିତ ହେଉଥିଲା। ୧୯୪୮ରେ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲେ ମଧ୍ୟ କଟକ ରାଜ୍ୟର ସାଂସ୍କୃତିକ ଏବଂ ରାଜନୈତିକ ପ୍ରାଣକେନ୍ଦ୍ର ଭାବେ ସ୍ବତନ୍ତ୍ର ଗରିମା ବହନ କରୁଛି। ଏଠାକାର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା, ପ୍ରଗତି ଏବଂ ସମୃଦ୍ଧି ବିଷୟରେ ଏଠାକାର ସଂଗ୍ରହାଳୟଗୁଡ଼ିକରୁ ଅନେକ କିଛି ଜାଣିବାକୁ ମିଳେ। କଟକରେ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ, ଆନନ୍ଦ ଭବନ ସଂଗ୍ରହାଳୟ, ପ୍ରଶିକ୍ଷଣ କେନ୍ଦ୍ର ଓ ଦକ୍ଷତା ସଂଗ୍ରହାଳୟ, ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ, ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ, ମଧୁସୂଦନ ସଂଗ୍ରହାଳୟ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ସ୍ବରାଜ ସଂଗ୍ରହାଳୟ ରହିଛି। ପ୍ରତ୍ୟେକ ସଂଗ୍ରହାଳୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏହା ମାଧ୍ୟମରେ ପୁରାତନ ଐତିହ୍ୟକୁ ସଂରକ୍ଷିତ ରଖାଯାଇଛି। ହେଲେ ପ୍ରଚାରପ୍ରସାର ଅଭାବରୁ ଅନେକ ଲୋକ ଏହି ସଂଗ୍ରହାଳୟ ବିଷୟରେ ଜାଣିପାରୁ ନାହାନ୍ତି।
ଆନନ୍ଦ ଭବନ ସଂଗ୍ରହାଳୟ- ୧୯୩୨ରେ କଟକ ତୁଳସୀପୁର ଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବଗତ ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏହାକୁ ନିର୍ମାଣ କରିଥିଲେ। ଏଠାରେ ବିଜୁବାବୁଙ୍କ ଜୀବନୀ ପ୍ରଦର୍ଶିତ ହୋଇଛି।
ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ- ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏଠାରେ ନୌବାଣିଜ୍ୟ ପରମ୍ପରା, ଇତିହାସ ସହ ଦେଶବିଦେଶର ମାଛ ଏବଂ ନୌବାଣିଜ୍ୟ ସମ୍ପର୍କିତ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଛି।
ଓଡ଼ିଶା ମୁଦ୍ରଣ ସଂଗ୍ରହାଳୟ- ଖପୁରିଆଠାରେ ଏହି ସଂଗ୍ରହାଳୟ ୨୦୧୪ ରେ ସ୍ଥାପନ କରାଯାଇଥିଲା। ଏଥିରେ ପୁରାତନ ଲେଟର, ପ୍ରେସ୍‌ ମୁଦ୍ରଣ, ଅନ୍ୟାନ୍ୟ ଛାପାଖାନା ମୁଦ୍ରଣ ଯନ୍ତ୍ରପାତି ସ୍ଥାନିତ ହୋଇଛି।
ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ- ୨୦୧୭ରେ ଏହାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ଲୋକାର୍ପଣ କରିଥିଲେ। ଏଠାରେ ୧୦୦ ବର୍ଷର ସାମଗ୍ରୀ ସ୍ଥାନ ପାଇଛି ା ପୁରାତନ କାନ୍ଥଘଣ୍ଟା, ମଧୁସୂଦନ ଦାସଙ୍କ ବ୍ୟବହୃତ ଆଇନ ପୁସ୍ତକ ଓ ପତ୍ରିକା ଆଦି ରଖାଯାଇଛି।
ମଧୁସୂଦନ ସଂଗ୍ରହାଳୟ- ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ କର୍ମସ୍ଥଳୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯାଇଛି। ଏଠାରେ ମଧୁବାବୁଙ୍କ କୋର୍ଟ, ଜୋତା, କଲମ ଭଳି ବହୁ ବିରଳ ସାମଗ୍ରୀ ସାଇତା ହୋଇ ରଖାଯାଇଛି ା
ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ- ଓଡ଼ିଆବଜାରସ୍ଥିତ ଏହି ସଂଗ୍ରହାଳୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ। ଏଠାରେ ନେତାଜୀଙ୍କ ଆତ୍ମଜୀବନୀ, ତାଙ୍କ ଲିଖିତ ବହି, ଆସବାବପତ୍ର ଆଦି ରଖାଯାଇଛି।
ସ୍ବରାଜ ସଂଗ୍ରହାଳୟ- ସାହେବଜାଦା ବଜାରଠାରେ ଥିବା ଏହି ସଂଗ୍ରହାଳୟ ଓଡ଼ିଶା ସ୍ବାଧୀନତା ସଂଗ୍ରାମର ଅନ୍ୟତମ କୀର୍ତ୍ତିରାଜି। ଗାନ୍ଧିଜୀଙ୍କ କଟକ ଆଗମନ ସମୟରେ ଏଠାରେ ରହିଥିଲେ। ସେଥିପାଇଁ ଏହାକୁ ଏକ ପ୍ରତୀକ ଭାବରେ ସଂଗ୍ରହାଳୟରେ ପରିଣତ କରାଯାଇଛି ା
ପ୍ରଶିକ୍ଷଣ କେନ୍ଦ୍ର ଓ ଦକ୍ଷତା ସଂଗ୍ରହାଳୟ- ଖପୁରିଆସ୍ଥିତ ଏହି ସଂଗ୍ରହାଳୟକୁ ୨୦୧୮ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ା ଏଠାରେ ପୁରାତନରୁ ନୂତନ ଯନ୍ତ୍ରାଶଂ ସାବୁ ସ୍ଥାନିତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri